Satyanarayan Sahoo

Romance Tragedy Action

3  

Satyanarayan Sahoo

Romance Tragedy Action

ଯେ ପାଞ୍ଚେ ପର ମନ୍ଦ

ଯେ ପାଞ୍ଚେ ପର ମନ୍ଦ

3 mins
182


 

ଯେ ପାଞ୍ଚେ ପର ମନ୍ଦ

ଚାଡ଼ୁରୁ , ନାଣ୍ଡୁ , ଚନ୍ଦା , ଓ ଚୁଟିଆ ଏ ଚାରି ଜଣ ବ୍ୟକ୍ତି ମିଶି ଥରେ

ଚାଷ କାମ କରି ବା ପାଇଁ ଇଚ୍ଛା କଲେ । ନାଣ୍ଡୁ କହିଲା - ଚାଷ କାମ

ପରି ଶ୍ରମ ର କାମ । ଆମେ ଚାଷ କାମ କରି ବା ନାହିଁ । ଜୁଆ , ଜୁର ପାତି ଖେଳ ଖେଳିବା । ମଦ , ଗଞ୍ଜେଇ ଖାଇବା । 

ଚୁଟିଆ କହିଲା - ତେବେ , ଆସିବ କେଉଁ ଠୁ ବେ ? 

ଆସିଲେ ତ ଖାଇବୁ । ତହୁଁ ନା । ରାଗି ପାଚି ଲାଲ ହୋଇ ଗଲl ।

 ସେ ମନେ ମନେ ଭାବିଲା ଓ କହିଲା ମୁଁ ଏଇ ଚୁଟିଆ ଟlର ଚୁଟି କାଟି ନ ଦେଇ ତାକୁ ଭଲ କରି ପାନେ ଶିକେଇ ନ ଦେଇ ଛାଡି ଦେବି

 ନାହିଁ । 

 ସେଇ ଦିନ ସଭିଏଁ ଶୋଇ ଯାଇ ଥାନ୍ତି । ଚୁଟିଆ ନିଜ ଖଟ ଉପରେ ମୋଟା ଗାଦି ବିଛଣା ରେ ଗୋଟେ କଡ କୁ କଡ଼େଇ କି ଶୋଇ ରହି ଥାଏ । ତା ମୁଣ୍ଡ ରେ ଖଣ୍ଡିଆ ଜଟ ଟି ଫିଟି ପଡ଼ି ଥାଏ । ଏଇ ସୁଯୋଗ

କୁ ଅପେକ୍ଷା ବା ହାତ ଛଡା କରେ କିଏ ? 

 ଠିକ୍ ରାତି ପ୍ରାୟ ଗୋଟାଏ ବାଜିବା ବେଳ କୁ ନାଣ୍ଡୁ ଟା ଆପଣା ବିଛଣା ରୁ ଚିଆଇଁ ଉଠି ପଡି ଖୁବ୍ ଧାରୁଆ କଇଁଚି ଟାଏ କାଢି ଚୁଟିଆ ପାଖ ରେ ଯାଇ ହାଜର ହେଲା । ଦେଖିଲା ଚୁଟିଆ ର ଚୁଟି ଗା ଫୁଲ ତୋଡା ପ୍ରାୟ ଫୁଟି ଖୁବ୍ ସୁନ୍ଦର ଶୋଭା ପାଉଛି ।

 ଦେଖୁ ଦେଖୁ ସେ ଚଟା ପଟ ଚୁଟିଆ ର ଚୁଟି କାଟି ଗୋଟେ ହାତରେ ଚୁଟିଆ ର ଚୁଟି କୁ ଓ ଅନ୍ୟ ହାତ ରେ କଇଁଚି ଟି ଧରି ସିଧା ଛୁଉ ମାରି ଦେଇ ଆପଣା ଆବାସ ରେ ପହଞ୍ଚି ଗଲା ।

 ତା ପର ଦିନ ସକାଳେ ଉଠି ପଡ଼ି ଚୁଟିଆ ଟା ବଜାର ଗଲା । ଲୋକ ବାକ ମାନେ ତା ଚୂଳ କଟା ହୋଇ ଥିବା ଦେଖି ଦେଖି ହସୁ ଥାନ୍ତି ।

 କିଏ ଜଣେ ତାକୁ ହଲାଇ ଦେଇ ପୁଛା କଲା , - ଆଲୋ , ମୋ ଚୁଟିଆ ବାବୁ .......

ତୋ ଚୂଳ ଟା କିଏ ନେଲା ?

ତୋ ବାଳ ଗୁଡ଼ାକୁ ଏପରି କିଏ କାଟିଛି ?

 ତୋର ଏପରି ଅବସ୍ଥା କିଏ କରିଛି । ତୁ ଟା ଜାଣି ପାରୁ ନାହିଁ କି , 

ଲୋକ ବାକ ମାନେ ତୋତେ ଦେଖି କେତେ ହସୁ ଛନ୍ତି ବୋଲି ।

ତୁ ପରା କହୁ ଥିଲୁ ମୁଁ ଚୂଳ ରଖିବି । କେବେ ବି କାଟିବି

 ନାହିଁ ବୋଲି ।

କାଟିଲୁ କିଆଁ ?

ଲୋକ ଟି କହିଲା କୁ ଯାଇ ଚୁଟିଆ ମୁଣ୍ଡ ରେ ଚଟ କିନା ଚେତା

ପଶି ଗଲା । ସେ ଚଟାପଟ ଆପଣା ମୁଣ୍ଡ ରେ ହାତ ବୁଲେଇ ଆଣି

ଚୂଳ ଟା ଅଣ୍ଡାଳି ଚାଲି ଥାଏ । ଅଣ୍ଡାଳି ଅଣ୍ଡାଳି ଜାଣିଲା ଯେ ମୂଳ

ଟା ଅଛି , କିନ୍ତୁ ଚୂଳ ଟା ନାହିଁ । କିଏ ଜଣେ ନେଇ ଯାଇଛି ।

ଅହ ...... ଆହା ........

କିଏ ନେଇ ଗଲା ମୁଁ ଜାଣି ପାରିଲି ନାଇଁ ।

ଲୋକ ଟି ହସି ହସି ଗଡି ଗଲା ।

ଚୁଟିଆ କହିଲା -- ତୁଇ କାଟି ନେଇ ଥିବୁ । ନ ହେଲେ ଆଉ କିଏ

ନେବ ? ମୋ ଚୂଳ ..........

ଫେରିଲା ବେଳେ ତାର ମନେ ପଡ଼ିଲା , ଏଇ ଟା ନାଣ୍ଡୁ  ର କରାମତି ହୋଇ ଥିବ । କାହିଁ କି ନା , କାଲି ସେ ନାଣ୍ଡୁ କୁ ଗାଳି

 ଦେଇ ଥିଲା । 

 ସେ ଠୁ ସେ ମନେ ମନେ ଭାବିଲା ଆଜି ନାଣ୍ଡୁ କୁ ପାନେ

 ଦେବ । ସେ ଆସୁ ଥିବା ବେଳେ ଦେଖିଲା , ନାଣ୍ଡୁ କୁ କିଏ ଜଣେ

ମରିବା ପାଇଁ ଘଟକାଉ ଥାଏ । ନାଣ୍ଡୁ ପାଟି କରୁ ଥାଏ ।

ବଞ୍ଚାଅ .....  ବଞ୍ଚାଅ ........

 ଏ ସବୁ ଦେଖି ଚୁଟିଆ କିଛି କହିଲା ନାହିଁ । ଚୁଟିଆ ଆସୁ ଥିବା 

ଦେଖି ଲୋକ ଟି ଲୁଚି ଗଲା ।

 ଚୁଟିଆ ଲୋକ ଟି ପାଖ କୁ ଯାଇ କହିଲା , କଣ ହୋଇଛି ।

ଏଇ ନାଣ୍ଡୁ ଟା ଖୁବ୍ ବଦମାସୀ କରୁଛି । କାଲି ରାତି ରେ ମୋ

ଚୁଟି ଗା କୁ ଚୂଳ ସହିତ ଚୋରୀ କରି ନେଇ ଯାଇଛି ।

ତାକୁ ମାରି ଦେଏ । ଚୁଟିଆ ଠାରୁ ଆଦେଶ ପାଇବା ମାତ୍ରେ , ଲୋକ ଟି ରାଗ ତମ ତମ ହୋଇ ତାତି ଉଠି ଠେଙ୍ଗା ଧରି ନାଣ୍ଡୁ ର ପିଛା

କରି ସେଇ ନଟା ଭିତରେ ମାଡି ବସି ଖୁନ କରି ଦେଇଛି ।



Rate this content
Log in

Similar oriya story from Romance