STORYMIRROR

Sunanda Mohanty

Romance Tragedy Thriller

4  

Sunanda Mohanty

Romance Tragedy Thriller

ଭୁଲ ହୋଇଗଲା ତତେ ଭଲ ପାଇ

ଭୁଲ ହୋଇଗଲା ତତେ ଭଲ ପାଇ

3 mins
3


ପାର୍କରେ ଦୁଇଦିନ ହେଲାଣି ଅପେକ୍ଷା କରି କରି ସୋନାଲି ଆସୁନଥିଲା । ଆଣିଥିବା ଫୁଲ ତୋଡ଼ା ବସିଥିବା ଭିକାରୀକୁ ଦେଇ ଫେରିଯାଉଥିଲା ଆଦି ମାନେ ଆଦିତ୍ୟ ମହାପାତ୍ର. ଆଜି ପର୍ଯ୍ୟନ୍ତ ସୋନାଲିକୁ ସେ ଯେତିକି ଜାଣେ ଖୁବ ନମ୍ର, ଶାନ୍ତ ତା ଚରିତ୍ର, ଖୁବ କମନୀୟ ଓ ନମନୀୟ ତା ଚେହେରା, ସଂସ୍କୃତି ସମ୍ପର୍ଣ୍ଣ ପାରିବାରିକ ଚିନ୍ତାଧାରା, ରୁଚିଶୀଳ ଭଦ୍ରା ସୋନାଲି ସହିତ ଯୋଉଦିନ ଗୋଟେ ମିଟିଙ୍ଗରେ ଦେଖା ହୋଇଥିଲା ପାଗଳ ହୋଇଯାଇଥିଲା ଆଦିତ୍ୟ. କିପରି ପ୍ରେମ ନିବେଦନ କରିବ ତାକୁ ଗୋଟେ ବଡ଼ କମ୍ପାନୀର ସି ଇ ଓ ଙ୍କୁ ଭାବି ସେ ବିଚଳିତ ହୋଇ ପଡୁଥିଲା ବେଳେ ଜେଜେ ହିଁ ସାହାରା ହେଲେ.ସୋନାଲି ଫୋନ ନମ୍ବର ପାଇବାକୁ ଅସୁବିଧା ହୋଇନଥିଲା. ଜେଜେ ଜଣେ ବୟସ୍କ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିଚୟ ପାଇବା ପରେ ଜେଜେ ଗୋଟେ ବଡ଼ କମ୍ପାନୀ ଚଳାଉଥିଲେ ଶୁଣି ସୋନାଲି ତାଙ୍କଠୁ ପ୍ରଥମେ ପ୍ରଥମେ ପରାମର୍ଶ ଲୋଡୁ ଥିବା ବେଳେ ଜେଜେ ତାଙ୍କ ନାତିର ଭୁରି ଭୁରି ପ୍ରଶଂସା କରୁଥିଲେ. ନାତି ଆଦିତ୍ୟ ମଧ୍ୟ ଗୋଟେ କମ୍ପାନିର ସି ଇ ଓ ଯୋଉଟା ଜେଜେଙ୍କର ଥିଲା ଜାଣି ସୋନାଲି କେବଳ ଏତିକି କହିଥିଲା ମୁଁ ତାଙ୍କୁ ଜାଣିଥାଇ ପାରେ. ସେଇ ଟିକକ କଥାକୁ ସୂତ୍ର କରି ଜେଜେ ନାତିକୁ ନେଇ ପାର୍କରେ ସୋନାଲି ସହ ପରିଚୟ କରାଇଦେଇଥିଲେ. ଉପରକୁ ଜେଜେଙ୍କ କଥାରେ ଆସିଛି କହୁଥିବା ଆଦି କିନ୍ତୁ ଭିତରେ ଭିତରେ ଜେଜେଙ୍କୁ ଧନ୍ୟବାଦ ଦେଉଥିଲା. କ୍ରମେ ଜେଜେ ରହିଗଲେ ଆଢ଼ୁଆଳରେ ବୟସର ଦୋଷ ଓ ରୋଗର ସାହାରା ଦର୍ଶାଇ କିନ୍ତୁ ଆଦି ଓ ସୋନାଲି ପରସ୍ପରକୁ ସେହି ପାର୍କରେ ନିହାତି ଦେଖା କରୁଥିଲେ ।

