STORYMIRROR

Dr. Rajib Lochan Panigrahy

Classics Fantasy Inspirational

3  

Dr. Rajib Lochan Panigrahy

Classics Fantasy Inspirational

ପବିତ୍ରଆଁଳା ନବମୀ-ରାଧାପାଦ ଦର୍ଶନ

ପବିତ୍ରଆଁଳା ନବମୀ-ରାଧାପାଦ ଦର୍ଶନ

4 mins
127


      ଆଜି ଅର୍ଥାତ କାର୍ତ୍ତିକ ଶୁକ୍ଳ ନବମୀ କୁ ଆଁଳା ନବମୀ ଭାବେ ହିନ୍ଦୁ ଧର୍ମ ରେ ପୂଜା କରାଯାଏ | ଏହା ଶାସ୍ତ୍ର ବିଦିତ | ଏହି ଦିନ ପ୍ରତ୍ୟୁଷରୁ ଉଠି ଭକ୍ତ ମାନେ ସ୍ନାନ ଶୌଚ ସାରି ପୂଜା ଲୁଗା ପିନ୍ଧି ଆଁଳା ଗଛ ମୂଳେ ଜଳ, କ୍ଷୀର ଢାଳି, ଅଁଳା ଗଛକୁ ନାଲି ଲୁଗା ବାନ୍ଧି, ଧୂପ ଦୀପ ଦେଇ ପୂଜାର୍ଚ୍ଛନା କରିଥାନ୍ତି | ହିନ୍ଦୁ ଶାସ୍ତ୍ରରେ ପ୍ରତ୍ୟେକ ଗଛ ର କିଛି ନା କିଛି ଔଷଧୀୟ ଗୁଣ, ଧାର୍ମିକ ମହତ୍ୱ, କୌଣସି ଦେବା ଦେବୀ ସହ ଆମ୍ପର୍କ ଥାଏ | ଏହାର ଫୁଲ, ଫଳ, ପତ୍ର, ପ୍ରଭୃତି ଦେବା ଦେଵୀ ଙ୍କୁ ଲାଗେ | ଏହା ଶାସ୍ତ ମତ ଅଟେ ଓ ଏହାକୁ ନେଇ ଆୟୁର୍ବେଦ ଶାସ୍ତ୍ର ରଚନା କରାଯାଇଛି | ଏହା ବହୁ ପୁରାତନ ଓ ଆଧୁନିକ ବିଜ୍ଞାନ ସମ୍ମତ ଅଟେ | ସେମିତି ଅଁଳା ଏକ ଏମିତିକା ଗଛ ଯାହାର ପ୍ରତ୍ୟେକ ଅଂଶ ରେ ଔଷଧୀୟ ଗୁଣ ଭରି ରହିଛି | ଏହି ଗଛର ସଂସ୍ପର୍ଶରେ ଆସିଲେ ବହୁ ରୋଗ ବ୍ୟାଧି ଭଲ ହୋଇଥାଏ, ମୁଖ୍ୟତଃ ସ୍ତ୍ରୀ ଲୋକ ମାନଙ୍କର ରଜ ସମସ୍ୟାକୁ ଲାଭପ୍ରଦ ହୋଇଥାଏ | ଏହାର ଫଳ ଅଁଳା କୁ ମହୌଷଧୀ କୁହାଯାଏ | ଅଁଳା ତ୍ରିଦୋଷ ନାଶକାରୀ ଅଟେ | ଏହା ସେବନ କଲେ ମଣିଷ ଶରୀରରେ ଶକ୍ତି ଜାଗ୍ରତ ହୁଏ, ଶରୀର ପୁଷ୍ଟ ହୁଏ, ଆଖି ସମସ୍ୟା ଦୂର ହୁଏ, ଅଳ୍ପ ବୟସରେ ମୁଣ୍ଡର ବାଳ ଝାଡ଼ିବା ଓ ପାଚିବା ବନ୍ଦ ହୁଏ ଯଥା ଶରୀରରେ ରକ୍ତ ବୃଦ୍ଧି କରେ ଓ ବିଶୁଦ୍ଧ କରେ, ହଜମ ଶକ୍ତି ବଢାଏ, ଝାଡା ସଫା କରେ, ଛୁଆଙ୍କ ସ୍ମରଣ ଶକ୍ତି ବଢାଏ | ତେଣୁ ଆଖୁ ଦେହରେ ଆଖୁର ରସ ପରି ଅଁଳା କୁ ମଣିଷ ଶରୀର ର ଆବଶ୍ୟକତା ସହ ତୁଳନା କରାଯାଇଛି | ଆୟୁର୍ବେଦିକ ଶାସ୍ତରେ ମହିଳା ମାନଙ୍କ ପାଇଁ ଅଁଳା ସେବନ କୁ ରାମବାଣ ଔଷଧ କୁହାଯାଏ | ଆଜିର ଦିନରେ ନୁଆଁ ଅଁଳା କୁ ସଂଗ୍ରହ କରି ମାଳା ତିଆର କରି କୃଷ୍ଣୁଙ୍କୁ ଓ ମାତା ଲଷ୍ମୀଙ୍କୁ ଲାଗି କରାଯାଏ | ବିଷ୍ଣୁ ମନ୍ଦିର ମାନଙ୍କରେ ପ୍ରବଳ ଭକ୍ତ ଓ ଦର୍ଶନଳାଷୀ ଙ୍କ ଭିଡ ଲାଗେ | ଆଜିର ଅଁଳା ଲାଗି ବେଶ ଭାରି ମନୋରମ |

        ଆଜି ଦିନରେ ଭଗବାନ ଶ୍ରୀକୃଷ୍ଣ ନନ୍ଦପୁର ଛାଡି ମଥୁରା ଗମନ କରିଥିଲେ | ପ୍ରଭୁଙ୍କ ବାଲ୍ୟଲୀଳା ସମାପ୍ତ ହୋଇଥିଲା | ନନ୍ଦପୁରର ଗାଈ, ପିଲାବେଳର ସାଙ୍ଗ, ଗୋପୀ ଗୋପାଳୁଣୀ, କ୍ଷୀର ଦହି ସବୁ ଛାଡି ରୁକୁଣା ରଥରେ ବସି ମାତୁଳ ପୁର ମଥୁରା ନଗରୀ ଅଭୁମୁଖେ ଯାତ୍ରା ଆରମ୍ଭ କରିଥିଲେ | ସେଠାରେ ନନ୍ଦପୁର ର ସମସ୍ତ ଗୋଜାତି, ଗଛ ପତ୍ର, ନଦୀ ନାଳ ପୁଷ୍କରିଣୀ, ନନ୍ଦବାଳା ବା ଗୋପାଳୁଣୀ, ସମସ୍ତ ନନ୍ଦ ବାସୀ ଅବଳାବୃଦ୍ଧବନିତା ଆଶ୍ଚର୍ଯ୍ୟ ଚକିତ ହୋଇ ରହି ଯାଇଥିଲେ, ଗଛରେ ପତ୍ର ମଧ୍ୟ ହଲୁ ନ ଥିଲା | କୃଷ୍ଣ ପ୍ରେମରେ ସମସ୍ତେ କୃଷ୍ଣ ଙ୍କ ଜନ୍ମ ଠାରୁ ଏତେ ଦିନ କେମିତି କଟିଗଲା ଜାଣିପାରୁନଥିଲେ, ଏବେ କୃଷ୍ଣ ଚାଲିଗଲା ପରେ କେମିତି ବଂଚିବେ ସେହି ଚିନ୍ତା ସମସ୍ତଙ୍କୁ ଘାରିଥିଲା | ହେଲେ କଣ ହେବ ଲୀଳାମୟ କୃଷ୍ଣ ବୁଝେଇ ଶୁଝେଇ ସମସ୍ତଙ୍କ ମନକୁ ମୋହି ସେଠାରୁ ବିଦାୟ ନେଲେ | ରାସ୍ତାରେ ତାଙ୍କ ପରମ ଭକ୍ତ ରାଧା ରୁକୁଣା ରଥ ବାଟ ଓଗାଳିଲେ, ଯିବାକୁ ଦେଲେ ନାହିଁ | ସେଠାରେ ଠାକୁର ତାଙ୍କୁ ବୁଝେଇ ଶୁଝେଇ କହିଲେ ତୁମ ହୃଦୟରେ ମୁଁ ଅଛି, ମୁଁ କୁଆଡେ ତୁମକୁ ଛାଡି ଯାଉଛି, ତୁମେ ମୋତେ ଯେତେବେଳେ ଚାହିଁବ ମୁଁ ତୁମ ଠାରେ ସ୍ବଦେହରେ ବିରାଜମାନ ହେବି | ଆହୁରି କହିଲେ ମୋ ହୃଦୟରେ ତୁମେ ସଦା ବିରାଜମାନ, ମୁଁ ତୁମ ହୃଦ କାନ୍ଦରରେ ସଦା ବିରାଜମାନ, ତୁମ ରୂପ ଲାବଣ୍ୟ, ଭକ୍ତି, ସୌନ୍ଦର୍ଯ୍ୟ ରେ ମୁଁ ପ୍ରୀତ, ଏହାଠୁ ଅଧିକ ତୁମ ପାଦ ସୁନ୍ଦର | ତୁମେ ଯେହେତୁ ମୋର ଅନ୍ତର ତେଣୁ ଆଜି ଠାରୁ ଏହି ଦିନରେ ତୁମ ପାଦ ଯେଉଁ ଭକ୍ତ ଦର୍ଶନ କରିବ ସେ ମୋତେ ପାଇବ | ସେହି ଦିନଠାରୁ ଆଜ ଦିନରେ ରାଧାପାଦ ଦର୍ଶନ ପାଇଁ ବିଷ୍ଣୁ, ରାଧାକୃଷ୍ଣ, ଜଗନ୍ନାଥ ମନ୍ଦିର ମାନଙ୍କରେ ଦର୍ଶନାଭିଳାଷୀ ଭକ୍ତଙ୍କ ଭିଡ ଲାଗିଥାଏ | ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ଧାମରେ ଆଜି ପ୍ରବଳ ଭିଡ଼ ଲାଗେ | ଉତ୍ତର ଭାରତ ର ଏହା ଏକ ବଡ ପର୍ବ ଅଟେ |

