STORYMIRROR

Dr. Rajib Lochan Panigrahy

Classics Fantasy Inspirational

3  

Dr. Rajib Lochan Panigrahy

Classics Fantasy Inspirational

ତେନ୍ତୁଳିର ଉପକାର

ତେନ୍ତୁଳିର ଉପକାର

3 mins
6

     ତେନ୍ତୁଳି ଆମ ବାଡ଼ି ବଗିଚା, ଚାଷୀର ଖଳା ରେ ଅଢା କରାଯାଇଥାଏ | ସେହି ଗଛ ଏକ ସ୍ଥାୟୀ ବୃକ୍ଷ ଅଟେ | ଦୀର୍ଘାସ୍ଥାୟୀ ଓ ଶୁଦ୍ଧୃଢ଼ ତାର କାଣ୍ଡ ହୋଇଥାଏ | ବହୁ ପଶୁ ପକ୍ଷୀ ଏହାର କାଣ୍ଡ ଓ ଗଣ୍ଡିରେ ବସବାସ କରିଥାନ୍ତି | ଏହି ବୃକ୍ଷର ଛୋଟ ଛୋଟ ପତ୍ର ରହିଥାଏ | ସେହି ପତ୍ର ର ସ୍ୱାଦ ଖଟା ବା ଆମ୍ବିଳା ଲାଗେ | ଛୋଟ ଛୁଆମାନେ ତେନ୍ତୁଳି ବୃକ୍ଷର କଅଁଳ ପତରକୁ ଲୁଣ, ଲଙ୍କା ପକାଇ ପଥରରେ ଛେଚି ଖାଇ ଆନନ୍ଦ ଉଠାଇଥାନ୍ତି | ଏହା ମାଗଣାରେ ମିଳିଯାଇଥାଏ | କେହିକେହି ଏହିପତ୍ରକୁ ଘରକୁ ଆଣି ସେଥିରେ ଲଙ୍କା, ଲୁଣ ମିଶାଇ ପଥର ଶୀଳ ରେ ବାଟି ମେଥି, ମାଧୁରୀ, ଇତ୍ୟାଦି ଛୁଙ୍କ ପକାଇ ସୁନ୍ଦର ଚଟଣି ପ୍ରସ୍ତୁତ କରାଯାଏ ଯାହା ଗରିବ ଲୋକର ଭାତ ସହ ଚାଖଣା ଓ ଧନିଙ୍କର ପିଲାବେଳର ସ୍ମୃତି ଅବା ପୁଷ୍ଟି ଚିନ୍ତା | ତେନ୍ତୁଳି ଗଛରେ ଭୁଲ ହୁଏ, ସେହି ଫୁଲକୁ ଅନୁରୂପ ରୂପରେ ଖାଇଥାନ୍ତି | ତେନ୍ତୁଳି ଏମିତି ଏକ ପଦାର୍ଥ ଯାହାର ନାମ ଶୁଣିଲେ ପାଟିରୁ ଲାଳ ଅପାତତଃ ଝରିଆସେ | ଜ୍ୱର ଥଣ୍ଡା ପରେ ପାଟିକୁ ଖାଦ୍ୟ ଖାଇବାକୁ ଇଛା ନ ହେଲେ ତେନ୍ତୁଳି, ଲୁଣ, ଲଙ୍କା, ତୋରାଣି ପକାଇ ଭାତସହ ଖାଇଲେ ରୁଚିପୂର୍ଣ୍ଣ ହୋଇଥାଏ | କୌଣସି ବ୍ୟକ୍ତି ଦେହରେ ସଂକ୍ରମଣ ଜନିତ ଫୋକା ହେଲେ ଆମ୍ବିଳା ତୋରାଣିରେ ତେନ୍ତୁଳି ଘୋଳକରି ପିଇବାକୁ ଦେଲେ ସଂକ୍ରମଣ ଭଲ ହୋଇଯାଇଥାଏ | ଶୀତ ଋତୁରେ ଦେହରେ ପିତ୍ତବୃଦ୍ଧି ହୋଇଥାଏ, ସେତେବେଳେ ଏହି ତୋରାଣିପାଣି ଦେଶୀ ଉପାୟରେ ଚିକିତ୍ସା ପାଈଁ ପିଆଯାଏ | ପାରମ୍ପରିକ ଖାଦ୍ୟରେ, ପୂଜା