STORYMIRROR

Sunanda Mohanty

Romance Crime Thriller

4  

Sunanda Mohanty

Romance Crime Thriller

ଅନ୍ଧମୁହାଁଣୀ

ଅନ୍ଧମୁହାଁଣୀ

5 mins
2

ଟ୍ରେନ ର ଖୋଲା ଝରକା ଦେଇ ଅନିନ୍ଦିତା ଭାବି ଚାଲିଥିଲା ଅନେକ କିଛି. ତା ମନ ତଳେ ସମୁଦ୍ରର ଅସଂଖ୍ୟ ଢେଉ ପରି ଉର୍ମିମାଳା ଭିତରେ ସେ ବୋଉ କୁ ଦେଖିପାରୁଥିଲା.ସକାଳ ପାହିଲେ ବୋଉ ତାର ହାତରେ ଚା କପ ଧରି ଡାକୁଥିଲା. ଉଠ ମାଆ ମୁଁହଁ ଧୋଇ ଏ ଅଦା ଚା ଟିକେ ପିଇ ଦେଇ ଦେଖେ ଏ ସକାଳ କେଡେ ସୁନ୍ଦର. ଦେଖେ ଆକାଶର ପକ୍ଷୀଙ୍କୁ. ତାଙ୍କ ଡେଣା ଯେମିତି ଯେତେ ଉଡ଼ିଲେ ମଧ୍ୟ ଥକି ପଡ଼େନା ତୁ ସେମିତି ଥକି ପଡ଼େନା ମାଆ. ଚାକିରୀ ଆଜି ନହୋଇଛି ତ କାଲି ହେବ. ନହେଲେ ନହେବ ଏତେ ଦୁଃଖ କାହିଁକି! ଉଠ ଦେଖେ ସେ କଅଁଳା ବାଛୁରୀ ଟାକୁ. ଦେଖେ ସେ ନେଉଳଟାକୁ, ଦେଖେ ସେ କମଳା ରଙ୍ଗର ପ୍ରଜାପତିଟାକୁ. ସେମାନଙ୍କୁ ଦେଖି ଶିଖି ତାଙ୍କୁ ପଢି ଆଗାମୀ ପିଢ଼ି ଶିଶୁମାନଙ୍କୁ ପଢ଼ା ଝିଅ. ଲେଖିଯା ଶିଶୁମାନଙ୍କ ପାଇଁ କିଛି ଶିଶୁ ମନଲାଖି ସାହିତ୍ୟ. ଦେଖିବୁ ଖାଲି ଆନନ୍ଦ ହିଁ ଆନନ୍ଦ. ବାପା ମଧ୍ୟ ପଶିଆସିବେ ତା ରୁମ କୁ କହିବେ ମୋ ଝିଅ ସେ. ହାରିବା ଶିଖିନି ଉଠୁ ମାଆ ନେ ଏ ଖବର କାଗଜ ପଢେ. ଦେଶ ଦୁନିଆଁ କଥା ଜାଣେ. ଅନୁଭବକୁ ସଜାଡି ଭବିଷ୍ୟତ ସୌଧ ଗଢିବାକୁ ମନ ଟାଣ କରେ. ବାପା ବୋଉଙ୍କ କଥା ନସରୁଣୁ ଶୁଆ ମିଠୁ ଡାକ ଛାଡ଼ିଥିବ. ଉଠ ନାନୀ ଦେଖ କିଏ ଆସିଛି. ବିଲେଇ କକି କୁ ତା ଆଡକୁ ଆସୁଥିବାର ଦେଖି ମିଠୁ ଏମିତି ଡାକେ. ପୋଷା କୁକୁର ହୁଣ୍ଡା ମଧ୍ୟ ତା ରୁମ କୁ ପଶିଆସି ଆଗ ଦୁଇଗୋଡ଼ ପ୍ଲେଟ ଚଟାଣ ଉପରେ ରଖି ଦେହ ବଙ୍କେଇ ଜଣାଉ ଥାଏ ଅଭିବାଦନ. ଅନିନ୍ଦିତା କିନ୍ତୁ ଆଉ କିଛି ଭାବୁଥାଏ. ତା ମିଶନ ସଫଳ ହେଵତ!