         ଦିନେ ମାତା ଲଷ୍ମୀ ହାଠାତ ଧରା ଧାମରେ ପ୍ରଦାର୍ପଣ କଲେ | ସେ ସଦା ବିଷ୍ଣୁ ଙ୍କ ପାଦ ସେବାରେ ରତ ଜିନ୍ତୁ ଏଠାରେ ଉଭୟ ବିଷ୍ଣୁ ଓ ଶିବଙ୍କୁ ପୂଜା କରିବା କୂ ଇଚ୍ଛା ପ୍ରକାଶ କଲେ | ଧରା ଧାମରେ ମଣିଷ ତୁଳସୀ ବୃକ୍ଷକୁ ପୂଜ କରେ ଯେଉଁଥିରେ ମା ଲଷ୍ମୀଙ୍କ ବାସ ତେଣୁ ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କୁ ଲାଗି କରାଯାଏ | ଶିବଙ୍କୁ ପୂଜା କରିବା ପାଇଁ ବେଲ ଗଛକୁ ପୂଜା କରାଯାଏ | ହେଲେ ପ୍ରଭୁ ଶିବଙ୍କୁ ତୁଳସୀ ପତ୍ର ଲାଗି ହୁଏନି, ଭଗବାନ ବିଷ୍ଣୁଙ୍କୁ ବେଲପତ୍ର ଦିଆଯାଏନାହିଁ | ମାତା ଲଷ୍ମୀ ଭାବିଲେ ମୋର କିନ୍ତୁ ଏକା ସାଙ୍ଗରେ ଉଭୟ ବିଷ୍ଣୁ ଓ ଶିବଙ୍କୁ ପୂଜା କରିବାର ଅଛି | ସେ ଦେଖିଲେ ଅଁଳା ଗଛରେ ଉଭୟ ତୁଳସୀ ଓ ବେଲ ଗଛର ଗୁଣ ରହିଛି | ତେଣୁ ଏହି ଦିନ ମା ଲଷ୍ମୀ ଅଁଳା ଗଛକୁ ପୂଜା କରିଥିଲେ, ଉଭୟ ବିଷ୍ଣୁ ଓଡ଼ିଆ ଶିବଙ୍କୁ ଦର୍ଶନ କରିଥିଲେ | ସେବେଠାରୁ କାର୍ତ୍ତିକ ମାସର ଶୁକ୍ଳ ନବମୀ କୁ ଅଁଳା ନବମୀ ଭାବେ ଅଁଳା ଗଛ ମୂଳେ ପୂଜା କରାଯାଏ | କାର୍ତ୍ତିକ ସରିବାକୁ ଆଉ ଛଅ ଦିନ ଅଛି, ତାପରେ ଆସିବ ମାର୍ଗଶିର ମାସ | ପ୍ରତ୍ୟେକ ମାର୍ଗଶିର ଗୁରୁବାର ଦିନ ମା ଲଷ୍ମୀଙ୍କ ପୂଜା ହେବ ଓ ଏକ ଗୁରୁବାରେ ଜମିରୁ ଆଦାୟ ହୋଇଥିବା ନୁଆଁ ଧାନକୁ ମାଣ ରେ ରଖି ମା ଲଷ୍ମୀଙ୍କୁ ପୂଜା କରାଯାଇଥାଏ ଓ ସେଠାରେ ଅଁଳା ଡାଳ ଓ ଫଳକୁ ପୂଜା କରାଯାଏ | ହୋମ ଯଜ୍ଞାଦୀ ରେ ଶୁଖିଲା ଅଁଳା କୁ ପୂଜା କରାଯିବାର ଵିଧି ରହିଛି | ଏବଂ ଏହି ଅଁଳା ନବମୀ ଯେଉଁ ବ୍ୟକ୍ତି ପାଳନ କରିବ ତାକୁ ପୁରା କାର୍ତ୍ତିକ ମାସର ଧର୍ମ ପ୍ରାପ୍ତି ହେବ |



Rate this content
Log in

Similar oriya story from Classics