ପ୍ରେମ ପତର ଲେଖନ
ପ୍ରେମ ପତର ଲେଖନ
ଚଡରା ଓ ଚାଡୂରୁ ସାଙ୍ଗ ହୋଇ ପାଠ ପଢ଼ୁ ଥିଲେ । ସେ ମାନେ ମେଟ୍ରିକ୍ ରେ ପଢିବା ବେଳେ ଅନ୍ୟ ପିଲା ମାନଙ୍କ ଠାରୁ ଲଭ୍ କରିବା ଶିଖି ପ୍ରେମ କଲେ । ତାଙ୍କ ଶ୍ରେଣୀ ର ଝିଅ ଛୁଆ ଚଗଲି ଓ ଚେପିଲି ସଙ୍ଗ ରେ ପ୍ରେମ ରସ ରେ ମାତି ରହିଲେ । ସେମାନେ ପ୍ରେମିକା ମାନଙ୍କୁ ଆଗେ ଆଖି ଠାର ମାରି ପ୍ରେମ ଆରମ୍ଭ କଲେ । ପାଠ ପଢା ବେଳେ ଶ୍ରେଣୀ ରେ ଶିକ୍ଷକ ପଢାଇବା ବେଳେ ସେ ମାନେ ସବୁ ବେଳେ ଚଗଲି ଓ ଚେପିଲି ଆଡ କୁ
ଅନାଉ ଥାଆନ୍ତି । ଆଖି ରେ ଠାରା ଠାରି ଚଳାଉ ଥାଆନ୍ତି । ପାଠ ପଢା ରେ ଆଉ ମୋଟେ ହେଲେ ସୁଦ୍ଧା ମନ ନ ଥାଏ ।
ଧୀରେ ଧୀରେ କ୍ରମେ ସେମାନଙ୍କ ପ୍ରେମ ରୋଗ ଖୁବ୍ ଦ୍ରୁତ ଗତିରେ ଆଗେଇ ବଢ଼ି ଚାଲିଛି । କେହି କାହାରି କି ଦିନେ ହେଲେ ନ ଦେଖିଲେ , ରହି ପାରନ୍ତି ନାହିଁ ।ଏ ଭିତରେ ଚଗଲି ଚାଡରା କୁ ନାଣ୍ଡୂ ବାବୁ ବୋଲି ଡାକିବା ଆରମ୍ଭ କରି ଦେଇଛି । ସେପରି ଚେପିଲି ଚlଡ଼ରା କୁ ନାନ୍ଢିଆ ବୋଲି ଡାକେ ।
ସେମାନେ ଦେଖିଲେ , ଅନ୍ୟ ଅଧିକାଂଶ ପିଲା ମାନେ କିପରି , ପ୍ରେମ ପରବ ଚଳାଉ ଛନ୍ତି । ନିଜ ନିଜ ର ପ୍ରେମିକା ମାନଙ୍କୁ କିପରି ଗେହ୍ଲ। , ଆଦର କରୁ ଛନ୍ତି , ସେମାନେ ତାହା କୁ ଅନୁକରଣ ଓ ଅନୁସରଣ କରିବା ଆରମ୍ଭ କଲେ । ଚାଡରା ନିଜ ସାଙ୍ଗ ପାଡରା ପାଖ ରେ ବସି କି ଦେଖିଲା , - ସେ କିପରି ନିଜ ପ୍ରେମିକା ମାନଙ୍କୁ ସମ୍ବୋଧନ କରି ଚିଠି ଲେଖୁଛି ।
ତା ପରେ ସେ ଲେଖିବା ଆରମ୍ଭ କଲା । ଲେଖିଲା .......
