Satyanarayan Sahoo

Comedy Tragedy Fantasy

4  

Satyanarayan Sahoo

Comedy Tragedy Fantasy

ଗଞ୍ଜେଇ ବେପାର ମଜା

ଗଞ୍ଜେଇ ବେପାର ମଜା

2 mins
240


ଥରେ ହଗରା ଓ ହଟିଆ ଯାଇ ନରିଆ ଓ ପାତିଆ ସାଙ୍ଗରେ ମିଶି ଗଞ୍ଜେଇ ବେପାର କରିବା ପାଇଁ ଚାହିଁଲେ । ମନେ ମନେ ଭାବିଲେ ଗଞ୍ଜେଇ ମାଲ କିଣି ଆଣିବେ କାରବାର କରିବେ । ବହୁତ ଲାଭ ହେବ । ଗଞ୍ଜଡ ପଡା ଗାଆଁ ଟାରେ ଏ ବେପାର କରିବା ପରେ ଆମେ ରାତାରାତି ଧନୀ ହୋଇ ଯିବା । ଏଥି ପାଇଁ ଆପଣା ଆପଣା ମଥା ଖଟେଇ ବୁଦ୍ଧି କାଢିଲେ ।

କହିଲେ ଯେ ,ଏ ବେପାର ଟା ଚୋରା ଦି ନମ୍ବରୀ କାରବାର ।

ଏଇଟା କଲେ , କେହି ଯଦି ଜାଣି ପକାଏ ତ ପୋଲିସ୍ ମାମୁଁ ମାନେ ଆମକୁ ଧରି ନେବେ । ଧନୀ ହେବା ମଜା ଟା ଏକା ଥରେ ବାହାରି ଯିବ ।

  ଖୁଆଡ ଖlନା ବା ଥାନାରେ ବସିକି ଘଣା ପେଲି ପେଲିକି ଖାସି ତରକାରୀ ଖାଇବାକୁ ହେବ । ସେ ଠି ରହି ମାଂସ ଭାତ ଖାଉ ଥିବ ଯେ ଖାଉ ଥିବ , ଆଉ ବାହାରିକି ଘରକୁ ଆସି ପାରିବ ନାହିଁ । ଏଇ ସବୁ କଥା ଭାବି ଭାବି ବିଚାର କରି , ଗୋଟାଏ ଅଟୋରେ ଭଡ଼ା କରି କଲିକତା ସହରରୁ ଚୋରା ରେ ଗଞ୍ଜାଇ ଚାଲାଣ କରାଇ ଆଣିଲେ । ବୁରା ଭିତରେ ଝୋଟ ରଖି ତା ମଝିରେ ଗଞ୍ଜେଇ ଗାକୁ ପୁରେଇ ଦେଇ ଥାନ୍ତି । ଭାବି ଥିଲେ ଏ ଝୋଟ ଗା' କୁ ବରେହୀ ବାଲା ମାନ କୁ ବିକି ଦେଲେ ସେ ମାନେ ଚୋର ବନ୍ଧା ବରେହୀ ତିଆରି କରି ବିକ୍ରୀ କରିବେ।

ଆହୁରି ଅଧିକ ଲାଭ କରି ହେବ । ହଟିଆ ଓ ହଗରା ଅଟୋରେ ବସି ଚଲେଇ ଚଲେଇ ଆଣୁ ଥାଆନ୍ତି । ଵୁରା ସହିତ ଅଟୋ ରିକ୍ସା ଗାଡି ଟା ଗଞ୍ଜେଇ ଗନ୍ଧ ରେ ଖୁବ୍ ମହ ମହ ବାସୁ ଥାଏ ।

ସୁନା ଗାଛି ରୂପା ଗାଛି ଅଞ୍ଚଳରେ ପହଞ୍ଚିବା ବେଳକୁ ଅନ୍ଧାର ଭିତରେ ଚୂଗୁଲିଆ କିଏ ଜଣେ ପୋଲିସ୍ ରେ ଜଣାଇ ଦେଇ , କହିଲା ଅଟୋ ଗୋଟେରେ ଗଞ୍ଜେଇ ଚୋରା ଚାଲାଣ ହେଉଛି ତା ପରେ ପୋଲିସ୍ ଅଟୋ ଟିକୁ ଅଟକେଇ ତଲାସି କଲା । ବୁରା ଭିତରେ ଲୁଚା ଯାଇ ଥିବା ଓ ଚୋରାରେ ଚାଲାଣ ହେଉ ଥିବା ପୂଳା ପୁଳା ଗଞ୍ଜେଇ ବାହାରିଲା । ସେଇ ଗଞ୍ଜେଇ ସହିତ ଅଟୋ ଟିକୁ ଥାନାକୁ ଧରି ନିଆ ଗଲା । ଯେ ମାନେ ଗଞ୍ଜେଇ କାର ବାର କରିବେ ବୋଲି ଭାବୁ ଥିଲେ । ଏକା ଥରେ ତାଙ୍କର ମଜା ବାହାରି ଗଲା । ସେ ମାନେ ଖୁଆଡ ଖାନାରେ ରହି ଖାସି ମାଂସ ଖାଇବାକୁ ଲାଗିଲେ ।



Rate this content
Log in

Similar oriya story from Comedy