STORYMIRROR

Dr. Rajib Lochan Panigrahy

Romance Tragedy Action

3  

Dr. Rajib Lochan Panigrahy

Romance Tragedy Action

ଭୁଲ ହୋଇଗଲା

ଭୁଲ ହୋଇଗଲା

5 mins
4

ଭୋଜି ଭାତ ଋତୁ ଏକ ଭିନ୍ନ ମାହୋଲ ସୃଷ୍ଟି କରିଥାଏ | ଏମିତିକା ଏକ ନିର୍ଦ୍ଧିଷ୍ଟ ମାସ ବା ଦିନ ଆସେ ସନାତନ ଧର୍ମର ପାଞ୍ଜି ପୁରାଣ ଅନୁସାରେ ପୂଜା, ପର୍ବ, ବିବାହ, ବ୍ରତ ଅନୁଷ୍ଠିତ ହୋଇଥାଏ | ସେ ଭୋଜିରେ ଜ୍ଞାତି ପରିଜନ ବନ୍ଧୁ ବାନ୍ଧବ ସାଙ୍ଗ ସାଥି ସବୁ ସାକ୍ଷାତ ହୋଇଥାଏ | କେତେ ଦିନରୁ ରହିଥିବା କଥା ସବୁ ପରସ୍ପର ହୋଇଥାନ୍ତି, ଫୋଟୋ ଉଠା ହୁଏ | ସେଠାରେ ଅନେକ ସ୍ମୃତି ଉଦ୍ଜୀବିତ ହୋଇଥାଏ |