ଆଲୋ ଚଗଲି , ଆଇ ଲଭ୍ ୟୁ । ମୋତେ କିଛି ଲେଖି ଆସେ ନାହିଁ । ମୋତେ ପାଠ ଆସେ ନାହିଁ । ମୁଁ ତୋ ପାଖ କୁ ପ୍ରେମ ପତରଟିଏ ଲେଖିବା ପାଇଁ ଚାହୁଁ ଥିଲି । ତା ପରେ ସାଙ୍ଗ , ପାଡରା , ହଗା ,
ହେରୀକା କିମିତି ଲେଖୁ ଛନ୍ତି , ଯାଇ ଦେଖିଲି ଲୋ , ଚଗଲି । ହେଲେ ମୁଁ ଚାଡରା ଟା , ଡରୁଆ ଛୁଆ ଟା । କିସ କିସ ଲେଖିବି , କିଛି ହେଲେ ଭାବି ପାରୁନି । ତୁ ଆଗେ ମୋ ପାଖ କୁ ଚିଠି ଲେଖି ପତ୍ର ଦେ । ତା ପରେ ମୁଁ ଭାବି ଚିନ୍ତି ଚିଠି ଲେଖିବି । ଇତି ।
ତୋର , ପ୍ରେମିକ , ଚାଡରା ।
ସେଇ ଚିଠି ଟାକୁ ତା ସାଙ୍ଗ ଚାଡୂରୁ ବି କପି କରି ଲେଖି ନେଲା ।ସେଇ ଏକା ପରି ଲେଖା । ହେଲେ ସେ , ଚଗଲି , ସ୍ଥାନ ରେଚେପିଲି ନାମ ଲେଖିଲା ।
ଏହା ପରେ ଜଣେ ମଧ୍ୟସ୍ଥି ଲଭଲି ସିଂହ ହାତ ରେ ଚଗଲି ଓ ଚେପିଲି ଙ୍କୁ ଦେବା କୁ ପଠାଇ ଛନ୍ତି ।
ଲଭ୍ଲି ଟା ଭାରି ଲାଜେଇ ଥିଲା । ତେଣୁ ସେ ଯେତେ ବେଳେ ଚିଠି ନେଇ ଗଲା , ଚଗଲି ଓ ଚେପିଲି ଙ୍କୁ ସେମାନଙ୍କ ଘରେ ଆଉ ପାଇଲା ନାହିଁ । ତେଣୁ ସେ ସେମାନଙ୍କ ମାଆ ମାନ ଙ୍କୁ ଦେଇ ଦେଲା ।
କହିଲା ଚଗଲି ଆସିଲେ ଦେଇ ଦେବ ।
ଲଭଲି ଯିବା ପରେ ଚଗଲି ର ମାଆ କି ଚିଠି ହୋଇ ଥିବ , ଜାଣିବା ପାଇଁ ତାକୁ ଖୋଲି ଦେଇ ପଢ଼ି ପକାଇ ଦେଇ ଛନ୍ତି । ତା ପରେ ସାଙ୍ଗ
ଚେପିଲି ର ମାଆ କୁ ନେଇ ଦେଖାଇ କହି ଦେଇ ଛନ୍ତି ।
ସେ ବି ସେଇଚିଠି ଆଣି ଦେଖିଲେ ଯେ , ଏକା ପରି ଲେଖା ଯାଇଛି । ଏହା ପରେ ଲଭଲି କୁ ଡକାଇ ପଠାଇଲେ । ତୁ ଏ ଚିଠି କାହୁଁ ଆଣିଲୁ
କାହିଁ କି ଆଣିଲୁ ପଚାରି ବୁଝି ଛନ୍ତି ।
ଲଭଲି କହିଲା ମୋତେ ସେମାନେ ଦେଲେ । ଏହା ପରେ ଲଭଲି ଉପରେ ଖୁବ୍ ମାଡ଼ ଗାଳି ବର୍ଷା ହୋଇଛି ।
ଲୋକ ବାକ ମାନେ ଜମା ହୋଇ ଚାହୁଁ ଚାହୁଁ ସେଠାକୁ ଚାଡ଼ରା ଓ ଚାଡ଼ରୁ ଙ୍କୁ ଖୋଜି ଅଣାଇ ଛନ୍ତି ।
ସେ ମାନଙ୍କ ଉପରେ ନିର୍ଦ୍ଧୁମ ଖରା ରେ ନିର୍ଦ୍ଧୁମ ମାଡ଼ ବର୍ଷା ହୋଇଛି ।
ଆ ବାବା ଲୋ ..... ଉ.. ଉ । ଉ ... ବାବା ଲୋ । ମରି ଗଲି ଲୋ । ରଡି ରେ ସ୍ଥାନ ଟି ପ୍ରକମ୍ପିତ ହୋଇ ଉଠିଛି । ଚାଡ଼ରା ଓ ଚାଡରୁ ସହିତ ଲଭ୍ଲି ର ଦେହ ହାତ ରେ ନିର୍ଦ୍ଧୁମ ମାଡ଼ ପାହାର ର ପ୍ରହାର ଆଘାତ ରେ ତିନି ଜଣ ଯାକ ଲହୁ ଲୁହାଣ ହୋଇ ଯାଇ ଅଛନ୍ତି । ତାଙ୍କ ର ପ୍ରେମ ପତର ଲେଖିବା କାମ ସେଇଠି ଶେଷ ହୋଇ ଯାଇଛି ।
