STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ଜୀବନସାଥୀ

ଜୀବନସାଥୀ

4 mins
8

    ଜୀବନ ସାରା ପରସ୍ପର ହାତ ଧରାଧରି ହୋଇ ଚାଲିବାର ପ୍ରସ୍ତୁତିରେ ରହିବା ଯୋଡିକୁ ଜୀବନସାଥୀ କୁହାଯାଏ | ଏହା ମୁଖ୍ୟତଃ ସ୍ୱାମୀ ସ୍ତ୍ରୀକୁ ବୁଝାଏ | ସମାଜରେ ପୁଅଟିଏ ପ୍ରାପ୍ତ ବୟସ୍କ ହୋଇ ରୋଜଗାରକ୍ଷମ ହେଲେ ପରିବାର ଗଢିବାର ମନସ୍ଥ ହୋଇ ବିବାହ ବନ୍ଧନରେ ବାନ୍ଧିହୋଇ ସାରା ଜୀବନ ସାଥି ହେବାର ଶପଥ ନେଇଥାନ୍ତି | କେତେକ ଜୀବନ ସାଥୀ ଭଲ ପାଇ ସାଥି ହୋଇଥାନ୍ତି | ଅଧିକାଂଶ ଜୀବନ ସାଥି ପରିବାର, ବନ୍ଧୁବର୍ଗଙ୍କ ଦ୍ୱାରା ଖୋଜାହୋଇ ବୈଦିକରୀତି ରେ ବିବାହ ସମ୍ପନ୍ନ କରି ହୋଇଥାନ୍ତି | ପ୍ରତ୍ୟେକ ଜୀବନସାଥୀଙ୍କ ତିକ୍ତ ଅନୁଭୂତି ରହିଥାଏ | ବହୁ ବାଧା ବିଘ୍ନ ଆସିଥାଏ ଜୀବନେ ତାକୁ ସାମ୍ନା କରିବାକୁ ପଡେ, ଯାହାକୁ ଏଡେଇ ହେବ ନାହିଁ | କିଛି ଜୀବନସାଥୀଙ୍କ ଜୀବନେ ଏତେ ଝଡଝଞ୍ଜା ଆସେ ଯେ ସେମାନେ ଭାଙ୍ଗିପଡ଼ିଥାନ୍ତି, ଯାହା ଭାଗ୍ୟ ବୋଲି ବିବେଚନା କରାଯାଏ | ସେ ସବୁକୁ ପାଥେୟ କରି ଜୀବନ ବଂଚିବାକୁ ହୁଏ | ଏଣୁ ଓଡ଼ିଆରେ ପ୍ରବାଦଟିଏ ଅଛି -

"ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି" |

    କେତେ ଜୀବନସାଥୀ ବନ୍ଧନରେ ବାନ୍ଧି ହେଲା ପରେ ଯଦି ନିଜେ ଭଲ ପାଇ ବନ୍ଧନରେ ବାନ୍ଧି ହୋଇଛନ୍ତି ତେବେ ପାରିବାରିକ ବିଶୃଙ୍ଖଳା ଦେଖାଦେଇଥାଏ, ପ୍ରାୟତଃ ପରିବାରରୁ ସମ୍ପର୍କ କ୍ଷୁର୍ଣ୍ଣ ହୋଇଥାଏ | ବୈଦିକ ରୀତିନୀତିରେ ବାନ୍ଧି ହୋଇଥିବା ଜୀବନସାଥୀ କେବେ ପୈତୃକ ପରିବାର ପାଇଁ ବା କେବେ ନିଜ ପାଈଁ ଅନେକ ଝଡ଼ ଝଞ୍ଜା ସମ୍ଭାଳିବାକୁ ପଡିଥାଏ | ସେହି ସମୟରେ ଜଣେ ଅନ୍ୟକୁ ଆଶ୍ରା ହୋଇଥାନ୍ତି | ସେମାନଙ୍କ ମଧ୍ୟରେ ଯେଉଁ ପ୍ରେମ ବନ୍ଧନଥାଏ ଅସୁବିଧା ସମୟରେ ଜଣାପଡେ | ସ୍ୱାମୀ ସ୍ତ୍ରୀ ସଦାବେଳେ ପାଖେ ପାଖେ ରହିବାକୁ, ପ୍ରତ୍ୟେକ କଥା ଓ କାମ ପରସ୍ପର ମଧ୍ୟରେ ବାଣ୍ଟି ଚାଲିବାକୁ ଇଚ୍ଛା କରନ୍ତି, କିନ୍ତୁ ଅନେକ କଥା ପରସ୍ପରକୁ ଜଣେଇବାର ସୁବିଧା, ସୁଯୋଗ ଜୁଟି ନଥାଏ ବା ଜଣେଇବା ଗୌଣ ମନେକରିବା ସ୍ଥଳେ କେବେ କେବେ ଜୀବନସାଥୀ ମଧ୍ୟରେ ମନୋମାଳିନ୍ୟ ହୋଇଥାଏ | କେବେ ସ୍ୱାମୀ ସ୍ତ୍ରୀ କୁ ଆଉ କେବେ ସ୍ତ୍ରୀ ସ୍ୱାମୀକୁ ବହୁତ କଥା କହିଦେଇଥାନ୍ତି, ଏଥିରେ କୌଣସି ଜଣେ ବା ଉଭୟଙ୍କ ମନ କଷ୍ଟ ହୋଇଥାଏ | କେହି କାହାରିକୁ କହି ନ ପରିଲେ ମଧ୍ୟ ନିଜକୁ ହିଁ ମନେମନେ ଦୋଷୀ ସାବ୍ୟସ୍ତ କରିଥାନ୍ତି | ତେଣୁ ଜଣେ ହିନ୍ଦୀ କବି ବ୍ୟଙ୍ଗ କରି କବିତାଟିଏ ଦୂରଦର୍ଶନ କାର୍ଯ୍ୟକ୍ରମରେ ଗାଉଥିଲେ ଯେ (ଭାବାର୍ଥ) -

"ମୋ ସ୍ତ୍ରୀ ସବୁ ବେଳେ ମୋ ଉପରେ ରାଗରେ ଗରଗର ହେଉଥାଏ, ସବୁବେଳେ କହୁଥାଏ ତୁମ ହାତ ଧରିବା ଦିନରୁ ଜୀବନ ନର୍କ ହୋଇଗଲା, ମୋର ତୁମ ବିନା ବଂଚିବାକୁ ଭାରି ଇଚ୍ଛା, ଏମିତି ଅନେକ ଯେମିତି ସ୍ୱାମୀ ଆଉ ଦରକାର ନାହିଁ, କିନ୍ତୁ କଣେଇ କଣେଇ ମୁହଁକୁ ଚାହିଁ ଥାଏ, ସାମାନ୍ୟ ଚିନ୍ତା କଲାଭଳି ଲାଗିଲା ପାଖରେ ବସିପଦେ, ରାଗ ଗରଗର ହେଲେ ମୁଁ କିଛି ନ କହି ଚାଲିଗଲେ ବାହାରକୁ, ଟେଲିଫୋନେ କରି ପଚାରେ କେମିତି ଅଛ, ଖାଇଲକି, ଇତ୍ୟାଦି, ମୋ ଠୁ କିଛି ସାନ୍ତ୍ୱନାମୂଳକ ଉତ୍ତର ନମିଳିଲେ କହେ କଣ ରାଗିଛ କି ମୋ ଉପରେ, କେହି କଣ କହିଲେ କି, ଇତ୍ୟାଦି, ମୁଁ ଭାବେ ମୋର ଆଉ ଘରେ ଦରକାର ନାହିଁ, ଏମିତି ଅନେକ କିନ୍ତୁ ସାମାନ୍ୟ ଥଣ୍ଡାହେଲେ ତୁଳସୀ ଗଛମୂଳେ ଦୀପ ଲଗେଇ ଉତ୍ତମ ସ୍ୱାସ୍ଥ୍ୟ ମନାସେ |" 