ପର୍ବାଣୀରେ, ଘରକୁ ଅତିଥି ଆସିଲେ ଖାଦ୍ୟରେ ତେନ୍ତୁଳି ମଣ୍ଡ ଦେଇ କଖାରୁ, ପାଣିକଖାରୁ, ଖଡା, ତରୁ, ଅମୃତଭଣ୍ଡା, କଞ୍ଚା କଦଳୀ, ସରୁ, ଦେଶୀ ଆଳୁ /ମାଟି ଆଳୁ, ବାଇଗଣ, ତୋରଡ଼ା/କୁନ୍ଦୁରୁ, ପ୍ରଭୃତି ପକାଇ ଆମ୍ବିଳ କରାଯାଏ | ସେଥିରେ ବହୁ ରୋଗ ନିବାରଣ ହୋଇଥାଏ | ମଣିଷ ଶରୀରରେ ବାତ, ପିତ୍ତ, କଫ ତିନୋଟି ରୋଗ ପ୍ରମୁଖ ହୋଇଥାଏ | ତ୍ରିଦୋଷ ନାଶକ ଭାବେ ତେନ୍ତୁଳି ଖଟା ଖାଇବା ଚଳଣି ଅଛି | ଆଜିକାଲି ତେନ୍ତୁଳି ଗଛ ଲୋପପ୍ରାୟ ହେବାକୁ ବସିଲାଣି ଓ ପ୍ରାୟତଃ ଲୋକମାନେ ଟମାଟ ଖଟା ଖାଇଥାନ୍ତି |ତେନ୍ତୁଳି ଅମ୍ବିଳ ବ୍ୟତୀତ ଆଚାର, ଗୁପଚୁପ ପାଣି, ଇତ୍ୟାଦିରେ ବ୍ୟବହାର ହୁଏ | ଆନ୍ଧ୍ର ତଥା ଦକ୍ଷିଣ ଭାରତ ରାଜ୍ୟମାନଙ୍କରେ ଅଧିକ ଖଟା ଖାଉଥିବା ହେତୁ ତେନ୍ତୁଳି ର ଅଧିକ ବ୍ୟବହାର ହୁଏ | ସେମାନେ ଭାତରେ କିଛି ଗୁଣ୍ଡ ମିଶାଇ ଖାଇଥାନ୍ତି ଯାହା ଚଣା, ଭୂଷଣ୍ଡ ପତ୍ର, ଇତ୍ୟାଦିରେ ତିଆରି ହୋଇଥାଏ ଯେଉଁଥିରେ ଶୁଖିଲା ତେନ୍ତୁଳି ମିଶାଯାଇଥାଏ ଓ ଯାହାର ସ୍ୱାଦ ବହୁତ ଭଲ ଲାଗେ | କାର୍ତ୍ତିକ ମାସରେ ହବିଷ୍ୟାଳିମନେ ତେନ୍ତୁଳି ଗଛର କଞ୍ଚା ଫଳ ଯଥା କୟାଁ ବ୍ୟବହାର କରିଥାନ୍ତି | କୟାଁ କୁ ଲୁଣ, ଲଙ୍କା ଦେଇ ଛେଚି ଖାଇବାର ସ୍ୱାଦ ଅଲଗା | ତେନ୍ତୁଳି ଶୀତଦିନ ଶେଷରେ ବା ଗ୍ରୀଷ୍ମ ଦିନ ବେଳକୁ ପାଚିଥାଏ | ପାଚିଲା ତେନ୍ତୁଳି ର ଗୋଟିଏ ଶୁଖିଲା ଚୋପା ଥାଏ ତାହାକୁ ଛଡାଇ ତେନ୍ତୁଳି ଆଦାୟ କରାଯାଏ | ପାଚିଲା ତେନ୍ତୁଳି ଭିତରୁ ମଞ୍ଜି ବାହାର ତାହାକୁ ଆପୁଚି ମଧ୍ୟ ଜୁହାଯାଏ | ସେହି ଆପୁଚି ମଧ୍ୟ ବିଭିନ୍ନ ପ୍ରକାର ଔଷଧ ରୂପେ ବ୍ୟବହାର କରାଯାଏ | ଏମିତିକି ଆପୁଚି କୁ ବାଫାମ ଭାଜିଲା ଭଳି ଭାଜି ଦେଲେ ତାହାର ଟାଣ ଚୋପା ବାହାରିଯାଏ, ଚୋବାଇ ଚୋବାଇ ଖାଇବାକୁ ଭଲ ଲାଗେ, ଚୋବେଇବାକୁ ଭଲ ନ ଲାଗିଲେ ବା କଷ୍ଟ ହେଲେ ରାତିରେ ବତୁରାଇ ସକାଳୁ ଖାଇଲେ ବେ ଭଲ ଲଗେ | ତେନ୍ତୁଳି ଓ ତେନ୍ତୁଳି ମଞ୍ଜି ବା ଆପୁଚି ରେ ବହୁ ପୋଷାକତତ୍ତ୍ୱ ରହିଛି | ଆପୁଚି ମଞ୍ଜିର ଗୁଣ୍ଡ ଏତେ ଶକ୍ତ ଯେ ସେଥିରେ କୌଣସି ମୁର୍ତ୍ତି ତିଆରି କରି ଶୁଖିଗଲା ପରେ ଲୁହାଠୁବି ଅଧିଜ ଶକ୍ତ ହୋଇଯାଇଥାଏ | ଭାଙ୍ଗିଯାଇଥିବା ହାଡକୁ ଯୋଡିବା ପାଈଁ ଆପୁଚି ମଞ୍ଜିର ଗୁଣ୍ଡ କୁ ବ୍ୟବହାର କରାଯାଇପାରେ | ପୁରାତନ ଆୟୁର୍ବେଦ ଶାସ୍ତ୍ରରେ ଏଭଳି ବହୁତ ପ୍ରଚଳନ ଥିଲା | ଅଫଳନ୍ତି ତେନ୍ତୁଳି ଗଛର ଡାଳଟିଏ ବା ଚେରକୁ କୌଣସି ମଙ୍ଗଳବାର, ଶନିବାର ଅବା ସଂକ୍ରାନ୍ତି ତିଥିରେ ପ୍ରତ୍ୟୁଷରୁ ଆଣି ଗଙ୍ଗା ଜଳରେ ଧୋଇ ପୂଜା ଘରେ ରଖି ଭକ୍ତି ପୂର୍ବକ ପୂଜା କଲେ ଘରେ ଲାଗିରହିଥିବା ଅର୍ଥାଭାବ ଦୂର ହୋଇଥାଏ | ତାନ୍ତ୍ରିକମାନେ ତନ୍ତ୍ର ସାଧନାରେ ତେନ୍ତୁଳି ଗଛକୁ ବ୍ୟବହାର କରିଥାନ୍ତି | ତେନ୍ତୁଳି ରେ ହାଡ଼ ଶକ୍ତ ହେବ, ଗଣ୍ଠି ଫୁଲ ବା ବିନ୍ଧା ଭଲ ହୁଏ, ପେଟ ସଫା ପାଈଁ ତେନ୍ତୁଳି ର ବ୍ୟବହାର କରାଯାଏ | ପିତ୍ତଳ, କଂସା ବାସନ ଓ ଘରେ ମନ୍ଦିରରେ ପୂଜା ପାଉଥିବା ମୁର୍ତ୍ତି କୁ ଉଜ୍ବଳ କରିବାକୁ ଭଲ ମାଟି ସହ ତେନ୍ତୁଳି ମିଶାଇ ମାଜିଲେ ନୂଆଁ ଭଳି ଦିଶେ | ପୂର୍ବଜ ମାନେ ତେନ୍ତୁଳି କୁ ନିଜ ଖାଦ୍ୟ, ଔଷଧ ଭାବେ ବ୍ୟବହାର କରି ସୁସ୍ଥଥିଲେ | ଏବେ ଆମେ ତେନ୍ତୁଳି ବ୍ୟବହାର ନ କରି ବିଭିନ୍ନ ରୋଗର ଆକ୍ରାନ୍ତ ହେଉଛନ୍ତି | ତେଣୁ ବୈଦ୍ୟମାନେ କହନ୍ତି ସପ୍ତାହକୁ ଥରେ ଅନ୍ତତଃ ଖାଦ୍ୟରେ ସାମିଲ କରନ୍ତୁ | ଏଥିରେ କାଲସିଅମ, ମାଗ୍ନେସିଅମ, ଭିଟାମିନ ଏ, ବି, ଇ, ପୋଟାସିଅମ, ଲୌହ, ଫସଫରସ, କାର୍ବୋହାଇଡ୍ରେଟ, କେରୋଟିନ, ଇତ୍ୟାଦି ଭରପୁଟ ଥିବାର ବୈଜ୍ଞାନିକମାନେ ଗବେଷଣା କରିଛନ୍ତି | ତେଣୁ ତେନ୍ତୁଳି ମଣିଷ ଜୀବନର ଏକ ମୁଖ୍ୟ ଖାଦ୍ୟ ହେବା ସର୍ବାଦୌ ଭଲ |



Rate this content
Log in

Similar oriya story from Classics