STORYMIRROR

Satyanarayan Sahoo

Horror Tragedy Action

3  

Satyanarayan Sahoo

Horror Tragedy Action

ସାବତ ମା '

ସାବତ ମା '

2 mins
152


ବାପା ମାଆଙ୍କ ସହିତ ହସ ଖୁସିରେ ପାଞ୍ଚ ସାତ ବର୍ଷ ବିତିଯିବା ପରେ ଦିନେ ଅଚାନକ ରାସ୍ତା ଦୁଘଟନା ରେ ମାଆଙ୍କ ମୃତ୍ୟୁ ହେବା ପରେ ଦୁଃଖ କଷ୍ଟ ସହ୍ୟ କରି ବଞ୍ଚିବା ଅପେକ୍ଷା ମରିଯିବା ଶ୍ରେୟସ୍କର ଭାବି ଥିଲେ । ମାଆଙ୍କ ମୃତ୍ୟୁର ୩/୪ ବର୍ଷ ପରେ ପିଲା ମାନଙ୍କୁ ଲାଳନ ପାଳନ ପାଇଁ ତାଙ୍କ ବାପା ଆଉ ଗୋଟେ ନୂଆ ମାଆ ଆଣିଲେ ।

ସେ ଭାବିଥିଲେ ଯେ ସାବତ ମା'ଙ୍କ ସେବା ସ୍ନେହ ଶ୍ରଦ୍ଧା ଦ୍ଵାରା ପିଲାମାନଙ୍କ ଦୁଃଖ କମି ଯିବ । ଏଇ ସାବତ ମା' ଆସିବା ଅଳ୍ପ କିଛି ଦିନ ପରେ ପିଲାମାନଙ୍କ ଦୁଃଖ ଦୁର୍ଦ୍ଦଶା ଆହୁରି ଅଧିକ ଖରାପ ହୋଇଗଲା । ବୋଝ ଉପରେ ନଳିତା ବିଡା ପରି ଦିନକୁ ଦିନ ସାବତ ମା'ଙ୍କ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି ।

ଯାହା ବିରୁଦ୍ଧରେ ଅଭିଯୋଗ କରିବା କିବା ବାପାଙ୍କ ପାଖରେ ମୁଁହ ଖୋଲିବା ଅସମ୍ଭବ ପ୍ରାୟ ହୋଇ ଉଠେ । 

ସେ ପିଲା ମାନଙ୍କୁ ଖୁବ୍ କଠୋର ଭାବରେ ଶାସନ କରାଇଥାଏ ।

ସବୁ ବେଳେ ପରିଶ୍ରମ କାମ କରାଏ । ଟିକିଏ ଭୁଲ ଦଖିଲେ ଅତ୍ୟଧିକ ଦଣ୍ଡ ଦିଏ । ନିର୍ମମ ଓ ନିର୍ଦ୍ଧୟ ଭାବେ ଅତ୍ୟାଚାର ଚଳାଇ ଥାଏ ।

 ଭଲ ଭଲ ଜିନିଷ ଗୁଡ଼ିକ ଲୁଚାଇ ରଖେ । ଏବେ ଘରକୁ ବାପା ଯେଉଁ ଦିନ ଯେତେ ଯାହା ଭଲ ଜିନିଷ ଧରି ଆସନ୍ତି, ସଙ୍ଗେ ସଙ୍ଗେ ସାବତ ମା , ସେସବୁକୁ ଲୁଚାଇ ରଖେ । ବାପା ଓ ସେ ଖାଆନ୍ତି । ବଳକା ହେଲେ କୁକୁର ଟମିକୁ ଦିଅନ୍ତି ।

 ସେ ପାଠ ପଢିବା ପାଇଁ ବେଶୀ ସମୟ ଦିଏ ନାହିଁ । ଅଯଥା ଘରକାମରେ ପିଲାମାନଙ୍କୁ ଲଗାଇ ନିୟମିତ ଭାବେ ବାହାରକୁ ବାହାରି ଯାଏ । 

ମନୋଜ ପ୍ରଧାନଙ୍କ ପିଲା ମାନଙ୍କ ମଧ୍ୟରେ ସମ୍ବିତ ସବୁ ଠାରୁ ବଡ । ସାନ ଦୁଇ ଝିଅ ହେଲେ ଶ୍ରଦ୍ଧା ଓ ଶୁଭ ।

ବାବୁଏ ଭାବୁଥାଆନ୍ତି ଯେ, ତାଙ୍କ ପିଲାମାନେ ସାବତ ମା'ଙ୍କ ପାଖରେ ଭଲ ଭାବରେ ଚଳୁ ଅଛନ୍ତି । ସେ ମା' ମାଆ ପରି ସ୍ନେହ ଆଦର , ଓ ବାତ୍ସଲ୍ୟ ବରଷି ହରଷ ମନରେ ଆପଣାର ପିଲା ପରି ପାଳନ କରୁଅଛନ୍ତି ।

 କିନ୍ତୁ ପ୍ରକୃତରେ ସେ ଜାଣି ପାରୁନଥିଲେ ଯେ ସାବତ ମା'ଙ୍କ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି । ପିଲାଏ ଦିନ ରାତି କାନ୍ଦି କାନ୍ଦି ସମୟ ବିତାଇ ଦେଉ ଅଛନ୍ତି ।

ଏପରି ଭାବରେ ସାବତ ମା ଦିନେ ଶ୍ରଦ୍ଧାକୁ କଣ ଆଣିବା ପାଇଁ ଜଙ୍ଗଲକୁ ପଠାଇ ଦେଲା । ସେ ତାକୁ ଡରି ଡରି ଯାଇ ଜଙ୍ଗଲ ମଧ୍ୟରେ ପଶିଗଲା । ବହୁତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି, ତାହା ପାଇବା ପରେ ଆଣି ଆସୁଥାଏ । ଏ ସମୟରେ ଜଣେ ବାବାଜୀଙ୍କୁ ଦେଖି ତାଙ୍କ ନିକଟରେ ସାବତ ମା' ର ଅତ୍ୟାଚାରରୁ ଉଦ୍ଧାର କରିବା ପାଇଁ ନେହୁରା ହୋଇ ଉଠେ ।

ବାବାଜୀ ତାର ଜୀବନର ଦୁଃଖରେ ସମବେଦନା ଜଣାଇ , ଆହା ଆହା ଚୁ ଚୁ କହି ପଳାଇ ଯାଆନ୍ତି । ପରେ ସେ ମାନ ଦୁଃଖରେ ଘରକୁ ଫେରି ଆସେ । ଏବେ ଚିନ୍ତା କରେ, ବାବାଜୀ ଯଦି ସାବତ ମାଆକୁ କିଛି କହନ୍ତି , ସେ ଆମ ମାନଙ୍କୁ ମାରି ପକାଇବ ବୋଲି ମନେ ମନେ ଭାବିଲା ବେଳକୁ ଅନ୍ଧାର ରାତି ମାଡ଼ି ମାଡ଼ି ଆସି ପହଞ୍ଚିଗଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror