STORYMIRROR

Dr. Rajib Lochan Panigrahy

Children Stories Horror Inspirational

3  

Dr. Rajib Lochan Panigrahy

Children Stories Horror Inspirational

ମିଛୁଆ ହରି

ମିଛୁଆ ହରି

2 mins
12

ଗୋଟିଏ ଗାଁ ରେ ହରି ନାମକ ଲୋକଟିଏ ଥିଲା l ସେ ଭାରି ମିଛୁଆ ଥିଲା l ସେ ଗ୍ରାମରୁ ଦୂର ସ୍ଥାନକୁ ବିଭିନ୍ନ କାମରେ ଯାଉଥିଲା l ଦିନେ ଭାବିଲା ମୁଁ ଲୋକଙ୍କୁ କେତେ ମିଛ କହିଛି କେବେ ଧରା ପଡ଼ିନାହିଁ ଏବେ ମିଛ କହି ମଜା କରିବି l ଗୋଟିଏ ଗଛ ଉପରକୁ ଯାଇ ବଡ ଜୋରରେ ଗାଁ କୁ ଶୁଭିଲା ଭଳି ପାଟିକରି କହିଲ ଚୋରଟିଏ ବନ୍ଧୁକ ଦେଖାଇ ହଇରାଣ କରୁଛି l ସମସ୍ତ ଗାଁ ଲୋକ ଚଞ୍ଚଳ ଆସ ମୋତେ ଏ ଦୁର୍ଦାନ୍ତ ଚୋର ହାବୁଡ଼ରୁ ରକ୍ଷା କର, ନଚେତ ସେ ମୋତେ ମାରିଦେବ l ମୋ ପାଖରେ ତାକୁ ଦେବାପାଇଁ କିଛି ନାହିଁ, ସେ ମଧ୍ୟ ଅବୁଝା ହେଉଛି ଳ ଏମିତି ପାଟି ଶୁଣି ବହୁତ ଗାଁ ଲୋକ ଦୌଡ଼ି ଆସିଲେ l ଦେଖିଲେ ଚୋର ନାହିଁ l ହରିକୁ ଗଛରୁ ଓହ୍ଲାଇବାକୁ ପରାମର୍ଶ ଦେଲେ l ଏହି ଭଳି ସେ ଅନେକ ଥର କଲା, ଗାଁ ଲୋକ ଦୌଡ଼ି ଆସନ୍ତି l ଚୋରକୁ ନ ଦେଖି ଫେରି ଯାଆନ୍ତି l ମିଛ ଗାଁ ଲୋକ ଜାଣିପାରୁ ନାହାନ୍ତି ଭାବି ହରି ମନେ ମନେ ଖୁସି ଓ ନିରୋଳାରେ କହେ ବହୁତ ମଜା ଲାଗୁଛି l ଏତିକିରେ ଗାଁ ଲୋକ ଭାବିଲେ ହରି ଗଛରେ ଚଢି ଚିତ୍କାର କରୁଛି, ଦୌଡ଼ି ଗଲା ବେଳେ କୌଣସି ଚୋର ନାହିଁ, କି ଚୋର ଦୌଡ଼ି ପଳାଇଯିବାର ମଧ୍ୟ ଦେଖିନାହୁଁ l ଏହାର ଅର୍ଥ ସେ ଆମ ସହ କୌତୁହଳ କରୁଛି l ଠିକ ଅଛି ଏଥର ହରି ଚୋର ଆସିଛି କହି ଡାକ ଛାଡିଲେ ଆଉ ଆମେ କେହି ଯିବା ନାହିଁ l ଗାଁ ଲୋକ ଙ୍କ ଏମିତି ନିଷ୍ପତ୍ତି ହରିକୁ ଜଣା ନାହିଁ l ଦିନେ ପୂର୍ବଭଳି ହରି ଗାଁକୁ ଶୁଭିଲା ଭଳି ଡାକ ଛାଡିଲା, କିନ୍ତୁ ଗାଁ ଲୋକ କେହି ଆସିଲେନାହିଁ l ପ୍ରକୃତରେ ସେ ଦିନ ଜଣେ ଚୋର ହାବୁଡେ ପଡି ସଂଘର୍ଷ କରି ରାତିକୁ ଗାଁ କୁ ଫେରିଲା l ମନ ଦୁଃଖ କରି ଗାଁ ମୁଣ୍ଡ ରେ ବସି ରହିଲା, ତଥାପି କେହି ତା ମୁହଁ କୁ ଚାହିଁଲେ ନାହିଁ l ବଳ ସଂଚୟ କରି ଗାଁ ମୁଖିଆଙ୍କ ପାଖକୁ ଯାଇ ସବୁ କହିଲା ଓ ତାକୁ ରକ୍ଷା କରିବାକୁ ଗାଁ ରୁ କେହି ଆସିଲେ ନାହିଁ l ଚୋର ହାବୁଡେ ପଡି ମୁଁ ବହୁତ ହଇରାଣ ହେଲି l ଗାଁ ମୁଖିଆ ଉତ୍ତର ଦ୍ୱାରା

ଦେଲେ ତୁମକୁ ଉଚିତ ଜବାବ ମିଳିଛି l ଆଜିଯାଏଁ ତୁମେ ଯେଉଁ ଚୋର ଆସିଲା ରକ୍ଷା କର ବୋଲି ଡାକ ଛାଡୁଥିଲ ଓ ଆମେ ଗାଁ ଲୋକ ତୁମକୁ ଚୋର ହାବୁଡ଼ରୁ ରକ୍ଷା କରିବା ପାଇଁ ଦୌଡ଼ି ଦୌଡ଼ି ଯାଉଥିଲୁ ତାହା ମିଛ ଥିଲା l ତୁମେ ତାହାର ମଜା ନେଉଥିଲ l ଆମେ ହାଲିଆ ହୋଇ ଗାଁ କୁ ଫେରୁଥିଲୁ l ଆମେ ଅନୁଭବ କଲୁ ତୁମେ ମିଛୁଆ ହରି, ମିଛଟାରେ ଆମକୁ ଡାକ ଛାଡି ହଇରାଣ କରୁଛ ତେଣୁ ଏହି ଥର ଆମେ ଭାବିଲୁ ପୂର୍ବ ଭଳି ମିଛ କହୁଛ l ତୁମେ ପୂର୍ବରୁ ମିଛ କହିଥବାରୁ ଏବେ ସତରେ ଚୋର ହାବୁଡେ ପଡି ମଧ୍ୟ ଗାଁ ଲୋକଙ୍କ ସାହାଯ୍ୟ ପାଇଲ ନାହଁ l ତେଣୁ ତୁମ ଭୁଲର ତୁମେ ଉଚିତ ଦଣ୍ଡ ପାଇଛ, ଦୁଃଖ କର ନାହିଁ l ସେହି ଦିନଠାରୁ ସେ ଶପଥ କଲା ଆଉ ଜୀବନରେ ମିଛ କହିବ ନାହିଁ l



Rate this content
Log in