ଅବିନାଶ ସେ ଦିନ ବାହାଘର ଭୋଜିଟିଏ ନିମନ୍ତ୍ରଣ ପାଇ ଯାଇଥିଲା | ସେଠାରେ ଗୋଟିଏ ପ୍ଲାଷ୍ଟିକ ଚୌକି ରେ ବସିଥାଏ | ଅନେକ ଚିହ୍ନା ମୁହଁ ଦିଶୁଥାନ୍ତି, ବରିଷ୍ଟଙ୍କୁ ଚୌକିରୁ ଉଠି ନମସ୍କାର କରେ ଓ କନିଷ୍ଠମାନଙ୍କ ମାନ୍ୟ ପାଇ ସେମାନଙ୍କୁ ଆଶୀର୍ବାଦ ଦିଏ | ଏମିତି ଚାଲିଥାଏ, କେହି କେହି କହା ସହ ମିଶି ଫୋଟୋ ଉଠଉଥାନ୍ତି | ଏସବୁ ନୀରବରେ ଦେଖି ଆନନ୍ଦ ନେଉଥାଏ | ଭୋଜି, ଉତ୍ସବ ରେ ସେ ପ୍ରାୟ ଉପସ୍ଥିତ ହୋଇ ପରେ ନାହିଁ | ବେସରକାରୀ ଚାକିରୀଟିଏ ବହୁ କଷ୍ଟରେ ମିଳିଛି | ସେଥିରେ ଏମିତି ମଜା କରିବାର ଫୁରସତ କାହିଁ ! ତାପରେ ଆସିଲା ଖାଇବା ବେଳ | ବୋଫେଇ ବ୍ୟବସ୍ଥା ରେ ଧାଡିରେ ଠିଆ ହୋଇ ପ୍ଲେଟ ଟିଏ ଧରିଲା ଓ ପରସାଯାଉଥିବା ଖାଦ୍ୟକୁ ନେଇ ଏକ ନିରୋଳା ସ୍ଥାନରେ ଯାଇ ଖାଇବା ଆରମ୍ଭ କଲା | ପ୍ଲେଟରୁ ଖାଦ୍ୟ ସରିଗଲା ପରେ ଆଉ ଖାଦ୍ୟ ମାଗିବାକୁ ଇଚ୍ଛା ଥିଲେବି ଲମ୍ବା ଧାଡି ଦେଖି ସେଠାକୁ ଯାଇ ପରିଲା ନାହିଁ | ପ୍ଲେଟଟିକୁ ଡଷ୍ଟବିନ ରେ ଫୋପାଡ଼ି ଦେଲା | ଦେଖିଲା ଖିରି, ମିଠା, ଏପରି ଅନେକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି, ସେଠାକୁ ବହୁତ କମ ସଦସ୍ୟ ଯାଉଛନ୍ତି | ସେଠାକୁ ଯାଇ ଖିରି କପଟିଏ ଆଣି ଚାମଚ ରେ ଟିକିଏ ଟିକିଏ ଖାଇବା ଆରଂଭ କଲା | ସେତିକି ଭିତରେ ଜଣେ ଦେଖାହେଲେ, କିନ୍ତୁ ସେ ଅବିନାଶକୁ ଦେଖିନାହାନ୍ତି | ଅବିନାଶ ଭାବିଲା ଯାହାହେଉ ମୁଁ ବଂଚିଗଲି | ସେ କେମିତି ନ ଦେଖୁ ଭାବି ପଡିଆ କୁ ମୁହଁ ବୁଲାଇ ଖାଇବାକୁ ଲାଗିଲା | କପରୁ ଖିରି ସରିଗଲା ଧିରେ କଣେଇ ଚାହିଁଲା ଗହଳି ଆଡକୁ, ଆଖି ପହଁରାଇ ଦେଖିଲା ସେହି ଚିହ୍ନମୁହଁ ଟି ଦିଶୁନାହିଁ | ସେ ଚାଲିଗଲାକି ଭାବି ଖୁସି ହୋଇ ଡଷ୍ଟବିନ ରେ କପ ଟି ଫୋପାଡ଼ି ଦେଇ ପୁଣି ଗଲା ମିଠା କପଟେ ଆଣିଲା | ପୁଣି ସେଇ ଜାଗାକୁ ଚାଲିଆସିଲା | ସେତିକି ବେଳେ ସେହି ଚିହ୍ନମୁହଁ ଟି ସାମ୍ନା ସାମନି ହୋଇ ଗଲା, ତଥାପି ଅବିନାଶକୁ ଦେଖିପାରିନଥିଲା | ସେହି ମିଠା କପଟି ଫୋପାଡ଼ି ଦେଇ ସମ୍ଭାବ୍ୟ ଅଡୁଆ ପରିସ୍ଥିତି କୁ ଏଡେଇବା ପାଈଁ ସେ ସ୍ଥାନ ପରିତ୍ୟାଗ କରିବା ପାଈଁ କଲ୍ୟାଣ ମଣ୍ଡପ ରୁ ବାହାରକୁ ଯିବାଜୁ ଉଦ୍ୟତ ହେଲା ବେଳେ ସେହି ଚିହ୍ନା ମୁହଁ ଟି ସେ ଦ୍ୱାରାରେ ଖାଇ ଖାଇ କାହା ସହ ଅନ୍ତରଙ୍ଗ ଆଳାପରେ ବ୍ୟସ୍ତ | ତାହା ଦୃଷ୍ଟି ଆଢୁଆଳରେ କେମିତି ଏଠାରୁ ଖସିବ ଖାଲି ଭାବୁଥାଏ ଅବିନାଶ | କେହି ଜଣେ ବନ୍ଧୁ ଆସି କହିଲେ ଭଲ କମ୍ପାନୀ ର ଆଇସକ୍ରିମ ହୋଇଛି ଆସ ଆମେ ଆଣି ଦୁହେଁ ଖାଇବା | ସେ ମନା କରିବା ସତ୍ୱେ ବାଧ୍ୟ କରିବାରୁ ଗଲା ମନକୁ ଆଇସକ୍ରିମ ଆଣିବା ପାଈଁ | ଆଇସକ୍ରିମ ଆଣି ପୁଣି ସେହି ସ୍ଥାନକୁ ଆସି ମଜା ନେଇ ଖାଇବ ଭାବି ଫେରବେଳକୁ, ସେହି ଚିହ୍ନା ମୁହଁ କୁ ମୁହଁ ମୁଁହି ଦେଖା ହୋଇଗଲା | ନକଜର ହଟାଇ ସେଠାରୁ ଚାଲିଯିବାକୁ ଉଦ୍ୟତ ହେଲାବେଳେ ସେ ଅବିନାଶର ହାତକୁ ଧରି ପକାଇଲା ଓ ସ୍ଵଷ୍ଠ ଗାଲରେ ପଚାରିଲା ତୁମେ ଅବିନାଶ ତ ? ଏମିତି କଣ ନଚିହ୍ନିଲା ପରି ଚାଲିଯାଉଛ ? ମୋତେ କଣ ଚିହ୍ନି ପାରୁନାହଁ ? ମୁଁ ତୁମ ସାଙ୍ଗ ସିପ୍ରା | ମନେ ଅଛି ନା ପାସୋରି ଦେଲ ? ଏମିତି ଅନେକ ପ୍ରଶ୍ନ | ସେ ପ୍ରଶ୍ନ ସବୁ ବାଣ ସଦୃଶ୍ୟ ଅବିନାଶର ଅବୟବରେ ଗଳି ଯାଉଥିଲା |