     ଏମିତି ଅନେକ ବାଦବିବାଦ ଜୀବନସାଥୀ ମଧ୍ୟରେ ଲାଗିଥାଏ | ତେଣୁ ଜାଣିଲା ଲୋକ କହନ୍ତି ସ୍ୱାମୀ ସ୍ତ୍ରୀ ଙ୍କ ଗଣ୍ଡଗୋଳ ସଦାବେଳେ ଲାଗିଥାଏ, ଏଣୁ ସମାଧାନ କରିବାକୁ ସେମାନଙ୍କ ଭିତରେ କେବେ ପଶିବନାହିଁ, ଯଦି ପଶିଲ ତେବେ ନିଜେହିଁ ନିନ୍ଦିତ ହେବ, କାରଣ ସକାଳର ଗଣ୍ଡଗୋଳ ସନ୍ଧ୍ୟାକୁ ନଥିବ | ତେଣୁ କେହି କେହି କହନ୍ତି ଯେଉଁ ପତି ପତ୍ନୀ ଙ୍କ ମଧ୍ୟରେ ଗଣ୍ଡଗୋଳ ନାହିଁ, ସେମାନେ ଉଚିତ ଜୀବନସାଥୀ ହେବାର କିଛି ଅଭାବ ଅସୁବିଧା ରହିଥାଏ | ଏହା ସମ୍ପୂର୍ଣ୍ଣ ଠିକ ନୁହଁ | 

     ଦିନେ ଏମିତି ଗୋଟିଏ ଗଣ୍ଡଗୋଳ ରେ ନିଜ ଛୁଆ ନିରେଖି ଦେଖୁଥିଲା, ଜଣେ ସମ୍ପର୍କୀୟ ତାକୁ ପଚାରିଲେ ଏମାନେ ଏମିତି କଣ ହେଉଛନ୍ତି, ସେ ଛୁଆ ଉତ୍ତର ଦେଲା ଏହା ଗଣ୍ଡଗୋଳ ଖେଳ, ସମ୍ପର୍କୀୟ ବୁଝିଗଲେ ସେଠାରୁ ପ୍ରସ୍ଥାନ କଲେ | ଦିନେ ଖେଳ ପଡିଆରେ ଆମେ କିଛି ସାହିତ୍ୟିକ ବନ୍ଧୁ ପ୍ରାତଃ ଭ୍ରମଣ କରୁ କରୁ ଭେଟ ହୋଇ କଥା ହେଉଥାଉ, ଜଣେ ମହିଳା ଜଣେ ପୁରୁଷଙ୍କୁ ଚଲାବୁଲା କରିବାକୁ ଆଣିଛନ୍ତି, ଏହା ଜଣେ ବନ୍ଧୁଙ୍କ ନଜରରେ ପଡିଲା | ପୁରୁଷ ଜଣଙ୍କ ଚାଲି ପାରୁନଥାନ୍ତି, ପକ୍ଷାଘାତ ରୋଗରେ ଗୋଟିଏ ହାତ, ଗୋଟିଏ ଗୋଡ଼ ଚାଲୁନଥାଏ, ପାଟି ବି ଗୋଟିଏ ପଟକୁ ମୋଡି ହୋଇଯାଇଛି, କଥା କହି ପାରୁନାହାନ୍ତି, ସ୍ବୀଟି ତାଙ୍କୁ ଚଲେବାକୁ ଚେଷ୍ଟା କରୁଛନ୍ତି | ବହୁତ କଷ୍ଟ ହେଉଛି, କିନ୍ତୁ ଟିକିଏ ବି ବିଚଳିତ ନ ହୋଇ ଧୈର୍ଯ୍ୟ ର ସହ ତାଙ୍କୁ ବୁଲେଇ ଚଲେଇ ନେବାକୁ ଚେଷ୍ଟା କରୁଛନ୍ତି | ଆମର କଥା ସେଠି ବନ୍ଦ ହୋଇଗଲା, ସମସ୍ତେ ସେହି ଜୀବନସାଥୀଙ୍କୁ ଚାହିଁ ରହିଲୁ, କଥା ହେଲା ଜୀବନସାଥୀ ହୋଇଥିଲେ ଜଣେ ଅନ୍ୟ ଜଣଙ୍କ ପାଇଁ ଉତ୍ସର୍ଗୀକୃତ | ଏମିତି ସମସ୍ତଙ୍କ ଜୀବନରେ ବାଧା ବିଘ୍ନ, ଝଡ଼ ଝଞ୍ଜା, ମନ ମାଳିନ୍ୟ, ନିଶ୍ଚୟ ଆସିଥିବ | ଏହା ଅନ୍ୟକୁ ଜଣାଇଲେ ଆହା ପଦେ କହିବେ, କିନ୍ତୁ କେହି ଲାଘବ କରିବେ ନାହିଁ ବରଂ ହୃଦୟରୁ ଭଲ ପାଉନଥିଲେ ପଛରେ ହସିବେ | ତେଣୁ ନୀତିବାଣୀରେ ମହର୍ଷିମାନେ କହିଛନ୍ତି, ଭଗବତ ଗୀତାରେ ଲେଖାଅଛି - 

