ଭକତ
ଭକତ
ଭକତଙ୍କ ଦୁଃଖ ହାରିବା ପାଇଁକି
ତୁମ ନାମ ଥିଲା ହରି
ଦୁଃଖରେ ମରୁଛି ଭକ୍ତ ତୁମ ଆଜି
ତୁମକୁ କି ଦିଶୁ ନାହିଁ l
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ସହୁ ସହୁ ଯାଏ ଜୀବନ
କେତେ ଡାକିଲେ ବି ଶୁଣ ନାହିଁ ତୁମେ
ଭାଙ୍ଗିବାକୁ ଭକ୍ତ ମନ l
ବହୁତ ପରୀକ୍ଷା କର ତୁମେ ପ୍ରଭୁ
ହୋଇଗଲେ ତୁମ ଭକତ
ଯେତେ ଦୁଃଖ କଷ୍ଟ ଅଚିରେ ଅଜାଡି
ବୋଧେ ପାଅ ଖୁସି ଅଯାଚିତ l
ଭାବଗ୍ରାହୀ ତୁମେ ନାମ ବହିଅଛ
ଭାବ ବୁଝୁଅଛ ବୋଲି
କାହିକି ବୁଝୁନ ଭକତ ଭାବକୁ
ଖେଳୁଅଛ ଲୁଚକାଳି l
ବହୁତ ଖେଳିଛ ଯୁଗେ ଯୁଗେ ତୁମେ
ନିଜର ଭକତ ସାଙ୍ଗେ
ଏ କଳି କାଳରେ ଭକତ କୁ ପ୍ରଭୁ
କର ଲୀନ ତୁମ ଅଙ୍ଗେ l