STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ଘି କୁଆଁରୀ

ଘି କୁଆଁରୀ

2 mins
55


ଘି କୁଆଁରୀ ବା ଘୃତ କୁମାରୀ ଏକ କଣ୍ଟା ଜାତୀୟ ଗୁଳ୍ମ କହିଲେ ଅତ୍ୟୁକ୍ତି ହେବ ନାହିଁ | ଇଂରାଜୀ ରେ ଏହାକୁ Alobera କୁହାଯାଏ | ଏହାର ପତ୍ର, ଶାଖା ବା କାଣ୍ଡ ନ ଥାଏ | ଘି କୁଆଁରୀ ମାଣ୍ଡଣାରେ ଯାହା ଅଗଣା ରେ ଲଗାଇ ଛାତ ଉପରେ ବା ବାଡ଼ି ରେ ଲଗାଯାଏ | ଆଜିର ଯୁଗରେ ଘରେ ଘି କୁଆଁରୀ ଗଛ ନିଶ୍ଚିତ ଭାବେ ଲଗାଇବା ଆବଶ୍ୟକ | ବାସ୍ତୁ ଶାସ୍ତ୍ର ଅନୁସାରେ ଘି କୁଆଁରୀ ଘରକୁ ଆସୁଥିବା ନକାରାତ୍ମକ ଶକ୍ତିକୁ ପ୍ରବେଶ କରିବାକୁ ଦିଏ ନାହିଁ, ବିଜ୍ଞାନ ଅନୁସାରେ ଘରେ ପ୍ରବେଶ କରିବାକୁ ଥିବା ପ୍ରଦୂଷଣ କୁ ରୋକିଥାଏ, ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଏହାର ଔଷଧୀୟ ଗୁଣ ଘରର ଅଧିବାସୀ ମାନଙ୍କ ହାତପାଆନ୍ତରେ ଔଷଧ ଯୋଗାଏ | ଏହି ଘି କୁଆଁରୀରେ ପୋଷାକ ତତ୍ତ୍ୱ ଭରି ରହିଛି | ଏଥିରେ ଭିଟାମିନ ଏ, ଭିଟାମିନ ସି, ଭିଟାମିନ ବି,ବି୩ ,ବି୬ ଓ ଭିଟାମିନ ବି୧୨, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଜିଙ୍କ, ସୋଡ଼ିଅମ, ପୋଟାସିୟମ, କପର, ମାଙ୍ଗାନିଜ, ଓ ଫଲିକ ଏସିଡ଼ ଆଦି ପୋଷାକ ତତ୍ତ୍ୱ ରହିଛି । ଏହା ଆଣ୍ଟିସେପ୍ଟିକ ଓ ଜୀବଣୁନିରୋଧୀ ଅଟେ । ଏହାର ରସ ବହୁତ ରୋଗକୁ ନିୟନ୍ତ୍ରଣ କରେ | ପୂର୍ବ କାଳରେ ଘି କୁଆଁରୀ ମୁଣ୍ଡ ଥଣ୍ଡା ରଖିବା ଓ ରୁପୀ ସମସ୍ୟା ହେଲେ ମୁଣ୍ଡ ଚୁଟିରେ ଲଗାଉଥିଲେ | ପୁରାତନ ଯୁଗରେ ମୁଣ୍ଡର ଚୁଟି ସଫା କରିବା ପାଈଁ ମାଟି, ମନ୍ଦାର ପାତ୍ର ଘି କୁଆଁରୀ ରସ ବ୍ୟବହୃତ ହେଉଥିଲା | 

ମୁହଁରେ ବ୍ରଣ, ମୁହଁରେ ଉଜ୍ବଳତା ଆଣିବା ପାଈଁ ଘି କୁଆଁରୀ ବ୍ୟବହାର କରାଯାଉଥିଲା | ଏହା ବ୍ୟତୀତ ଘିକୁଆଁରୀ ବହୁ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କରେ ଯଥା ମୁଣ୍ଡ ବ୍ୟଥା ଭଲ କରେ, ସାମ୍ପ୍ରତିକ ପ୍ରଦୂଷଣ ରୁ ତ୍ବଚାକୁ ସୁରକ୍ଷା ଦିଏ, କୋଷ୍ଠକାଠିନ୍ୟ ଦୂର କରେ, ଦେହରେ ସର୍କରା ଅଂଶକୁ କମାଏ, କେଶର ଯତ୍ନ ନିଏ, କୋଲେଷ୍ଟେରୋଲ ନିୟନ୍ତ୍ରଣ କରେ, ଓଜନ ହ୍ରାସ କରାଏ, ଚର୍ମ ରୋଗରୁ ମୁକ୍ତି ଦିଏ, ମଧୁମେହ ରୋଗକୁ ନିୟନ୍ତ୍ରଣ କରେ, ରକ୍ତରେ ଜଳ ସନ୍ତୁଳିତ କରି ଉପଯୁକ୍ତ ରକ୍ତ ସଞ୍ଚାଳନ ସଠିକ ଭାବେ କରାଏ, ଚିନ୍ତା ଓ ମୁଣ୍ଡ ଭାରି ରୁ ମୁକ୍ତି ଦିଏ, ପାଚନ ତନ୍ତ୍ର କୁ ଠିକ ରଖି ହଜମ ଶକ୍ତି ବୃଦ୍ଧି କରେ, ପେଟ ଓ ଅନ୍ତ ନଳୀକୁ ସଫା ରଖେ, ରୋଗ ପ୍ରତିରୋଧ ଶକ୍ତି ବଢାଏ, ଶ୍ବାସ ରୋଗକୁ ନିୟନ୍ତ୍ରଣ କରେ, ଅବସାଦକୁ ନିୟନ୍ତ୍ରଣ କରେ, ବଥ ହୋଇଥିଲେ ଘି କୁଆଁରୀ ରସକୁ ଉଷୁମ କରି ଲଗାଇଲେ ଘା ଫାଟି ସଫା ହୁଏ, ଚର୍ମରେ ଶୁଖିଲାପଣ କୁ ଘିକୁଆଁରୀ କୋମଳ କରେ ଓ ଚର୍ମରେ ଉଜ୍ବଳତା ଆଣେ | ସର୍ବୋପରି ଏହା ପେଟ ଓ ଚର୍ମକୁ ସଫା ରଖେ | 

ଘି କୁଆଁରୀ ବ୍ୟବହାର କରିବା ପୂର୍ବରୁ ଗଛରୁ ଆଣି କିଛି ସମୟ କୌଣସି ଏକ ପାତ୍ରରେ ଜଳ ରଖି କିଛି ଘଣ୍ଟା ରଖିବା କିମ୍ବା ଖାଲିରେ ବି କିଛି ସମୟ ରଖିଲେ ଏଥିରେ ଥିବା ନକାରାତ୍ମକ ଏସିଡ ହଳଦିଆ ତରଳ ପଦାର୍ଥ ବାହାରି ଯିବ, ଯାହାକୁ ଇଂରାଜୀରେ Toxin କୁହାଯାଏ | ଏହି Toxin ବାହାରିଯିବା ପରେ ଏହା ବ୍ୟବହାର ଯୋଗ୍ୟ ହୋଇଥାଏ | ଏହା ବ୍ୟତୀତ ତ୍ୱଚାରେ ଲଗାଇଲେ କୁଣ୍ଡିଆ କମିବା ବଦଳରେ ବଢିବ | ସର୍ବୋପରି ଘିକୁଆଁରୀ ବା ଘୃତ କୁମାରୀ ଘର ପାଖରେ ଏକ ମହୌଷଧି ଭଳି କାମ କରେ | 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics