Satyanarayan Sahoo

Comedy Romance Action

3  

Satyanarayan Sahoo

Comedy Romance Action

କବି ସମ୍ମିଳନୀ

କବି ସମ୍ମିଳନୀ

2 mins
121



ଚେମା ଓ ଚୂମୂକୀ ସାହିତ୍ୟ ସେବା କରି ବା ପାଇଁ ଇଚ୍ଛା କଲେ । ସେମାନେ ଗୋଟେ ସାହିତ୍ୟ।ନୁଷ୍ଠାନ ଗଠନ କଲେ । ତାର ନାମ ଦେଲେ , " ଠାକୁରାଣୀ ସାହିତ୍ୟ ସଂସଦ " । ଗାଆଁ ଠାକୁରାଣୀ ମନ୍ଦିର ପାଖ ରେ ତା'ର କାର୍ଯ୍ୟାଳୟ ବା ଅଫିସ ଘର ଟାଏ ତୋଲାଇଲେ । ସେଠାରେ ଚାଡରା ରଣା ଙ୍କୁ ସମ୍ପାଦକ କରି ବସାଇ ଦେଲେ ।

ଏହା ପରେ ଗୋଟିଏ ପତ୍ରିକା ବାହାର କରିବା ପାଇଁ ଚିନ୍ତା କଲେ ।

ପତ୍ରିକା ଟି ର ନାମ ଦେଲେ , " ବୁଢ଼ୀ ମଙ୍ଗଳା " ।

ଏହା ପରେ ଆଖ ପାଖ ଅଞ୍ଚଳରୁ ଅନେକ କବି ଲେଖକ ମାନେ ନିଜ ନିଜ ଲେଖା ଲେଖି ପଠାଇଲେ । ବିଶେଷ କରି ସେଥିରେ

ଠାକୁରାଣୀ ଙ୍କ ବିଷୟ ରେ ଲେଖା ମାନ ପ୍ରକାଶ ପାଉ ଥାଏ ।

 ଭକ୍ତି ମୂଳକ ଖୁବ୍ ଚିର୍ତ୍ତା କର୍ଷକ ସୃଜନାତ୍ମକ ପତ୍ରିକା ଟିଏ ହୋଇ ଥିବା ରୁ ତାହାର କାଟତି ବଢି ବଢି ଚାଲିଲା । ଫଳ ରେ ଚେମା ଓ

ଚୁମୁକି ଖୁବ୍ ଧନୀ ହୋଇ ଗଲେ ।

ଏହା ପରେ ଠାକୁରାଣୀ ର କବି ସମ୍ମିଳନୀ ଓ କବିତା ପାଠ ପାଇଁ ଆୟୋଜନ କଲେ । ଏଥି ପାଇଁ ଟେଣ୍ଟ ପକାଇ ବାହାଘର ଯାତ

ମଉଛବ ପରି ସଜାଇ ହେଲେ । ସେଠାକୁ ସମ୍ମାନିତ ହେବା ପାଇଁ ବହୁ କବି ଅଇଲେ । ସେମାନେ ଉତ୍ସବ ମଣ୍ଡପ ରେ ବସିଲେ । ଆଗେ

ସମସ୍ତ ଙ୍କୁ ଗାମୁଛା ଓ ମାନ ପତ୍ର ଖଣ୍ଡେ ଖଣ୍ଡେ, ଦିଆ ଗଲା ।

ତା ପରେ କବି ସମ୍ମିଳନୀ ଆରମ୍ଭ ହୋଇ ଉଠେ । ଦିନ ଦଶ ଘଟିକା  ଠାରୁ ଦୁଇ ଘଟିକା ପର୍ଯ୍ୟନ୍ତ ଦୀର୍ଘ ଚାରି ଘଣ୍ଟା ର କାର୍ଯ୍ୟକ୍ରମ ଥିଲା ।

ଘଣ୍ଟାଏ ଦେଢ଼ ଘଣ୍ଟା ଯାଏଁ ବସିବା ପରେ କବି ମାନ ଙ୍କୁ ପାକୁଳି କରିବା ପାଇଁ ପାନ ଖଣ୍ଡେ ଖଣ୍ଡେ ଦିଆ ଗଲା । ପାନ ଖିଆ କବି କବିଆଣି ମାନେ ତାହାକୁ ଚିବାଇ ଚିବାଇ ଖୁବ୍ ଖୁସି ହୋଇ ଉଠିଲେ ।

