Satyanarayan Sahoo

Romance Tragedy Classics

3  

Satyanarayan Sahoo

Romance Tragedy Classics

ଅବସ୍ଥା

ଅବସ୍ଥା

1 min
123



ଘୁଣଖିଆ ଗାଁର ଅବସ୍ଥା ଖୁବ୍ ଭଲ ଥିଲା । ମାତ୍ର ଅଳ୍ପ କିଛି ସ୍ବାର୍ଥପରଲୋକଙ୍କ ସ୍ବାର୍ଥ ଲାଳସା ମୂଳରେ ସମ୍ପୁର୍ଣ୍ଣ ଏବେ ଧ୍ବଂଶ ସ୍ତୁପ ।ସ୍ବାର୍ଥର ଭଉଁରୀ ଓ ଅବସ୍ଥା ଚକ୍ରର କରାଳ ଗ୍ରାସରେ ପଡି

ଗ୍ରାମ ବାସୀ ଗଣ  ଅସହ୍ଯ ଦୁଃଖ ଓ ନିଦାରୁଣ ପୀଡା କବଳିତହୋଇ ଗାଁ ଛାଡି ଯେ ଯୁଆଡେ ପଳାଇ ଗଲେ । ଅବସ୍ଥା ଏ ପରିହେଲା ଯେ ସେ ଗାଁରେ ମଣିଷ କ'ଣ ସେଠାରେ କୌଣସି ପଶୁ,

ପକ୍ଷୀ ବା ପତଙ୍ଗ ଙ୍କର ମଧ୍ଯ ଦେଖା ଦର୍ଶନ ମିଳିଲା ନାହିଁ !ସତରେ ଦୁଃଖ ଯେବେ ଆସେ ମଣିଷ ସଂପୂର୍ଣ୍ଣ ଭାଙ୍ଗି ପଡେ ଦୁଃଖରକଷାଘାତରେ । ପ୍ରାଣମନ ତାର କାନ୍ଦେ ଗୁମୁରି ଗୁମୁରୀ । ଘର ପୋଡି ପରେ ବାସହରା ଗ୍ରାମଟି ଶୁନ୍ ଶାନ୍ ପାଲଟି ଯାଇଛି । ଏତେ ଲୋକଙ୍କ ମନ ରେ ଦୁର୍ବିସହ କୁହର ବେଦନା ସୁତୀବ୍ର ହୋଇ ଉଠିଛି ।

ମଣିଷ ନିଜର ସ୍ବାର୍ଥ ସାଧନ ଲାଗି ଯେକୌଣସି ଘଣ୍ଯ ଓ ଅତ୍ଯନ୍ତପାପ କର୍ମ ନିତି ଦିନ କରି ଚାଲିଥାଏ । ସେ ସମାଜରେ ସଦା କେବଳ

ଆପଣା କଥା ଭାବି ଚାଲି ଥାଏ । ଆପଣାର ସ୍ବାର୍ଥରେ ବାଧା ଉପୁଜିଲେ ଅତ୍ଯନ୍ତ ଘଣ୍ଯ କାମ କରିପକାଏ ।  ଏଇ ମଣିଷ ର କାମରୁ ହିଁ ସକଳ ପ୍ରକାର ଦୁର୍ବିପାକ ଘଟେ । ପୁଣି

ଏସବୁ ଘଟଣା ଆଗରେ ସେ ଅତି ଅସହାୟ ହୋଇ ପଡେ ।ଘୁଣଖିଆ ଗ୍ରାମ ଟିର ଅବସ୍ଥା ମଧ୍ଯ ଘଟଣା ଚକ୍ରରେ ପଡି ଏପରିଅସହାୟ ହୋଇ ଯାଇଛି । ଦିନେ ଯେଉଁଠି ଶାନ୍ତ ସୁନ୍ଦର ପରିବେଶ

ରେ ଗାଁର ସରଳ ନୀରିହ ଜନତା ଖୁବ୍ ଆନନ୍ଦ ଉଲ୍ଲାସ ଓ ପ୍ରାଚୁର୍ଯ୍ଯରଭରପୁରତାରେ କାଳ ଯାପନ କରୁ ଥିଲେ ଆଜି ସେଠାରେ ଅଗ୍ନିର

କରାଳ ଗ୍ରାସରେ ସବୁ ଦହି ହୋଇ ଦରପୁଡା ପାଲଟି ଯାଇଛି ।ଲୋକବାକ ଯିଏ ଯୁଆଡେ ଏଣେ ତେଣେ ପଳାଇ ଯାଇଛନ୍ତି । ଏବେ ସବୁଠି ନିସ୍ତବ୍ଧତାର ରାଜୁତି । ଗଛବୂଛ ଠାରୁ ସୁନ୍ଦର ବନ ଉଦ୍ଯାନସବୁ ପୋଡି ଛାର ଖାର ହୋଇ ଯାଇଛି ।


Rate this content
Log in

Similar oriya story from Romance