Satyanarayan Sahoo

Comedy Action Crime

3  

Satyanarayan Sahoo

Comedy Action Crime

ଛେଳିଆନନ୍ଦ ଙ୍କ ଛେଳି ଖିଆ

ଛେଳିଆନନ୍ଦ ଙ୍କ ଛେଳି ଖିଆ

2 mins
165



ବାବାଜୀ ଛେଳିଆନନ୍ଦ ଜୀ ଛେଳି ତର୍କାରୀ ଖାଇବା କୁ ଖୁବ୍ ଆନନ୍ଦ ପାଉ ଥିଲେ । ସେ ଥରେ ଛେରୁଆ କୁ ଦେଖି କହିଲେ, ଆରେ ବେଟା , ଶୁଣ , ଶୁଣ । ମୋତେ ଗୋଟେ ଛେଳି ଖାସି ଦେଏ । ଆମେ ଗୁଣ କରି ଦେବୁ । ଏହି ଥର ଲଟେରୀ ଖେଳ ରେ ତୁ ପ୍ରାଇଜ ପାଇ ଯିବୁ । ଯଦି ନ ହୁଏ , ତ ତୁ ଜୁଆ ଖେଳ ଖେଳିଲେ

ଖୁବ୍ ଲାଭ ପାଇବୁ । ଖୁବ୍ ଶୀଘ୍ର ଧନୀ ହୋଇ ଯିବୁ ଛେରୁଆ କହିଲା ଆଜ୍ଞା , ବାବା । ହଜୁର ଜି କୁ ଯୁଆହାର । ଆପଣ ଆଗେ ଗୁଣ କରି ଦିଅନ୍ତୁ , ମୁଁ ପଇସା ପାଏଁ । ପାଇଲେ ପ୍ରତି ମାସ କୁ ଆପଣ ଙ୍କୁ ଛେଳି ଖାସି ଖର୍ଚ୍ଚ ଟା ଦେଇ ଦେବି ।

 ସେଠୁ ବାବା କହିଲେ ନାହିଁ ରେ ବେଟା । ସେମିତି କିଛି ହୁଏ ନାହିଁ । ସେମିତି ହେଉ ଥିଲେ ତ ସବୁ ଲୋକ ରାତା ରାତି ଧନୀ ହୋଇ ଯାଇ ଥାଆନ୍ତେ । ଆମେ ଯଦି ସେମିତି କିଛି କରି ଦେଉ ଥାଆନ୍ତୁ ତେବେ ତୋତେ ଖାସି ମାଗି ଥାଆନ୍ତୁ କିଆଁ ? ତୁ ଯଦି ଆମ କୁ ଖୁସି ରେ ଖାସି ଦେବୁ । ତେବେ ଆମେ ଖୁସି ହୋଇ ଗୁଣ କରିବୁ । ତୁ ଜୁଆ ଖେଳ ରେ ଜିତିବୁ ।

 ଏହା ଶୁଣି ଛେ଼ରୁଆ କହିଲା , - ଆଜ୍ଞା , ବାବା ଜି , ଜି ମହାଶୟ , ହେଉନ୍ତୁ , ମୋ ଉପରେ ଟିକିଏ ସଦୟ । ମୋ ଖାସି ଗା କୁ ଆପଣ ଙ୍କୁ ଦେଇଛି , ଜାଣିଲେ ମୋତେ ଘରେ ବହୁତ ପିଟିବେ । ସେଇ ଛେଳି ଖାସି ଗୁଡ଼lକୁ କଂସେଇ ଖାସିଆ ସାଉ କୁ ବିକିବା ପାଇଁ ରଖିଛନ୍ତି । ଆପଣ ଙ୍କୁ ମୁଁ କେମିତି ଦେବି ? ତହୁଁ ବାବା ଛେଳିଆ ନନ୍ଦ ଜି ମହାଶୟ ବୋଇଲେ ଶୁଣ ଛେରୁଆ । ତୁ ଦିନେ  ବଣ ଜଙ୍ଗଲ ରେ ଖୁବ୍ ଭିତର ଆଡ କୁ ଛେଳି ଖାସି ଗୁଡ଼ିକୁ ଚରାଇବା ପାଇଁ କି ନେଇ ଯାଆ । ସେ ଠାରୁ ଆମ ଚେଲା ମାନେ ଯାଇ ଗୋଟାଏ ଛେଳି ଖାସି  ଚୋଓପ କିନା ଚୋରାଇ ନେଇ ଯିବେ । ଖବର ଦାର୍ । ଶୁଣ ହେ , ଛେରୁଆ । ତୁ କାହାରି କୁ କିଛି କହିବୁ ନାହିଁ । କେହି କିଛି

ପଚାରିଲେ , କହି ଦେବୁ ଖାସି ଟା ବାଘ ମାମୁଁ ଖାଇ ଦେଲେ ।

 ଛେରୁଆ ଠିକ୍ ସେହି ପରି କଲା । ୨/୪ ଦିନ ପରେ ଚେରୁଆ ର ବାପ ହଗରା ଦେଖି ପକାଇ ପଚାରି ଦେଲା , - ଆରେ ମୋ ଛେରୁଆ ବେଟା , କାହିଁ ଗଲା ରେ ସେଇ ଖଇରିଆ ଖାସି ଟା । ଭୟ ରେ ଛେରୁଆ ର ପୀଲେହୀ ପାଣି ହୋଇ ଗଲା । ସେ ସେଇଠି ଛେରି ପକାଇ ଡର ରେ ଥଙ୍ଗ ଥାଙ୍ଗ ଥରି ଥରି କହିଲା , - ମୁଁ ଦିନେ ବଣ କୁ ଭିତର ଆଡ କୁ ଛେଳି ଖାସି ମାନ ଙ୍କୁ ଚରାଇବା ପାଇଁ କି ନେଇ ଯାଇ ଥିଲି । ସେ ଠାରେ ଖାକି ମାମୁଁ ଜଣେ ତରକାରୀ ଖାଇବା ପାଇଁ ଆଦାୟ କରି ନେଇ ଯାଇଛନ୍ତି । କହିଲେ ଯେ , ସେ ଖୁବ୍ ଧୁରିଆ ର

ଥାନା ରୁ ଆସି ଛନ୍ତି । କିଛି କହିଲେ ମୋତେ ମାରି ଦେବେ ।

ସେଇଠୁ ସଭିଏଁ ଅନୁସନ୍ଧାନ କରିବା ରେ ଲାଗି ପଡ଼ିଛନ୍ତି ।

ଯେ କେଉଁ ଥାନା ରେ ଥାନା ମାମୁଁ ମାନେ ଖାସି ଚୋରାଇ ନେଇ ଖାଉ ଛନ୍ତି ।



Rate this content
Log in

Similar oriya story from Comedy