ଅବିନାଶ ସିପ୍ରାକୁ ଠିକ ଚିହ୍ନି ପାରୁଥିଲା ହେଲେ ନିର୍ବାକ, ନିରୁପାୟ, ଅବୋଧ ବାଳକଟେ ପରି ସିପ୍ରା ହାତରେ ବନ୍ଧା ପଡିଥିଲା ଯେମିତି | ତାର ପାଦତଳୁ ମାଟି ଯେମିତି ଖସି ପଡୁଥିଲା | ପ୍ରକୃତିସ୍ଥ ହୋଇ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲା | ପାଟିରୁ କଥା ବାହାରୁ ନ ଥାଏ, ସାଡେ ଯେମିତି ହଠାତ ବାକ ଶକ୍ତି ହରାଇ ବସିଛି ସେ | ତାପରେ ସିପ୍ରା ନିଜ କଲେଜ ପରର ସବୁ କଥା ଏବେ ପର୍ଯ୍ୟନ୍ତ କାହିଁ ଚାଲିଥାଏ ସତେ ଯେମିତି ନିଜ ଅନ୍ତର ନିଗାଡି କହୁଛି | କଲେଜ ସମୟରୁ ହିଁ ସେ ସୁନ୍ଦରୀଟେ | ସମ୍ଭ୍ରାନ୍ତ ପାରିବାରର ଝିଅ ଥିଲା, ସେତେବେଳେ ହିଁ ସେ କଲେଜର ସବୁ ଛାତ୍ରୀଙ୍କ ମଧ୍ୟରେ ଅଲଗା ବାରି ହେଉଥିଲା | ଏବେ ତା ରୂପଲାବଣ୍ୟ, ପୋଷାକ, ଅଳଙ୍କାର, ଆପଦ ମସ୍ତକ ଦିଖିଲେ ଯେକେହି ଠିକ ବୁଝିପାରିବ ସମ୍ଭ୍ରାନ୍ତ ପାରିବାରର ବୋହୂଟିଏ ନିଶ୍ଚୟ | ସୁନ୍ଦର ସାବଲୀଳ ଧୀର କଥା, ମାର୍ଜିତ ପରିଭାଷା, ତାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଥିଲା | ଅବିନାଶ ପ୍ରଥମେ ମୁଣ୍ଡକୁ ନୁଆଇ ଠିଆ ହୋଇଥିଲା, ପରେ କଥା ସରିତା ସାମ୍ନାରେ ଅବାକ ହୋଇ ନିର୍ଣ୍ଣିମେଶ ନୟନରେ ସିପ୍ରାର ମୁହଁକୁ ଚାହିଁ ରହିଥିଲା | ସେତିକିବେଳେ ଅନ୍ୟ ଜଣେ କେହି ସେଠାକୁ ଆସି ଦୁହିଁଙ୍କୁ ଚାହିଁଲେ, ସିପ୍ରାକୁ ପଚାରି ବୁଝିଲେ ଏ ବନ୍ଧୁ କିଏ ସିପ୍ରା | ସେ କେବେ ଅବିନାଶକୁ ପୂର୍ବରୁ କୌଣସି ଠାରେ ଏତେ ଅନ୍ତରଙ୍ଗ ଭାବେ ଦେଖି ନ ଥିଲେ | ସିପ୍ରା ପ୍ରତ୍ୟୁତ୍ତରରେ ଜଣାଇଲା ଏ ଅନ୍ୟ କେହି ନୁହଁ ମୋର ସମ୍ମାନ ବିଷୟ ସହପାଠୀ ଅବିନାଶ | ଏହାଙ୍କ ବିଷୟରେ ମୁଁ ତୁମକୁ ବହୁ ବାର କହିଛି, ମୋର କେତେ ଘନିଷ୍ଠ ସହପାଠୀ ଥିଲେ ଓ ମୋତେ ପାଠପଢ଼ାରେ ବହୁ ସାହାଯ୍ୟ କରିଛନ୍ତି | ମୁଁ ମନେ ମନେ ଖୋଜୁଥିଲି, ଆଶା ବିଶ୍ୱାସ ଥିଲା କେବେ ବି ଜୀବନରେ ଦେଖା ହେବ | ଏବେ ସେହି ମୁହୂର୍ତ୍ତ ଆସିଯାଇଛି |

ଏତିକିରେ ସିପ୍ରା ନିଜ ସ୍ୱାମୀ ଅନିମେଷ କୁ ଅବିନାଶ ସହ ଚିହ୍ନା କରାଇଲା | ଦୁହେଁ କର ମର୍ଦନ କଲେ, ଅନିମେଷ କହି ଉଠିଲେ Nice meeting you ଓ ମୁଚୁକୁନ୍ଦ ହସଟେ ହସି ଦେଲା ଅବିନାଶ | ଠିକ ଏତିକି ବେଳେ ବାଜି ଉଠିଲା ଅବିନାଶ ର ମୋବାଇଲ | ଅବିନାଶ ଦମ୍ପତ୍ତିଙ୍କୁ ଅନୁମତି ମାଗି ମୋବାଇଲ ରେ କଥା ହେଲେ ଓ ସେଠାରୁ ଗୁରୁତ୍ୱପୂର୍ଣ କାମ ଦେଖାଇ ଚାଲି ଆସିଲା | ସେଠାରୁ ଆସୁଆସୁ କଣେଇ ଚାହିଁ ଦେଖେ ସିପ୍ରା ଓ ସ୍ୱାମୀ ଅବିନାଶର ଫେରିବା ବାଟକୁ ଚାହିଁ ରହିଛନ୍ତି |