ଆଜି ରାତି ସାଢେ ଏଗାର ରେ ସେ ଘର ଛାଡ଼ି ଷ୍ଟେସନ ଯିବ. ଉତ୍ପଳ ସେହି ପ୍ଲାଟଫର୍ମ ରେ ତାକୁ ଅପେକ୍ଷା କରିଥିବ. ତା ପରେ ସେ ଦୁହେଁ ସାଙ୍ଗ ହୋଇ ମୁକ୍ତ ପକ୍ଷୀ ସାଜି ନୀଡ଼ ବସେଇବେ. ସ୍ବପ୍ନ ସାକାର କରିବେ. ସ୍ବାଧୀନତା ଭିତରେ ପ୍ରେମ ପକ୍ଷୀ ଦୁହେଁ ଉଦିବୁଲିବା ବେଳେ ଭୁଲିଯିବେ ଜାତି ପ୍ରଥା ଉର୍ଦ୍ଧରେ ପ୍ରେମ ଶାଶ୍ୱତ ଓ ନିର୍ମଳ. ଅନେକ ଥର ଖୋଲିକି ଉତ୍ପଳ କଥା କହିଦେବାକୁ ଇଛା ହୁଏ ବୋଉକୁ. ଡ଼ରମାଡ଼େ କିନ୍ତୁ ବୋଉ କୁ!କାଳେ କହିବ ଭାବନା ଓ ସ୍ବପ୍ନ ସତ ନୁଁହଁ ଝିଅ. ବାସ୍ତବତା ଅନ୍ୟ କିଛି କୁହେ. ଯିଏ ବାସ୍ତବ ଧର୍ମୀ ସେ କେବେ ସ୍ବପ୍ନ ସାକାର କରିବାକୁ ଵା କିଛି ଅବାନ୍ତର ଭାବନାକୁ ସଫଳ କରିବାକୁ ବାସ୍ତବତା ଛାଡ଼ି ଅବାସ୍ତବ ପଛରେ ଧାଏଁ ନାହିଁ. ସମୁଦ୍ର ଲହଡି କୂଳ ଆଡକୁ ଆସେ ପଛକୁ ନୁଁହଁ. ସୂର୍ଯ୍ୟ ସବୁଦିନ ପୂର୍ବ ଦିଗରେ ଉଦୟ ହୁଅନ୍ତି ପଶ୍ଚିମ ଦିଗ ରେ ନୁଁହଁ. ସେମିତି ଯଦି ହୁଅନ୍ତା ଏ ପୃଥିବୀ, ଏ ଜୀବ ଜଗତ କଣ ତିଷ୍ଠି ରହି ପାରିଥାନ୍ତା ଝିଅ!ବ୍ରାହ୍ମଣ ଘର ଝିଅ ଅନିନ୍ଦିତା ବାପାଙ୍କୁ ମଧ୍ୟ କହିପାରିନଥାନ୍ତା ଯେ ସେ ଉତ୍ପଳ କୁ ଭଲପାଏ. ସେ ହିଁ ତାକୁ ପଢିପାରିବ ଓ ବୁଝିପାରିବ ପୁଣି ଆଗକୁ ରାସ୍ତା ଦେଖାଇ ପାରିବ ବାପା. ବାପା କିଛି ନକହି ତିନିଥର ରାମ ରାମ ରାମ ଉଚ୍ଚାରଣ କରିବା ସହ ଯଦି କହିଦେବେ ଆଜି ଯାଏଁ ତୁ ମୋ ଝିଅ ବୋଲି ଭାବି ଭୁଲ କରିଦେଲି. ସହିପାରିଥାନ୍ତା ଅନିନ୍ଦିତା. ତେଣୁ ସେ ସବୁକୁ ପଛରେ ପକେଇ ଆଜି ଚାଲିଯିବ. ଉତ୍ପଳ ତାକୁ କଥା ଦେଇଛି. ଉଠି ବସି ନିଜ ବ୍ୟାଗ ଭିତରେ ଠିକ ଠାକ ସବୁ ଅଛି କି ନା ଆଉଥରେ ଦେଖିନେଲା ଅନିନ୍ଦିତା.
     ରାତି ଖାଇବା ନେଇ ବୋଉ ତାର ସବୁଦିନ ଭଳି ତା ରୁମକୁ ଆସିଲେ. ଦେହ ଭଲ ନାହିଁ ଖାଇବା ରଖିଦେଇ ଯାଆ ବୋଉ ବୋଲି କହି ବୋଉକୁ ଫେରାଇ ଦେଇଥିଲା ସେ. ବୋଉ ଦେହ ମୁଣ୍ଡ ପରସ୍ତେ ଆଉଁସି ଦେଇ ଖାଇବା ରଖିଦେଇ ଯାଇଥିଲେ. ସାଢେ ଦଶ ସୁଦ୍ଧା ବାପା ଙ୍କ କବାଟ ବନ୍ଦ ହୁଏ. ଅନିନ୍ଦିତା ପୁଣି ବ୍ୟାଗ ରେ ସବୁ ଜିନିଷ ପତ୍ର ଚେକ କରିନେଲା. ବୋଉ ନିଜ ପାଇଁ କରିଥିବା ଚୁଡ଼ ଦିପଟ ସୁରକ୍ଷିତ ଥିଲା. ବାପା ଏଇ ଏଇ କିଣିଥିବା