 ମନେ ମନେ ଚେମା , ଚୁମୁକି , ପାଡରା ଆଦି କର୍ମକର୍ତ୍ତା ମାନ ଙ୍କ ଉପରେ ଆଶୀର୍ବାଦ ବର୍ଷା କଲେ ।

ଏହା ପରେ ପିକା ଖିଆ କବି ମାନ ଙ୍କୁ ଗୋଟେ ଗୋଟେ ଧଳା ପିକl ଓ ବିଡି ଖିଆ କବି ମାନ ଙ୍କୁ ଖଣ୍ଡେ ଖଣ୍ତେ ଖଣ୍ଡିଆ ବିଡି ବଣ୍ଟା ହେଲା । ଲାଇଟର ମାଚିସ ରେ ଆଗିନି ଧରାଇ ଜଣେ ଜଣେ କରି କବି ବିଡି ଖଣ୍ତେ ଧରି ତାହା କୁ ଭିଡ଼ିବା ପାଇଁ ବାହାର କୁ ବାହାରି ଗଲେ । 

ସେଇଠୁ କିଏ କିଏ ଏକ ଆଉ କିଏ କିଏ ଦୁଇ ପାଇଁ ବାହାର କୁ ଧାଇଁ ଧାଇଁ ଯାଇଛନ୍ତି ।

ଯେଉଁ ମାନେ ଭିତରେ ବସି ରହି ଥିଲେ , ସେମାନଙ୍କୁ ଖାଇବା ପାଇଁ ଟିଫିନ୍ ଦିଆ ଗଲା । କାଗଜ ପେକେଟ ଭିତରେ ଗୁଲୁ ଗୁଲା , ଚଓପ , ପିଆଜି , ଖଜା , ଗଜା , ମିଠା , ଝିଲିପି ଓ ରସ୍କୁଲା, ରଖା ଯାଇ ଥିଲା ।

 ଟିଫିନ୍ ଦେଖୁ ଦେଖୁ ଟକଳା ଟିପିରିଆ ବୋଲି ଜଣେ ବରିଷ୍ଠ କବି ଙ୍କ ପାଟି ଭିତରୁ ଠକ୍ ଠକ୍ ନାଳ ନିକିଳି ଆସିଲା । ଏହା ଦେଖି ବାଣ୍ଟୁ ଥିବା ଲୋକ ଟି ଗୋଟେ ଟିଫିନ୍ ଆଣି ଆଗତୁରା ଟକଳ। କବି ଙ୍କୁ ସେ ଚଟା ପଟ ଢ଼ଙ୍କୁଣୀ ଖୋଲି ଦେଇ ରସ୍କୁଲା ଟି ଆଗେ ଟାଉ କିନା ଗିଳୀ ପକାଇଲେ । ଏହା ପରେ ସେ ପଚାରିଲେ , ଆରେ .....

ମାଲୋପା କାହିଁ ? ପାନ୍ତୁଆ କାହିଁ ?

ଜଣେ କବି ଜଣାଇ ଦେଇ ଛନ୍ତି , ନାହିଁ , ନାହିଁ , ହେ , ଟକଳା ବାବୁ ,  ସେ ଜିନିଷ ଆଜି କାଲି ଆଉ କିଏ ଖାଉଛି ଯେ , ଦିଆଯିବ ।

 ଏହା ପରେ କବିତା ପାଠ ପର୍ବ ଆରମ୍ଭ ହୋଇ ଉଠେ । କବି ସମ୍ମିଳନୀ ର ମଜା ନିଆରା । ଚାରି ପାଞ୍ଚ ଜଣ କବି କବିତା ପାଠ କରିତେ କରି ତେ ଅନ୍ୟ ମାନେ ଜଣେ ପରେ ଜଣେ କବି ପଳାଇ ଗଲେ । ଏହା ପରେ ଖାଲି ମାଇକ ଟା ହିଁ କବିତା ପାଠ କରି ଚାଲି ଥାଏ ।


Rate this content
Log in

Similar oriya story from Comedy