ଅବିନାଶ ସେଠାରୁ କେମିତି ଖସିବ ଭାବି ମଉକା ଖୋଜୁଥିଲା, ଭଲ ହେଲା ଠିକ ସମୟରେ ମୋବାଇଲ ଟି ସାହାଯ୍ୟ କଲା | ରାସ୍ତାରେ ଆସିଲା ବେଳେ କଲେj ସମୟର ସବୁ କଥା ଭାବିଲା | କେମିତି ସାକ୍ଷାତ ହେଲା ସିପ୍ରା ସହ | ଅବିନାଶ ସହ ମିଶିଲା ପରେ ସିପ୍ରା ନିଜ ସମ୍ମାନ ବିଷୟର ପରିବର୍ତ୍ତନ କରି ଅବିନାଶ ସହ ସହପାଠୀ ହେବା, ହସ ମଉଜ, ପାଠ ପଢା ସାଙ୍ଗଜୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା, ସେମିନାର ରେ ସନ୍ଦର୍ଭ ପାଠ, ଇତ୍ୟାଦି | ସିପ୍ରା ଏତେ ରକ୍ଷଣଶୀଳା ଥିଲା ଯେ ସେ କାହା ସହ ମିସୁନଥିଲା, କେବଳ ଅବିନାଶ ହିଁ ତାର ଏକ ମତ୍ର ଭରସା | ଏମିତି କିଛି ଦିନ ଗଲାପରେ କେଉଁଦିନ ଅବିନାଶ କଲେଜ ରେ ଅନୁପସ୍ଥିତ ରହିଲେ ସେଦିନ ସିପ୍ରା କଲେଜ ରୁ ଘରକୁ ଫେରିଆସେ, ଏ କଥା ସାଙ୍ଗମାନେ ଅବିନାଶର ନଜରକୁ ଆଣିଲେ | କଲେଜ ସାରା ପିଲା ଏ ଦୁହିଁଙ୍କ ଘନିଷ୍ଠତା କୁ ଅନୁଭବ କରି ସିପ୍ରାର ନିକଟତର ହେବାକୁ ଅନେକ ଚେଷ୍ଟା କରିଛନ୍ତି, କିନ୍ତୁ ପାରିନାହାନ୍ତି | ଏମିତିରେ ଅନେକ ଘନିଷ୍ଦୁହିଁଙ୍କୁ ଚାଲେ | ଲମ୍ବା ଛୁଟି ରେ ଗ୍ରୀଷ୍ମ ଛୁଟି, ଶୀତ ଛୁଟି ରେ ଦୁହେଁ ପରସ୍ପରକୁ ମନେ ପକାନ୍ତି | ପ୍ରକାରାନ୍ତରେ ଦୁହେଁ ଦୁହିଁଙ୍କୁ ହୃଦୟରୁ ଭଲ ପାଇ ବସିଥିଲେ | ଏମିତି ସ୍ନାତକ ର ତିନି ବର୍ଷ ସରିଗଲା, ରେଜଲ୍ଟ ବାହାରିଲା, ଦୁହେଁ ଭଲ ନମ୍ୱର ରଖି ସମ୍ମାନର ସହ ଉତ୍ତୀର୍ଣ ହୋଇଛନ୍ତି | ନିଜର ସାର୍ଟିଫିକେଟ ନେଇ ଅବିନାଶ ସ୍ନାତକତ୍ତର ପଢିବା ପାଈଁ ଲାଗି ପଡିଲା | ମନେ ମନେ ସିପ୍ରାକୁ ଖୋଜୁଥାଏ | ତେଣେ ପାଠ ପଢ଼ାରେ ମନ | ସ୍ନାତକତ୍ତର ଶେଷ କରି ଭଲ ଚାକିରିଖଣ୍ଡେ କରିବ, ବାପା ମାଆଙ୍କ ଦୁଃଖ ଯିବ | ଏତିକିରେ ସେ ଶୁଣିବାକୁ ପାଇଲା ସିପ୍ରାର ବାପା ଏହି ସହରରୁ ସୁଦୂର ଏକ ସହରକୁ ବଦଳି ହୋଇଯାଇଛନ୍ତି | ଦୌଡ଼ି ଯାଇ ତାଙ୍କୁ ସରକାରୀ କ୍ଵାଟରରେ ଯାଇ ବୁଝେ ତ ଜାଣିବାକୁ ପାଇଲା ସେମାନେ ସେଠାରୁ କେବେଠୁ ଚାଲି ଗଲେଣି | ସ୍ମୃତି ତ ପାଉଁଶ ତଳର ନିଆଁ ଦକ ଦକ ହୋଇ ଜଳୁଥିବ | ନିଜକୁ ଧିକ୍କାର କରି ସେହି ଦିନଠୁଁ ଅବିନାଶ ସିପ୍ରାର ମୁହଁକୁ ରୁପାଜହ୍ନ ପରି ମନର ନିଭୃତ କୋଣରେ ସାଇତି ରଖିଛି | ଅବିନାଶ ହୃଦୟ ମନ ସବୁ ସିପ୍ରାକୁ ଦେଇଦେଇ ମନେ ମନେ ଭାବୁଛି "ଭୁଲ ହୋଇଗଲା ତୋତେ ଭଲପାଇ" | ଇତି ମଧ୍ୟରେ ବହୁ ବର୍ଷ ବିତିଯାଇଛି, ଉଭୟେ ଗୋଟେ ହାତରୁ ଆର ହାତକୁ ହୋଇ ଘର ସଂସାର କରିଛନ୍ତି କିନ୍ତୁ ମନ ତଳେ ସେଇ ସ୍ମୃତିସବୁ ଉଜ୍ଜୀବିତ ହୋଇ ରହିଛି |



Rate this content
Log in

Similar oriya story from Romance