ନୂଆ ଘଣ୍ଟା ଟି ମଧ୍ୟ ଥିଲା. ଦଶ ହଜାର ଟଙ୍କର ଘଣ୍ଟା କିଣି ଥୋଇଛ ପିନ୍ଧୁନ କାହିଁକି ପଚାରିଲେ ବାପା କୁହନ୍ତି ଆଉ କେଇଟା ଦିନ କି? ନୂଆ ଜୋଇଁ କରିବି. ତା ହାତକୁ ଖୁବ ମାନିବ. ସେତେବେଳେ ଭାବନାରେ ଉତ୍ପଳ ହାତରେ ଘଣ୍ଟା ବାନ୍ଧୁ ବାନ୍ଧୁ ଅନିନ୍ଦିତା ଭୁଲି ନଥିଲା ଘଣ୍ଟାଟିକୁ ନେବାକୁ. ଆଉ ବୋଉର ଚୁଡ଼ କଥା ମନେପଡିଲେ ମନେ ପଡିଯାଏ ସେଦିନ ଭାଇ ଭାଉଜ ଶେଷ ଥର ଘରକୁ ଆସିଥିବା କଥା. ଭାଇ ତା ଜିଦ ରେ ଅଟଳ ଥିଲା. ସେତେବେଳେ ବୋଉ କିଛି ନକହି ନିରବୀ ଯାଇ ଦେଖୁଥିଲା କୋଉ ପାଣି କୁଆଡେ ଯାଉଛି. ଶେଷକୁ ବାପା ତାଙ୍କ ନିଷ୍ପତ୍ତି ଶୁଣେଇ ଦେଇଥିଲେ ଘର ଯଦି ବିକ୍ରୀ ହେବା ଅତ୍ୟନ୍ତ ଆବଶ୍ୟକ ତେବେ ସେ ଘର ମୁଁ ହିଁ କିଣିବି କିନ୍ତୁ କହିଦେଉଛି ଟଙ୍କା ସମାନ ଭାଗ ହେବ. ବାପା,ମାଆ, ପୁଅ, ବୋହୁ ଓ ମୋ ଝିଅର ଭାଗ. ଆଉ ଯଦି କିଛି ବଳିପଡ଼େ ତେବେ ସେଇଟା ତୋ ଆସୁଥିବା ସନ୍ତାନ ର. ଘର ସତକୁ ସତ ବିକ୍ରୀ ହେଲା ଓ ବାପା ଉଚିତ ମୂଲ୍ୟ ଦେଇ କିଣିନେଲେ. ଭାଗ ନେଇ ଭାଇ ଓ ଭାଉଜ ଚାଲିଯିବା ପରେ ବଳକା ଟଙ୍କା ରେ ବୋଉ ଚୁଡ଼ କିଣିଥିଲା. କାହିଁକି ପିନ୍ଧୁନୁ ପଚାରିବାରୁ ଅନିନ୍ଦିତା ଉତ୍ତର ପାଇଥିଲା ଭାଇ ର କଣ ଭଉଣୀ ପାଇଁ କିଛି କର୍ତ୍ତବ୍ୟ ନଥିଲା! ବଳିପଡିଥିବା ଟଙ୍କା ସେ ଛାଡ଼ିଦେଇ ଯାଇଛି ତୋ ପାଇଁ. ସେ ଚୁଡ଼ ଦିପଟ ତୋର. ବାହାଘର କୁ ଆସୁ ନଆସୁ ତୋ ଭାଇ.ଭାଇ କିନ୍ତୁ ଏ ଚୁଡ଼ ପଠେଇଛି ବୋଲି ଲୋକେ ଜାଣିବେ.ଏ ମହାରଗ ଯୁଗରେ ଭାଇ ଭଉଣୀ ପାଇଁ ଏତେ ମୂଲ୍ୟବାନ ଚୁଡ଼ କିଣି ପଠେଇଛି କଣ କମ କଥା. ଅନିନ୍ଦିତା କିନ୍ତୁ ସେସବୁ ଭୁଲି ସବୁ ଠିକ ଠାକ ସଜାଡି ଶେଷକୁ ବୋଉ ରଖିଥିବା ଖାଇବା ମଧ୍ୟ ପ୍ୟାକ କଲା ଓ ଦୁଆର ଖୋଲି ଚାଲିଗଲା. ଆଗରୁ ଠିକ କରି ସାରିଥିବା ଭଡା କାର ମଧ୍ୟ ପହଁଞ୍ଚି ସାରିଥିଲା.
