ସାବତ ମା '
ସାବତ ମା '
ବାପା ମାଆଙ୍କ ସହିତ ହସ ଖୁସିରେ ପାଞ୍ଚ ସାତ ବର୍ଷ ବିତିଯିବା ପରେ ଦିନେ ଅଚାନକ ରାସ୍ତା ଦୁଘଟନା ରେ ମାଆଙ୍କ ମୃତ୍ୟୁ ହେବା ପରେ ଦୁଃଖ କଷ୍ଟ ସହ୍ୟ କରି ବଞ୍ଚିବା ଅପେକ୍ଷା ମରିଯିବା ଶ୍ରେୟସ୍କର ଭାବି ଥିଲେ । ମାଆଙ୍କ ମୃତ୍ୟୁର ୩/୪ ବର୍ଷ ପରେ ପିଲା ମାନଙ୍କୁ ଲାଳନ ପାଳନ ପାଇଁ ତାଙ୍କ ବାପା ଆଉ ଗୋଟେ ନୂଆ ମାଆ ଆଣିଲେ ।
ସେ ଭାବିଥିଲେ ଯେ ସାବତ ମା'ଙ୍କ ସେବା ସ୍ନେହ ଶ୍ରଦ୍ଧା ଦ୍ଵାରା ପିଲାମାନଙ୍କ ଦୁଃଖ କମି ଯିବ । ଏଇ ସାବତ ମା' ଆସିବା ଅଳ୍ପ କିଛି ଦିନ ପରେ ପିଲାମାନଙ୍କ ଦୁଃଖ ଦୁର୍ଦ୍ଦଶା ଆହୁରି ଅଧିକ ଖରାପ ହୋଇଗଲା । ବୋଝ ଉପରେ ନଳିତା ବିଡା ପରି ଦିନକୁ ଦିନ ସାବତ ମା'ଙ୍କ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି ।
ଯାହା ବିରୁଦ୍ଧରେ ଅଭିଯୋଗ କରିବା କିବା ବାପାଙ୍କ ପାଖରେ ମୁଁହ ଖୋଲିବା ଅସମ୍ଭବ ପ୍ରାୟ ହୋଇ ଉଠେ ।
ସେ ପିଲା ମାନଙ୍କୁ ଖୁବ୍ କଠୋର ଭାବରେ ଶାସନ କରାଇଥାଏ ।
ସବୁ ବେଳେ ପରିଶ୍ରମ କାମ କରାଏ । ଟିକିଏ ଭୁଲ ଦଖିଲେ ଅତ୍ୟଧିକ ଦଣ୍ଡ ଦିଏ । ନିର୍ମମ ଓ ନିର୍ଦ୍ଧୟ ଭାବେ ଅତ୍ୟାଚାର ଚଳାଇ ଥାଏ ।
ଭଲ ଭଲ ଜିନିଷ ଗୁଡ଼ିକ ଲୁଚାଇ ରଖେ । ଏବେ ଘରକୁ ବାପା ଯେଉଁ ଦିନ ଯେତେ ଯାହା ଭଲ ଜିନିଷ ଧରି ଆସନ୍ତି, ସଙ୍ଗେ ସଙ୍ଗେ ସାବତ ମା , ସେସବୁକୁ ଲୁଚାଇ ରଖେ । ବାପା ଓ ସେ ଖାଆନ୍ତି । ବଳକା ହେଲେ କୁକୁର ଟମିକୁ ଦିଅନ୍ତି ।
ସେ ପାଠ ପଢିବା ପାଇଁ ବେଶୀ ସମୟ ଦିଏ ନାହିଁ । ଅଯଥା ଘରକାମରେ ପିଲାମାନଙ୍କୁ ଲଗାଇ ନିୟମିତ ଭାବେ ବାହାରକୁ ବାହାରି ଯାଏ ।
ମନୋଜ ପ୍ରଧାନଙ୍କ ପିଲା ମାନଙ୍କ ମଧ୍ୟରେ ସମ୍ବିତ ସବୁ ଠାରୁ ବଡ । ସାନ ଦୁଇ ଝିଅ ହେଲେ ଶ୍ରଦ୍ଧା ଓ ଶୁଭ ।
ବାବୁଏ ଭାବୁଥାଆନ୍ତି ଯେ, ତାଙ୍କ ପିଲାମାନେ ସାବତ ମା'ଙ୍କ ପାଖରେ ଭଲ ଭାବରେ ଚଳୁ ଅଛନ୍ତି । ସେ ମା' ମାଆ ପରି ସ୍ନେହ ଆଦର , ଓ ବାତ୍ସଲ୍ୟ ବରଷି ହରଷ ମନରେ ଆପଣାର ପିଲା ପରି ପାଳନ କରୁଅଛନ୍ତି ।
କିନ୍ତୁ ପ୍ରକୃତରେ ସେ ଜାଣି ପାରୁନଥିଲେ ଯେ ସାବତ ମା'ଙ୍କ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି । ପିଲାଏ ଦିନ ରାତି କାନ୍ଦି କାନ୍ଦି ସମୟ ବିତାଇ ଦେଉ ଅଛନ୍ତି ।
ଏପରି ଭାବରେ ସାବତ ମା ଦିନେ ଶ୍ରଦ୍ଧାକୁ କଣ ଆଣିବା ପାଇଁ ଜଙ୍ଗଲକୁ ପଠାଇ ଦେଲା । ସେ ତାକୁ ଡରି ଡରି ଯାଇ ଜଙ୍ଗଲ ମଧ୍ୟରେ ପଶିଗଲା । ବହୁତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି, ତାହା ପାଇବା ପରେ ଆଣି ଆସୁଥାଏ । ଏ ସମୟରେ ଜଣେ ବାବାଜୀଙ୍କୁ ଦେଖି ତାଙ୍କ ନିକଟରେ ସାବତ ମା' ର ଅତ୍ୟାଚାରରୁ ଉଦ୍ଧାର କରିବା ପାଇଁ ନେହୁରା ହୋଇ ଉଠେ ।
ବାବାଜୀ ତାର ଜୀବନର ଦୁଃଖରେ ସମବେଦନା ଜଣାଇ , ଆହା ଆହା ଚୁ ଚୁ କହି ପଳାଇ ଯାଆନ୍ତି । ପରେ ସେ ମାନ ଦୁଃଖରେ ଘରକୁ ଫେରି ଆସେ । ଏବେ ଚିନ୍ତା କରେ, ବାବାଜୀ ଯଦି ସାବତ ମାଆକୁ କିଛି କହନ୍ତି , ସେ ଆମ ମାନଙ୍କୁ ମାରି ପକାଇବ ବୋଲି ମନେ ମନେ ଭାବିଲା ବେଳକୁ ଅନ୍ଧାର ରାତି ମାଡ଼ି ମାଡ଼ି ଆସି ପହଞ୍ଚିଗଲା ।