Dr. Rajib Lochan Panigrahy

Abstract Horror Inspirational

3  

Dr. Rajib Lochan Panigrahy

Abstract Horror Inspirational

ବିଶ୍ୱ ତାପନ ର କୁପ୍ରଭାବ

ବିଶ୍ୱ ତାପନ ର କୁପ୍ରଭାବ

4 mins
190


ବିଶ୍ବ ତାପନ ଏକ ବ୍ୟାପକ ବିଷୟ ହୋଇସାରିଛି । ଏହା ବିଶ୍ୱ କୁ ଘାତକ ହେବାକୁ ଯାଉଛି | ବିଶ୍ବର ଅଧିକାଂଶ ବ୍ୟକ୍ତି ଶିକ୍ଷିତ ଅବା ଅଶିକ୍ଷିତ ସମସ୍ତେ ଭୂପୃଷ୍ଠ ତାପ ବୃଦ୍ଧି ଠିକ୍ ଅନୁଭବ କରିସାରିଲେଣେ । ଏହାର ଆସୁ ସମାଧାନ ସହଜରେ ହେବା କଷ୍ଟସାଧ୍ୟ , କାରଣ ଏହା ଗୋଟିଏ ଦିନରେ ହୋଇଯାଇ ନାହିଁ । ଏହାର ଦୁଇଟି କାରଣ ରହିଛି ଯଥା ପ୍ରାକୃତିକ ଓ ମନୁଷ୍ୟକୃତ । ପ୍ରାକୃତିକ ଭାବେ ଭୂପୃଷ୍ଠ ତାପନ ବୃଦ୍ଧି କୁ ଆମେ ରୋକିପାରିବା ନାହିଁ ଯଥା ଅଗ୍ନେୟଗୀରି ଉଦ୍ଗିରଣ, ପବନରେ ବଣରେ ଗଛକୁ ଗଛ ଘସି ଅଗ୍ନି ସୃଷ୍ଠି ହୋଇ ଜଙ୍ଗଲ ଜଳିବା ବା ଘଡ଼ଘଡି ର ବିଜୁଳୀ ମାରିବା ଦ୍ବାରା ବଣ ଜଳିବା, ଭୂତଳ ତେଲ ଖଣି ରେ ବାୟୁ ସମ୍ପର୍ଶରେ ଆସି ବା କୌଣସି କାରଣରୁ ଜଳି ଭପୃଷ୍ଠ ତାପମାତ୍ରା ବୃଦ୍ଧି ହୋଇଥାଏ । ଏହା କମ ସଙ୍ଖ୍ୟାରେ ହୋଇଥାଏ । କିନ୍ତୁ ମନୁଷ୍ୟକୃତ ବିଶ୍ବ ତାପନ ବୃଦ୍ଧି ଅସମ୍ଭାଳ ପରିସ୍ଥିତି ସୃଷ୍ଠି କରିଛି ଯାହା ବରଫ ପାହାଡମାନ ତରଳାଇ ସମୁଦ୍ର ଜଳ ସ୍ଥରକୁ ବଢାଇ ଦେଉଛି । ଅତ୍ୟଧିକ କଳକାରଖାନା, ଗାଡ଼ି ମୋଟର ବ୍ୟବହାର, ଜନସଂଖ୍ୟା ଦୃତ ବୃଦ୍ଧି ଜନୀତ ଜଙ୍ଗଲକ୍ଷ୍ୟୟ, ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପ୍ରଭୃତି ଭୂପୃଷ୍ଠ ତାପନ ଦୃତ ବୃଦ୍ଧିର କାରଣ ଅଟେ । ବିଶ୍ବ ତାପନ ଏବେ ମାନବ ସମାଜକୁ ସତର୍କଘଣ୍ଟି ହୋଇସାରିଛି ତଥାପି ମନୁଷ୍ୟ ଅବା ସରକାର ଚେତୁ ନାହାଁନ୍ତି । ସମସ୍ତେ ନିଜ ନିଜ ଆବଶ୍ୟକତ ପୂରଣ କରିବା ରେ ବ୍ୟସ୍ତ । ବିଶ୍ବ ତାପନ ସମସ୍ତ ଜନ ସମାଜର, ସାମଗ୍ରିକ ଭାବେ ସମସ୍ତେ ଏଥିପ୍ରତି ସଜାଗ ନରହିଲେ ଏବେତ ୫୦ ଡିଗ୍ରୀରୁ ଅଧିକ ତାପମାତ୍ରା ଭୋଗି ସାରିଲେଣି ଯେଉଁ ତାପମତ୍ରାରେ ଚୁଲି ଉପରର ଜଳ ବାଷ୍ପ ହେବା ଆରମ୍ଭ କରେ । ସଦ୍ୟ ଖବର ରୁ ଜଣାଯାଏ ଆଣ୍ଟାର୍କାଟିକା ରେ ଥିବା ବିଶ୍ବର ବୃହତ୍ତମ ଆଇସବର୍ଗ ବା ବରଫ ପାହାଡ ଯାହାର ୧୭୦ କିଲୋମିଟର(୧୦୫ ମାଇଲ), ପ୍ରସ୍ଥ ୨୫ କିଲୋମିଟର (୧୫.୫ ମାଇଲ) । କିଛିଦିନ ପୂର୍ବେ ଏଠାରେ ଥିବା ବିଶ୍ବର ବଡ଼ ହିମଖଣ୍ଡ ଭାଙ୍ଗିଯାଇଛି । ୟୁରୋପୀୟ ସ୍ବେସ୍ ଏଜେନସି (ଇ ଏସ୍ ଏ) ପକ୍ଷରୁ ୧୯ ମେ ୨୦୨୧ ରେ କୁହାଯାଇଛି ଯେ ଆଣ୍ଟାର୍କାଟିକାର ଓ୍ବେଡେଇ ସାଗରରେ ଥିବା ରୋନ ଆଇସ ସେଲର ପଶ୍ଚିମ ପାର୍ଶ୍ବକୁ ଥିବା ବରଫ ପାହାଡ ଭାଙ୍ଗିଯାଇଛି । ଏହି ବିରାଟ ବରଫ ଖଣ୍ଡର ଆକାର ମ୍ୟାନହଟାନର ୮୦ ଗୁଣରୁ ଅଧିକ ।ହେବ । ବରଫ ପାହାଡ ଗୁଡିକ ଭୂପୃଷ୍ଠ ତାପମାତ୍ରା ସନ୍ତୁଳନରେ ସାହାଯ୍ୟ କରିଥାନ୍ତି । କିନ୍ତୁ ବିଶ୍ବ ତାପନ ଏତେ ମାତ୍ରାରେ ବୃଦ୍ଧି ହୋଇଛି ଯେ ଵୃହତ ହିମଖଣ୍ଡ, ବରଫ ପାହାଡ ଗୁଡ଼ିକ ତରଳିବାରେ ଲାଗିଲେଣି ଯାହା ସମୁଦ୍ର ଜଳ ପତ୍ତନକୁ ବଢାଇବ ଓ ସମୁଦ୍ର ଜଳ ଜନ ବସତି ମୁହାଁ ହେବ କାରଣ ଜଙ୍ଗଲ କ୍ଷୟ ଓ ଜନବସତି ତଥା କଳକାରଖାନା ର ବର୍ଜ୍ୟବସ୍ତୁ ନଦୀରେ ଛାଡିବା ହେତୁ ତାହ ସମୁଦ୍ର ଗର୍ଭକୁ ଉଚ୍ଚା କରିଚାଲିଛି । ବିଶ୍ବ ତାପନ ଓ ଏହାର କ୍ରମ ବୃଦ୍ଧି ହେତୁ ସମୁଦ୍ର, ନଦୀ ଓ ଅନ୍ୟାନ୍ୟ ଜଳ ଉତ୍ସର ଜଳକୁ ବାଷ୍ପିଭୂତ କରି ଆକାଶ କୁ ଚାଲିଯାଏ କିନ୍ତୁ ତାହା ଘନିଭୂତ ହୋଇନପାରି ଅନାବୃଷ୍ଟିରେ ପରିଣତ ହୁଏ । ଏହି ସମସ୍ୟା ଏତେ ମାତ୍ରାରେ ବଢି ଗଲାଣି ଯେ ବର୍ଷା ଋତୁ, ମୌଷୁମୀ ବାୟୁକୁ ଜନ ସମାଜ ଭୁଲି ଗଲେଣି । ଏମିତି ବହୁ ଦିନ ହେଲେ କବକ ଜନୀତ ରୋଗ ଭୂପୃଷ୍ଠକୁ କବଳିତ କରିବ । ବିଶ୍ବ ତାପନ ହେତୁ ଛଅଟି ଋତୁ ମଧ୍ୟରୁ ପ୍ରାୟ ବର୍ଷସାରା ଗ୍ରଷ୍ମ ଋତୁକୁ ହିଁ ଅନୁଭୂତ ହୁଏ । ବର୍ଷା ଓ ଶୀତ ଋତୁ ସାମାନ୍ୟ କିଛି ଦିନ ପାଇଁ ଅନୁଭୂତ ହୁଏ । ବର୍ଷାଋତୁରେ ମୌଷୁମୀ ବର୍ଷା ଆଉ ହେଉ ନାହିଁ ଯାହା ହେଉଛି ତାହା ଲଘୁଚାପ ବର୍ଷା । ଏହି ଲଘୁଚାପ ବର୍ଷା ଏମିତି ହୁଏ ଯେ ବନ୍ୟା ପରିସ୍ଥ ସୃଷ୍ଟି ହୁଏ । ଛ ଋତୁର ସର୍ଜନା ଅନାଦି କାଳରୁ ହୋଇଆସିଛି, ଯାହା ଭୂପୃଷ୍ଟର ସମସ୍ତ ଜୀବଜଗତର ମଙ୍ଗଳ କରିଥାଏ । ସେହି ଅନୁସାରେ ଫସଲ ଯାହା ମଣିଷ ଶରୀରକୁ ଆବଶ୍ୟକ ହୋଇଥାଏ । ଏବେ କିନ୍ତୁ ଫସଲ ଆଦାୟ ହୋଇପାରୁଛି ଯାହା ରାସାୟନିକ ସାର ଓ ଔଷଧ ଶିଞ୍ଚନ ଦ୍ବାରା ସଫଳ ହୋଇଥାଏ , ସେହି ପରିବା ବା ଶସ୍ୟ ଆମେ ଖାଇଥାଉ ସେଥିରେ ଷୁଷ୍ଟି କମ୍ ରାସାୟନିକ ଔଷଧ ବା ପୋକମରା ବିଷ ଅଧିକ ଥାଏ । ଏହା ହିଁ ମଣିଷ ଦେହରେ ବିଭିନ୍ନ ଜଣା, ଅଜଣା ରୋଗ ସୃଷ୍ଠି କରେ । ଏହା ପୁଣି ବାୟୁ, ଜଳ, ମୃତ୍ତିକା ପ୍ରଦୂଷଣର କାରଣ ହୋଇଥାଏ । ଏହି ପ୍ରଦୂଷଣ ପୁଣି ବିଶ୍ବ ତାପନରେ ସାହାଯ୍ୟ କରିଥାଏ । ବିଶ୍ବ ତାପନ ହେତୁ ଅନାବୃଷ୍ଟି, ଅଳ୍ପବୃଷ୍ଟି, ଅତିଵଷ୍ଟି, ବାଦଲ ଫାଟିବା, ବରଫ ପାହାଡ ତରଳିବା, ଭୂସ୍କଳନ, ଅତଡା ଖସିବା, ପ୍ରଭୃତି ବିପର୍ଯ୍ୟୟ ମାନ ସୃଷ୍ଠି ହୁଏ । ବିଶ୍ବ ତାପନ ହେତୁ ଭୂପୃଷ୍ଠକୁ ସୂର୍ଯ୍ୟଙ୍କ ତୀର୍ଯ୍ୟକ ରଶ୍ମୀ ବା ଅତି ବାଇଗଣୀ ରଶ୍ମୀ ରୁ ରକ୍ଷ୍ୟା କରୁଥିବା ଓଜନ ସ୍ଥରରେ ଫାଟ ସୃଷ୍ଠି ଭୂପୃଷ୍ଟରେ ଥିବା ମଣିଷ ସମେତ ଇତର ଜୀବ ଜଗତକୁ ଅନିଷ୍ଟ ପହଞ୍ଚାଇବା ସହ ଏହା ଆହୁରି ବୃଦ୍ଧି ଭୂପୃଷ୍ଠକୁ ପୋଡି ଜାଳି ନଷ୍ଟ କରିଦେବ, ସମସ୍ତ ଜଳାଶ୍ରୟ ଶୁଖିଯିବ, ଅନ୍ୟ ଗ୍ରହ ଭଳି ପୃଥିବୀ ମଧ୍ୟ ଜୀବପଯୋଗୀ ହୋଇ ରହିବ ନାହିଁ । ବିଶ୍ବ ତାପନ ବାୟୁ ମଣ୍ଡଳରେ ଥିବା ଅମ୍ଳଜାନ କୁ ଉତ୍ତପ୍ତ କରି ଉର୍ଦ୍ଧ୍ବଗାମୀ କରିବାଦ୍ବାରା ଭୂପୃଷ୍ଠରେ ଥିବା ସମସ୍ତ ଜୀବଜନ୍ତୁଙ୍କୁ ଅମ୍ଳଜାନ ର ଅଭାବ ଅନୁଭୂତ ହେବା ସହ ଅମ୍ଳଜାନ ପ୍ରସ୍ତୁତକାରୀ ବୃକ୍ଷ୍ୟମାନଙ୍କୁ ରାତିରେ ଅମ୍ଳଜାନର ଅଭାବ ଅନୁଭୂତ ହେବ । ଆସ୍ତେଆସ୍ତେ ଯେଉଁ କିଛି ବୃକ୍ଷ୍ୟ ରହିଯାଇଥିବ ତାହା ମଧ୍ୟ ସମୂଳେ ଧ୍ବଂସ ହୋଇଯିବ । ଭୁପୃଷ୍ଠରେ ଜୀବଜଗତର ଆବସ୍ୟକତା ରହିଛି । ମନୁଷ୍ୟ ଏମିତି ଏକ ପ୍ରାଣୀ ଯାହାର ମୃତ୍ୟୂ ପରେ କୌଣସି ଅଙ୍ଗ ବା ଅଙ୍ଗ ବିଶେଷର ଆବଶ୍ୟକତା ପଡେ ନାହିଁ। କିନ୍ତୁ ପୃଥିବୀର ଏମିତି କୌଣସି ବୃକ୍ଷ, ଲତା, ଗୁଳ୍ମ, ପଶୁ, ପକ୍ଷୀ, ସରୀଶୃପ, ମତ୍ସ୍ୟାଦି ନାହିଁ ଯାହାର ଆବଶ୍ୟକତା ମନୁଷ୍ୟ ସମାଜକୁ ପ୍ରତ୍ୟକ୍ଷ ବା ପରୋକ୍ଷ୍ୟଭାବେ ଆବଶ୍ୟକତା ନାହିଁ । କିନ୍ତୁ ଜଙ୍ଗଲ କ୍ଷୟ, ପ୍ରଦୂଷଣ ବୃଦ୍ଧି ହେତୁ ବିଶ୍ବ ତାପନ ଜନୀତ ବୃକ୍ଷ, ଲତା, ପଶୁ, ପକ୍ଷୀ, ମତ୍ସ୍ୟାଦି, ଇତ୍ୟାଦି କମିକମି ଯିବା ସହ ସବୁ ଦିନ ଲୋପ ପାଇବାକୁ ବସିଲେଣି ଯାହା ପରିବେଷବିତମାନଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇସାରିଛି । ସେମାନଙ୍କ ଉପସ୍ଥିତି ମଧ୍ୟ ପରିବେଷ ସୁରକ୍ଷାର କାରଣ ହୋଇଥାଏ । ଏମିତି ଅନେକ ପ୍ରଭାବ ରହିଛି ଯାହା ବିଶ୍ବ ତାପନ ଜନୀତ ହୋଇଥାଏ । ବିଶ୍ବ ତାପନ ପରିବେଶ ପ୍ରଦୂଷଣର ପରବର୍ତ୍ତୀ ରୂପ, ଏହାର ଗୋଟିଏ ସମାଧାନ ସାମୁହିକ ଵୃକ୍ଷ ରୋପଣ । ଜଙ୍ଗଲ ସୁରକ୍ଷା, ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରର ଖୁବ କମ ପ୍ରଚଳନ, ଉତ୍ତାପ ସୃଷ୍ଠି କାରୀ କଳକାରଖାନା ଓ ଯନ୍ତପାତିର କମ ପ୍ରଚଳନ, ତାପଜ ବିଦ୍ୟୁତ କେନ୍ଦ୍ର କମାଇବା ବା ବନ୍ଦ କରିବା, ଜଙ୍ଗଲ ପୋଡି ରୋକିବା, ଇତ୍ୟାଦି ଯଦିଓ ଜନସଙ୍ଖ୍ୟା ବୃଦ୍ଧି ଜନୀତ ପ୍ରଦୂଷଣ ରୁ ବିଶ୍ବ ତାପନ କୁ ରୋକି ନପାରିଲେ ବି ନିୟନ୍ତ୍ରଣ କରି ମଣିଷ ବଞ୍ଚି ପାରିବ।


Rate this content
Log in

Similar oriya story from Abstract