ମଣିଷ ପଣିଆ
ମଣିଷ ପଣିଆ
ଏବେ ଆଉ ଜଙ୍ଗଲ ନାହିଁ | ରାସ୍ତା କଡ଼ ଗଛ, ବିଲ ହିଡ଼ ରେ ଥିବ ଗଛ, ପୋଖରୀ ହିଡ଼, ନାଳ ନର୍ଦ୍ଧମା ହିଡ଼ ରେ ନାନା ପ୍ରକାରର ଗଛ, ଲତା ଗୁଳ୍ମ, ଘାସ ଆଉ କିଛି ଦେଖିବାକୁ ସପନ | ମଣିଷ ପାଖରେ ଇବବ ଚାଷ କରିବାକୁ ଆଉ ଇଚ୍ଛା ନାହିଁ | ଭିନ୍ନ ଭିନ୍ନ ପ୍ରକାରର ଚାଷ କରିବା ଦ୍ୱାରା ପରିବେଶ କୁ କିଛି ଅମ୍ଳଜାନ ମିଳିଥାଏ | ପରିବେଶ ସନ୍ତୁଳିତ ରହିବାରେ ସହାୟ ହୋଇଥାଏ | ବିଶ୍ୱ ତାପନ, ଅନବୃଷ୍ଟି ମୌସୁମୀ ନିଖୋଜ ପ୍ରତି ଦିନ ପ୍ରତି ମୁହୂର୍ତ୍ତ ରେ ମଣିଷକୁ ଅସ୍ତବ୍ୟସ୍ତ କରିଥାଏ | ଏବେ ଆଉ ଋତୁ ଚକ୍ର ଏ ଅନୁଭବ ନାହିଁ, କେବଳ ଗ୍ରୀଷ୍ମ ଅନୁଭବ ହିଁ ହୋଇଥାଏ | ଗରମ ହିଁ ଗରମ | ସୂର୍ଯ୍ୟ ସଦା ଉତ୍ତପ୍ତ | ବର୍ଷା ନାହିଁ କି ଶୀତ ନାହିଁ, ଆଉ ବସନ୍ତ, ହେମନ୍ତ, କେଉଁଠୁ ଆସିବ | ଜାଣ ସଂଖ୍ୟା ବୃଦ୍ଧି ହିଁ ଚାଲିଛି, ଗାଡ଼ି, ମୋଟର, କଳକାରଖାନା ଓ ଅନ୍ୟାନ୍ୟ ପ୍ରଦୂଷଣ ବଢ଼ି ବାୟୁ ମଣ୍ଡଳର ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି | ବରଫାବୃତ୍ତ ଆଣ୍ଟରକାଟିକାର ସବୁ ବରଫ ପାହାଡ଼ ତରଳି ସରିଛି | ଏବେ ହିମାଳୟ ର ହିମ ଖଣ୍ଡ ତରଳି ଭାସିବାରେ ଲାଗିଲାଣି | ଯଦ୍ୱାରା ସମସ୍ତ ସମୁଦ୍ର ଓ ମହାସାଗର ଜଳ ସ୍ଥର ବଢ଼ି ଉପକୁଳବର୍ତ୍ତୀ ସହର ଓ ନଗର ସବୁ ସମୁଦ୍ର ଗର୍ଭରେ ଲୀନ ହେବାର ଚେତାବନୀ ଦେଇଛନ୍ତି | ଭିନ୍ନ ଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଏହାର ଖୋରାକ ଯୋଗାଉଛି | ଅଡ଼ି ବେଶୀରେ ଅଂଶୁଘାତ ଭୟ ବେଶୀ ଘାରୁଛି | ଏ ବର୍ଷ ବହୁ ଲୋକ ଅଂଶୁଘାତ ରେ ମୃତ୍ୟୁ ବାରଣ କରିଛନ୍ତି | ଗ୍ରୀଷ୍ମ ଆରମ୍ଭରୁ ସରକାର ପ୍ରତିକାର ଓ ଦିନରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବାହାରକୁ ବାହାରିବା, କାମ କରିବା ବାରଣ କରନ୍ତି | ଜଙ୍ଗଲ ଆଉ ନାହିଁ ଜଙ୍ଗଲରେ ପଶୁ ପକ୍ଷୀ ପାଣି ଅଭାବରୁ ମୃତ୍ୟୁ ବାରଣ କରନ୍ତି ଆଉ କେତେକ ଜନଵସତି ମୁହାଁ ହୋଇ ମଣିଷ ସହ ମୁହାଁମୁହିଁ ହେବ, ଗାଡ଼ି ମାତର, ରେଳ, ବିଦ୍ୟୁତ ସଂସ୍ପର୍ଶ ରେ ଆସି ମୃତ୍ୟୁବରଣ କରନ୍ତି | ଜାଣିଲା ଲୋକ ନିଜ ଘର ସାମନାରେ, ଛାତ ଉପରେ, ଅଗଣାରେ ପଶୁ, ପକ୍ଷୀଙ୍କ ପାଈଁ ପାଣି ରଖିବା ବ୍ୟବସ୍ଥା କରନ୍ତି | ସରକାର, ସ୍ୱେଚ୍ଛାସେବୀ ମାନେ ବିଭିନ୍ନ ସ୍ଥାନରେ ଜଳଛତ୍ର, ନଳକୂଅ, ପ୍ରଭୃତି ବ୍ୟବସ୍ଥା କରିଥାନ୍ତି | ତେଣୁ ରାସ୍ତା ଘାଟରେ ଗଲାବେଳେ ନିଜ ସହିତ ପିଇବା ପାଣି, ଓଦା ଗାମୁଛା ନେଇ ଯିବାକୁ ନିର୍ଦ୍ଧେଶ ରହିଥାଏ |
ହେଲେ ଯାହାକୁ ଦରକାର ଥାଏ, ନିଜ ଗୁଜରାଣ ମେଂଟେଇବା ପାଈଁ, ପରିବାରର ଅତ୍ୟାବଶ୍ୟକ କାର୍ଯ୍ୟରେ ରୌଦ୍ର ତାପରେ ମଧ୍ୟ ବାହାରକୁ ଯିବାକୁ ପଡେ | ଆଜିକାଲି ବହୁତ ଲୋକ ନିଜ ଗୁଜରାଣ ପାଈଁ ବେସରକାରୀ ଚାକିରୀଟିଏ କରିଥାନ୍ତି | ସ୍ୱଳ୍ପ ଦରମା, ଉପରିସ୍ଥ କର୍ମଚାରୀ ଯେତେବେଳେ ଯାହା ନିର୍ଦ୍ଧେଶ ଦିଅନ୍ତି, ପାଳନ କରିବାକୁ ବାଧ୍ୟ | ସେମାନେ କେବେ ଅଧସ୍ଥନ କର୍ମଚାରୀଙ୍କ ଅସୁବିଧା କୁ ନଜର ଦିଅନ୍ତି ନାହିଁ, ଆହୁରି ଅସୁବିଧାରେ ମଧ୍ୟ ନିର୍ଦ୍ଧେଶ ପାଳନ କରୁଛି କି ନାହିଁ ଜାଣିବା ପାଈଁ ଏଭଳି କରିଥାନ୍ତି | ସେମିତି ବୈଶାଖ ମାସ ଖରା ବେଳ, ଦିନ ଗୋଟାଏ ହେବ, ରାଜେଶ ନିଜ ବେସରକାରୀ ଚାଜିରୀରେ ଉପରିସ୍ଥ ଅଧିକାରୀ ଙ୍କ ନିର୍ଦ୍ଧେଶ ପାଳନ କରିବାପାଇଁ ସହରରୁ ଗୋଟିଏ ପଲ୍ଲୀ ଅଂଚଳକୁ ଯାଉଥାଏ | ନିଜର ମନୋବଳକୁ ବଢ଼ାଇ ତାର ଦୁଇ ଚକିଆ ହିରୋ ଦିଲକ୍ସ ଗାଡିତିରେ କର୍ମକୁ ଆଦରି ଚାଲିଥାଏ | ରାସ୍ତାରେ କାଉ କୋଇଲି ଟିଏ ବି ନାହିଁ, କା ଭାଁ କେହି ଜଣେ ଯାଉଥାନ୍ତି, ଵାସ, ଟ୍ରକ ସବୁ ଆଗକୁ ବଢିଥାନ୍ତି | ଵାସ ଗୁଡିକର ସିଟ ସାବୁ ପ୍ରାୟ ଖାଲି | ଚାଳକ ଓ ଅନ୍ୟ ସହଯୋଗୀ କର୍ମଚାରୀ ମୁହଁ ଓ ମୁଣ୍ଡରେ ଓଦା ଗାମୁଛା ଗୁଡେଇ କର୍ମକୁ ଆଦରି ପେଟ ଚାଖଣ୍ଡକ ପାଈଁ ଆଗେଇ ଚାଲିଥାନ୍ତି | ଏମିତି ସମୟରେ ଗୋଟିଏ. ନିଛାଟିଆ ରାସ୍ତାରେ ବିପରୀତ ପଟୁ ଗୋଟିଏ ଲୋକ ନୁଆଁ ଦୁଇ ଚକିଆ ଗାଡିଟିରେ ଆସୁଥାନ୍ତି | ମୁଣ୍ଡରେ ହେଲମେଟ ନାହିଁ, ଗାମୁଛା ଗୁଡା ହୋଇଛି, ଗାଡିର ହ୍ୟାଣ୍ଡଲରେ ଦୁଇ ପଟେ ଦୁଇଟି ବ୍ୟାଗ ଓହଳା ହୋଇଛି | ଏବେ ନୁଆଁ ଦୁଇ ଚକିଆରେ ବ୍ୟାଗଟିଏ ଓହଳାଇବା ପାଈଁ ବା ଏହାର ବ୍ୟବସ୍ଥା କରିବା ପାଈଁ କିଛି ବ୍ୟବସ୍ଥା ନାହିଁ | ସେ ଲୋକଟିକୁ ରାଜେଶ ହଠାତ ଦେଖି ଭାବିଲା ଯାହା ହେଉ ମୋ ଭଳିଆ ଗୋଟିଏ ପାଗଳ ଏ ଦୁନିଆରେ ଅଛି | ଏହା ମନରେ ଭାବିବା ବେଳକୁ ସେ ଗାଡିଟି ରାସ୍ତାର କଡେ କଡେ ଆସୁଥିଲା, ହଠାତ ବିଲ ଆଡକୁ ମୁହାଁଇଲା, ପୁଣି ରାସ୍ତା ଆଡକୁ ଆସିଲା, ପୁଣି ରାସ୍ତାର ମଝି ଆଡକୁ ହାଣ୍ଡଲଟି ବୁଲିଲା, ପୁଣି ଯେଉଁଆଡୁ ଆସିଥିଲା ସେଇଆଡକୁ ବୁଲିଲା | ରାଜେଶ ଏହା ଦେଖି କିଛି ଭାବିପାରୁନଥାଏ | ତାକୁ କାଳ୍ପନିକ ଲାଗିଲା, ଆଖି ପିଛୁଳାକେ ସବୁ ଘଟି ଗଲା ଓ ରାସ୍ତା ଉପରେ ଲୋକଟି ଗାଡ଼ି ସହ କଚାଡ଼ି ହୋଇପଡ଼ିଲା | ପିଚୁ ରାସ୍ତାଟିରେ ଭାଗ୍ୟ ଭଲ ସେ ଲୋକଟିର ପଛ ପଟୁ ଅବା ଆଗରେ କୌଣସି ଗାଡ଼ି ଯାଆ ଆସ କରୁ ନଥିଲେ, ନଚେତ ଭାବିବା ଆଗରୁ ସବୁ ସରିଯାଇଥାନ୍ତା | ଏତିକିରେ ରାଜେଶର ଗାଡିର ବ୍ରେକଟି ଆପେ ଆପେ ଲାଗିଗଲା, ତା ବିବେକ ମନା କଲା ଏମିତି କେମିତି ଲୋକଟାକୁ ଚାଡ଼ି ଚାଲିଯିବ | ସ୍ୱ କିଛି ଆତ୍ମୀୟ ପରିଚିତ ନୁହଁ, ତଥାପି ମଣିଷଟି | ଏମିତିକା ପରିସ୍ଥିତି ନିଜର ବି କେବେ ଆସିପାରେ, ସେପଟେ ସମୟ ଓ କର୍ତ୍ତବ୍ୟ ର ତାଡନା, ପୁଣି ଟାଙ୍ଗରା ପିଚୁ ରାସ୍ତାଟିରେ ରୌଦ୍ରତାପ ର କଷଣ | ନିମିଷକେ ମଧ୍ୟରେ ଦୁଇ ପଟୁ ଦୁଇ ଚାରିଟି ଦୁଇଚକିଆ ଚାଲିଗଲେଣି, ରାଜେଶର ଏକା ସାହସ ଜୁଟୁନାହିଁ ଓ ଭାବୁଛି କେହି କଣ ଭାବି ପାରେ, ଇତ୍ୟାଦି ଇତ୍ୟାଦି | ଏହା କିଛି ସେକେଣ୍ଡର କଥା, ଇତି ଭିତରେ ରାସ୍ତାର ଏ ପାଖରେ ରହି ନିରେଖିଲା ଯେ କଲେ ଗାଡ଼ି ତଳେ ଗୋଡ଼ କିମ୍ବା ହାତ ରହି ଯାଇଛି କି, କଲେ ହାଡ଼ ଭଙ୍ଗି ଗଲାକି, ନିଜେ ଯାଇ ସେ ଲୋକ ଓ ଗାଡିକୁ ଉଠାଇ ପାରିବ କି ନାହିଁ, ଇତ୍ୟାଦି | ଏତିକି ଭିତରେ ରାଜେଶ ର ଗାଡ଼ି ପଛରେ ଏକ କାର ଆସି ଅଟକିଲା, ସତେ ଯେମିତି ଦେବଦୂତ | ସେ ଗାଡିକୁ ରହେସନ ଚାହିଁଲା, ସତେ ଯେମିତି ସେ ଲୋକଟା ପ୍ରତି ସମବେଦନା ଜଣାଇ ସାହାଯ୍ୟ ଭିକ୍ଷା କରୁଛି ସେ | ସେ କାର ଚଲାକଟି ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଭଳି ଦିଶୁଛନ୍ତି, ଗାଡ଼ି ଭିତରେ ତାଙ୍କ ସ୍ତ୍ରୀ, ପରିବାର ବସିଥିଲେ | ସେ ଭଦ୍ର ବ୍ୟକ୍ତି ମୁଣ୍ଡ ଟୁଙ୍ଗାରି ରାଜେଶ କୁ ଠାରିଲେ ସେ ଲୋକଟି ପାଖକୁ ଯିବା ପାଈଁ, ହାତରେ ପାଣି ବୋତଲଟି | ଦୁହେଁ ସେ ଲୋକ ପାଖକୁ ଗଲେ, ଲୋକଟି ନିଶ୍ଚେତ ଅବସ୍ଥାରେ, ପିଚୁ ରାସ୍ତାଟିର ଏମିତି ତାତି ଯେମିତି ଚାଉଳ ଓ ପାଣି ସେଠାରେ ପକାଇ ଦେଲେ ଭାତ ହୋଇଯିବ | ସେ ଲୋକଟି ମୁହଁରେ ପାଣି ଛିଟା ଟିଏ ଯେମିତି ପଡିଛି ସେ ଚେଇଁ ଉଠିଲା | ରାଜେଶ ଆପେ କହି ପକାଇଲା ଭାଇ ଉଠ | ସେ ଲୋକଟି bir