"ସୁଖରେ ନ ହୋଇ ଅଧୀର, ଦୁଃଖରେ ନହୋଇ କାତର, ଭଗବାନଙ୍କ ପାଖେ ରଖି ଲୟ, ସ୍ଥିତପ୍ରଜ୍ଞ ହୋଇ ଜୀବନ ବିତାଅ"|   

ଜୀବନରେ ଜୀବନ ସାଥୀ ତାହାକୁ କୁହାଯାଏ ଯେତେବେଳେ ଜଣେ ଅନ୍ୟ ପାଇଁ ଜୀବନକୁ ଉତ୍ସର୍ଗ କରିବାକୁ ପଛଘୁଞ୍ଚା ଦିଏନାହିଁ | ତେଣୁ ଜୀବନର ତିକ୍ତ ଅନୁଭୂତି କାହା ଆଗରେ ବଖାଣିଲେ ଜୀବନସାଥୀ ହେବାର ନିଷ୍ଠା କ୍ଷୁର୍ଣ ହୋଇଥାଏ | ସେ ସବୁ ଅଙ୍ଗେନିଭା କଥା, ପରସ୍ପର ଜାଣିଥାନ୍ତି |

ସନାତନ ଧର୍ମରେ ଅନେକ ଜୀବନ ସାଥୀଙ୍କ ଉଦାହରଣ ରହିଛି ଏମିତିକି ଦେବଦେବୀଙ୍କ ମଧ୍ୟରେ ହର ପାର୍ବତୀ (ଅର୍ଦ୍ଧାଙ୍ଗ ଇଶ୍ଵର ଅର୍ଦ୍ଧାଙ୍ଗ ପାର୍ବତୀ), ରାଇ ଦାମୋଦର, ବିଷ୍ଣୁ ଲଷ୍ମୀ, ପ୍ରଭୃତି ରହିଥିବା ସ୍ଥଳେ, ଅସୁରଙ୍କ ମଧ୍ୟରେ ରାବଣ ମନ୍ଦୋଦରୀ, ଜଳନ୍ଧର ତୁଳସୀ, ପ୍ରଭୃତି | ତେଣୁ ଜୀବନ ସାରା ସୁଖ ଦୁଃଖରେ ଭାଗିଦାରୀ ହେବା ଆନ୍ତରିକତା କୁ ଜୀବନସାଥିର କର୍ତ୍ତବ୍ୟ କୁହାଯାଏ | ଦୁହେଁ ଦୁହିଁଙ୍କ ପାଈଁ ଉଭୟେ ଉତ୍ସର୍ଗୀକୃତ ଓ ଉତ୍ତମ ଯିବା ସାଥୀଙ୍କ ପାଖରେ ଏକ ଐଶ୍ଵରୀକ ଶକ୍ତି ରହିଥାଏ, କେତେ ବଡ଼ ବିପତ୍ତି ଆସିଲେ ଏଡେଇଯାଇଥାଏ | 


Rate this content
Log in

Similar oriya story from Classics