  ଭଲପାଇବାର ନୂତନ ସଂସ୍କରଣ ଯୁବ ପିଢ଼ି ପାଇଁ ପ୍ରେମ ନାମରେ କେବେ ବଦଳି ବାହାଘର ମଧ୍ୟ ପକ୍କା ହୋଇଗଲା ନା ଆଦି ନା ସୋନାଲି ଧରି ରଖି ପାରିନଥିଲେ ସମୟ, ପରିସ୍ଥିତିକୁ କିନ୍ତୁ ପାର୍କର ପରିବେଶକୁ କେବେ ଭୁଲି ନଥିଲେ. ଦିନେ ସେଠିକୁ ନ ଆସିଲେ ମନ ବୁଝୁନଥିଲା. ଆଦିର ଡେରି ହେଲେ ଜେଜେ କହୁଥିଲେ ଆଜି ପାର୍କକୁ ଯିବୁନି କି ମୋ ପ୍ରେମିକାକୁ ଦେଖା କରିବାକୁ କହି ଫୁଲତୋଡ଼ା ବଢ଼ାଇଦେଉଥିଲେ. ଆଦି କହୁଥିଲା ସୋନାଲି କେବଳ ମୋର ତା ଉପର ନଜର ଲଗେଇବାକୁ ତମେ ଦୁଃଶାହସ କରନା କହିଦେଉଛି ଜେଜେ. ଆରେ ସୋନାଲିକୁ ପଚାରିବୁ ଯାଆ ସେ ତୋ ଆଗରୁ ମତେ ଭଲ ପାଇଛି ନା ନାହିଁ? ସେ ହିଁ ମୋର ପ୍ରଥମ ପ୍ରେମିକା.ତେବେ ଜେଜେମା ତମର କଣ. ଆରେ ତା କଥା ଛାଡ଼. ସେ ଏ ପ୍ରେମ ଫେମ କଥା କଣ ବୁଝେ. ଆଦି ହସି ହସି କହେ ହଉ ହଉ ପଚାରିବି ସୋନାଲିକୁ ତାର ବୁଢା ଦରକାର ନା ମୋ ପରି ଟୋକା କହି ହସି ହସି ଫୁଲତୋଡ଼ା ନେଇ ତିନିଦିନ ହେଲାଣି ସେ ପାର୍କକୁ ଆସୁଛି କିନ୍ତୁ ସୋନାଲିର ଦେଖା ନାହିଁ. ମନଦୁଃଖରେ ଟିକିଏ ଦୂରରେ ବସିଥିବା ଭିକାରୀ ଆଗରେ ଫୁଲତୋଡ଼ା ଫିଙ୍ଗି ଚାଲିଯାଏ ଆଦି. ଭାବେ ବାହାଘର ପକା ହେବା ପରେ ସୋନାଲି ଏମିତି ତା ପାଖରୁ ଆକର୍ଷଣ କମେଇଦେବାର ମାନେ କଣ ହୋଇପାରେ. ହୁଏତ ସୋନାଲି ଭଳି ଝିଅକୁ ଭଲପାଇ ସେ ଭୁଲ କରିବସିଛି.ଜେଜେ କହୁଥିଲେ ବୋକାଟା କିରେ, ଅଭିମାନ କରିଛି. ମାନ ଭାଙ୍ଗିବାକୁ ଚାଁହୁଛି ରାଧା. ବୁଝିପାରୁନୁ ଏତିକି. ତୋ ଆଡୁ ତୁ ଫୋନ କର. ହୃଦୟ ଖୋଲ. ଜାଣିବୁ ରାଧାରାଣୀଙ୍କ ମାନଭଞ୍ଜନ ପାଇଁ କୃଷ୍ଣଙ୍କୁ କେତେ କଷ୍ଟ କରିବାକୁ ପଡିଥିଲା.ଶାନ୍ତିରେ ଶୋଇଗଲା ଆଦିତ୍ୟ. ନୂଆ କୌଶଳ ସେ ନିଜେ ଆପଣେଇବ. କାଲି ତ ସବୁ ସି ଇ ଓ ମାନଙ୍କର ରାଜ୍ୟର ସର୍ବୋଚଙ୍କ ସହ ମିଟିଙ୍ଗ ଅଛି. ସେଇଠି ସୋନାଲିକୁ ଭେଟିଲେ କିଛି କହିବନି ତାକୁ. ସେ ଜାଣୁ ବୁଝୁ ନାରୀ ପରି ପୁରୁଷର ମଧ୍ୟ ମାନ ଅଭିମାନ ଅଛି. ସେ ବି ଚାହେଁ ତା ପ୍ରେୟସୀ ତା ମାନଭଞ୍ଜନ କରୁ ।

  ମିଟିଙ୍ଗରେ ସୋନାଲି ନଥିଲା. ସବୁଥର ଅପେକ୍ଷା ଗୁରୁ ଗମ୍ଭୀର ଲାଗୁଥିଲା ଅଧିକ. ସୋନାଲି ଚକରରେ ପଡି ସେ ଭୁଲିଯାଇଥିଲା କର୍ମ ଓ କର୍ତ୍ତବ୍ୟକୁ ବୋଧହୁଏ ଭାବି ନିଜକୁ ନିଜେ ଧିକ୍କାର କରୁଥିଲା. ସମସ୍ତେ ତାକୁ କାହିଁକି ଦମ୍ଭ ଧରନ୍ତୁ, ସାହାସ ରଖନ୍ତୁ, ଜୀବନରେ ଏମିତି ଅନେକ କଥା ସାମ୍ନା କରିବାକୁ ପଡେ ବୋଲି କହୁଥିଲେ ସେ ବୁଝି ପାରୁନଥିଲା. ମିଟିଙ୍ଗ ଆରମ୍ଭ ହେଲାପରେ ଦୁଇ ମିନିଟ ନୀରବ ପ୍ରାର୍ଥନା ପାଇଁ କୁହାଗଲା ତ ସେ ଚମକି ପଡିଲା. କାହାର କଣ ହେଲା ଭାବୁ ଭାବୁ ସୋନାଲି ସାମାନ୍ତରାଏଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଗଭୀର ଶୋକ, ଶ୍ରଦ୍ଧାଞ୍ଜଳି ଓ ନୀରବ ପ୍ରାର୍ଥନା ଭଳି ଶବ୍ଦ ଗୁଡିକ ଭିତରେ ଆଦିତ୍ୟ ଏକ ମୁହାଁ ଦୌଡୁଥିଲା ଅଣନିଶ୍ଵାସୀ ହୋଇ. କିଏ କହୁଥିଲା ସେ ଭାରସାମ୍ୟ ହରାଇ ବୋଧହୁଏ ପାଗଳ ହୋଇଗଲା. ଦୌଡୁ ଦୌଡୁ ଜେଜେଙ୍କ ଦେହରେ ଧକ୍କା ଖାଇ ପ୍ରକୃସ୍ଥିତ ହେଲାବେଳକୁ ଆଦିତ୍ୟ କହୁଥିଲା ମତେ ଭଲ ପାଇ ତାର ଭୁଲ ହୋଇଗଲା ଜେଜେ. ଲୁହ କୋହକୁ ଚାପି ଜେଜେ ନାତିକୁ କି ସାନ୍ତ୍ୱନା ଦେବେ ବୁଝିବାକୁ ତାଙ୍କ ପାଖରେ ଭାଷା ନଥିଲା ।


Rate this content
Log in

Similar oriya story from Romance