ଦର୍ପରେ ଅବାକ ହୋଇ ଉଠି ଚତୁର୍ପାର୍ଶ୍ଵ ଦେଖିବା ଆଗରୁ ପୁଣି ରାସ୍ତା କଡେ ଥିବା ନାଳକୁ ଗାଡ଼ି ପଡିଲା | ତାକୁ ଉଠେଇବାକୁ ଦୁହେଁ ପ୍ରସ୍ତୁତ ହେଲା ବେଳକୁ ପୁଣି ଉଠିଲା ଓ ଚାଷ ଜମି ଆଡକୁ ଗଡ଼ିଗଲା | ଆଉ ଉଠି ନ ପାରି ଛାନିଆ ହୋଇ ପଡି ରହିଲା, ଦୁହେଁ ତାକୁ ଉଠାଇଲେ | ଏତିକି ବେଳେ ପଥଚାରି କେତେ ଦୁଇଚକିଆ ଚାହିଁ ଦେଇ ଗଲାବେଳେ, କେତେକ ସେଠାରେ ଗାଡ଼ି ରଖି ଅଟକିଲେ, ଜଣେ ଟ୍ରକ ଚାଳକ, ଟ୍ରକ ରଖି ଓହ୍ଲାଇ ଆସିଲେ ପାଖକୁ | ସେ ଲୋକଟିକୁ ପାଣି ପେଇବାକୁ ଦେଲାବେଳେ ରାଜେଶ ବାରଣ କଲା କାରଣ ସେ ଜଣେ ସ୍ବେଛାସେବୀ ଫାଷ୍ଟ ଆଇଡର, ସେ ଜାଣିଛି କୌଣସି ଦୁର୍ଘଟଣା ରେ ପୀଡିତ କୁ କେବେ ପାଣି ପିଆଇବ ନାହିଁ, ମୁହଁ କୁ ଧୋଇଦେବ, ଖୋଲା ଜାଗାରେ ରଖି ବିଞ୍ଚିଦେବ | ରାଜେଶ କହିଲା ତାଙ୍କୁ ଛାଇକୁ ନେବା, ସମସ୍ତେ ରାଜି ହେଲେ | ରାସ୍ତା କଡରେ ଗଛ କାହିଁ, ଅନତି ଦୂରରେ ଛୋଟିଆ ନୁଆଁ ବନିକରଣରେ ଲଗାଯାଇଥିବା ଗଛଟିଏ, ତା ମୂଳେ ବସାଗଲା | ତାର ଆଣ୍ଠୁ, କହୁଣୀ, ମୁହଁ ଛିଡି ରକ୍ତ ବାହାରୁଥାଏ, ପାଣିରେ ସଫା କରି ପୋଛି ଦିଆଗଲା ଓ ତାଙ୍କୁ ବିଞ୍ଛାଗଲା | ସବୁ କଥା ପଚରାଗଲା | ସେ ବ୍ୟକ୍ତି ଜଣକ କଲେ କିଛି ନିଶା ଖାଇଥିବେ ବୋଲି ସମସ୍ତଙ୍କ ମନରେ ସନ୍ଦେହ ଥିଲା, ତାହା dur ହେଲା | ସେ ସ୍ଥାନଠାରୁ ଦୁଇ କିଲୋମିଟର ଦୂରରେ ତାଙ୍କ ଗାଁ, ପାଖ ଗାଁ କୁ ଯାଇଥିଲେ ଦୁଇ ଭଉଣୀଙ୍କୁ ସାବିତ୍ରୀ ଭାର ଦେବାପାଇଁ ପାଈଁ ସାଙ୍ଗର ବାଡ଼ିରେ ଭଲ ପଣସ ଭଲ ପଣସ ଫଳିଛି ଆଉ ସମୟ ନାହିଁ ସାବିତ୍ରୀ ପାଖେଇ ଆସିଲାଣି, ତେଣେ ଭଉଣୀର ଭାଇ ଉପରେ ଆଶା, ଚାହିଁ ରହିଥିବ, ତେଣୁ ଆଣିବାକୁ ଯାଇଥିଲି | ଏମିତି ଏହି ରାସ୍ତାରେ ମୁଁ ସବୁବେଳେ ଯାଏ e ରାସ୍ତା ମୋର ଚିର ପରିଚିତ, କାହିଁକି କେଜାଣି କେହି ଜଣେ ମୋ ଗାଡ଼ି ସମେତ ମୋତେ ଉପରୁ ଟେକି ଦେଲାଭକି ଅନୁଭବ ହେଲା | ତାପରେ ମୁଁ କିଛି ଜାଣିନାହିଁ | ତାଙ୍କୁ ପଚାରଗଲା ଘରକୁ କେମିତି ଯିବ, ଯାଇପାରିବ ନା ଆଣେ ଛାଡି ଦେବୁ, ଘରର ଫୋନ୍ ନମ୍ବର ଥିଲେ ଦିଅ ଆମେ ଜଣେଇ ଦେବୁ, ଇତ୍ୟାଦି | ସବୁ ପ୍ରଶ୍ନର ପ୍ରତ୍ୟୁତ୍ତରରେ ସେ ନାଁ ଭରିଲେ, କହିଲେ ମୁଁ ନିଜେ ଚାଲିଯିବି ଏବେ ଆଉ କିଛି ଅସୁବିଧା ନାହିଁ ଆପଣ ମାନେ ଯାଆନ୍ତୁ | ଏତିକିରେ ତାଙ୍କ ଦୁଇ ଚକିଆ ଗାଡିଟିକୁ ଉଠେଇ ଆଣି ତାଙ୍କ ପାଖରେ ରଖାଯାଇଥିଲା | ସେଇଥିରେ ବାସି ସେ ନିଜ ଗାଁ ଆଡକୁ ଅଗ୍ରସର ହେଲେ ଓ ସମସ୍ତଙ୍କୁ କୃତଜ୍ଞତା ଜଣେଇଲେ, ଏତିକିବେଳେ ସମସ୍ତେ ଏକା ସ୍ୱରରେ କହିଲେ ସବୁ କୃତଜ୍ଞତା ରାଜେଶ ବାବୁଙ୍କୁ ଦିଅନ୍ତୁ, ସେ ହି ନିଜ ମଣିଷ ପଣିଆ ଦେଖାଇ ତୁମକୁ ଏହି ଅବସ୍ଥାକୁ ଆଣିବାରେ ଆମ ମାନଙ୍କ ସାହାଯ୍ୟ ନେଇ ସଫଳ ହୋଇଛନ୍ତି | ଏତିକି ବେଳେ ରାଜେଶ ପାଟିରୁ ବାହାରି ଗଲା ମୋର ଏହା କର୍ତ୍ତବ୍ୟ ଥିଲା, ଜଣେ ମଣିଷ ଯଦି ଅନ୍ୟ ଜଣେ ମଣିଷର କାମରେ ନ ଆସେ, ତେବେ ସେ କେମିତି ମଣିଷରେ ଗଣା ହେବ ! ସମସ୍ତେ ରାଜେଶ ବାବୁଙ୍କ ମୁହଁକୁ ଅନେକ କହି ପକେଇଲେ ଏମିତି ମଣିଷ ପଣିଆ, ମଣିଷ ଜୀବନେ ସାର, ସେତିକିରେ ରୌଦ୍ର ତାପରେ ରହି ରାଜେଶ ବାବୁଙ୍କର ଗୋରା ମୁହଁଟା ନାଲି ହୋଇଯାଇଥାଏ, ସମସ୍ତେ କହିଲେ ଆପଣ ନିଜେ ରୌଦ୍ର ତାପ ସହି ଏ ଲୋକଟିର ଜୀବନ ରକ୍ଷା କଲେ, ଅଶେଷ ଧନ୍ୟବାଦ କହି ଯେ ଝା ଗନ୍ତବ୍ୟ ପାଥରେ ଚାଲିଗଲେ, ରାଜେଶର ଏତିକିବେଳେ ନିଜ କର୍ତ୍ତବ୍ୟ କଥା ମନେପଡ଼ିଲା, ସେ ବି ନିଜ ରାସ୍ତାରେ ଆଗଜୁ ବଢିଲେ |