    ଅପେକ୍ଷା କରି କରି ଟ୍ରେନ ଆସିଥିଲା କିନ୍ତୁ ଉତ୍ପଳ ର ଦେଖା ନଥିଲା. କାନ୍ଦ କାନ୍ଦ ହୋଇ ଟ୍ରେନ ରେ ଉଠିବା ପରେ ସେ ଏ ବଗିରୁ ସେ ବଗି ଉତ୍ପଳ କୁ ଖୋଜି ଖୋଜି ନିରାଶ ହେଉଥିଲା. ରାତି ଖାଇବା ରଖିଥିଲା ବୋଲି ବଞ୍ଚିଗଲା ସତ କିନ୍ତୁ ତାର ଅସହଜ ଚାଲି ଚଳଣି ଓ ଭାବ ଭଙ୍ଗୀ ସହଯାତ୍ରମାନଙ୍କୁ ନିଶ୍ଚୟ କିଛି ଭାବିବାକୁ ଖୋରାକ ଦେଉଥିଲା. ଆସ୍ତେ ଆସ୍ତେ ସକାଳ ହେବ. ଗାଡି ଦିଲ୍ଲୀରେ ଲାଗିବ. କୁଆଡେ ଯିବ ସେ!ଘରକୁ ଫେରିବାର ଆଉ କୋଉ ରାସ୍ତା ସେ ରଖିଛି ବୋଲି ଭାବୁଥିଲା. ଭାଇ ଭୁଲ କଲା ବୋଲି ସେ କେଉଁ ଠିକ ଟା କରିଛି ଯେ!ନିଜ ଜନ୍ମିତ ପିତା ମାତାଙ୍କୁ ଯିଏ ଠୋକର ଦିଏ ତା ଜୀବନ କେମିତି ଶୃଙ୍ଖଳିତ ହେବ ଭାବି ଭାବି ଅନାଗତ ସକାଳକୁ ଅପେକ୍ଷା କରିଥିବା ଅନିନ୍ଦିତା କୁ କେହି ଜଣେ ନାମ ଧରି ଡାକୁଥିଲା ତ ସେ ଭାସିଯାଉଥିବା ଲୋକ କୁଟା ଖିଅକୁ ଆଶ୍ରା କଲା ପରି ପଛକୁ ବୁଲି ଚାହିଁ ଯାହାକୁ ଦେଖିଲା ସେ ଆକାଶ ହିଁ ଥିଲା. ତା ବାପା ବୋଉଙ୍କର ପସନ୍ଦ ର ପାତ୍ର.ତା ପିଲାଦିନର ସାଙ୍ଗ,ଯାହାକୁ ସେ କଳାଭୂଆ କହି ଘୃଣା କରେ ବୋଲି ତା ସହ ବିବାହ ପ୍ରସ୍ତାବ ଆସିବା ପୂର୍ବରୁ ତା ମନ  ଭାଙ୍ଗିସାରିଥିଲା ବୋଲି ବାପା ବୋଉ ବୁଝିପାରିଥିଲେ. ଆଜି କିନ୍ତୁ ସେଇ ପିତା ମାତା ତାକୁ କୋଉ ଭାରସାରେ ବିଶ୍ୱାସ କରି ପାରିଲେ! କିଛି ବୁଝିପାରିଲେନି ତାଙ୍କ ଝିଅ ମନ ତଳେ କଣ ସବୁ ଚାଲିଛି ବୋଲି ଭାବିବା ସହ କଇଁ କଇଁ କାନ୍ଦୁଥିଲା ଆକାଶ ହାତ ପାପୁଲି ଦ୍ବୟ ଭିତରେ ନିଜ ମୁଁହଁ ଲୁଚାଇ ତ ଆକାଶ ପ୍ରଥମେ ଅନିନ୍ଦିତା ବାପାଙ୍କୁ ଫୋନ ଲଗେଇ କହିଥିଲା ଅନିନ୍ଦିତା ର ସକାଳୁ ଦିଲ୍ଲୀରେ ଇଣ୍ଟରଭ୍ୟୁ ଥିବାରୁ ତାକୁ ନେଇ ମୁଁ ଦିଲ୍ଲୀ ଚାଲି ଆସିଛି ମଉସା. ମାଉସୀଙ୍କୁ ଜଣେଇବେ ଓ ବ୍ୟସ୍ତ ହେବେନାହିଁ.ସତକୁ ସତ ଦିଲ୍ଲୀରେ ନିଜ କମ୍ପାନୀରେ ଚାକିରୀ କରେଇ ଦେଇ ଅଶୋକ ପୁଣି ଫୋନ୍ କରିଥିଲା ଅନିନ୍ଦିତା ଘରକୁ. ଅନିନ୍ଦିତା ଆଖିରୁ ଗଡି ଆସୁଥିଲା ଦୁଇଟୋପା ଲୁହ, ସେ ଲୁହ ଆନନ୍ଦ କି ଅନୁତାପର ତାହା କାହାକୁ ଜଣା ନଥିଲା.


Rate this content
Log in

Similar oriya story from Romance