STORYMIRROR

Satyanarayan Sahoo

Comedy Action Inspirational

4  

Satyanarayan Sahoo

Comedy Action Inspirational

ଚୋର ଦଳ ଧରା

ଚୋର ଦଳ ଧରା

2 mins
215


ଚୋର ଦଳ ଧରା 

ଗୋଟେ ଗାଁ କୁ ଦିନେ ରାତିରେ ଚୋରୀ କରି ବା ପାଇଁ ଦଳେ ଚୋରପ୍ରବେଶ କଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଖୁବ୍ ମୋଟା ସୁଟାତାଗଡ଼ା ଲୋକ ଥିଲେ । ହାତ ରେ ଭୁଜାଲି , ଚାକୁ , ଇତ୍ୟାଦି ଧରିବାସହିତ କାନ୍ଧ ରେ ଖୁବ୍ ମୋଟା ମୋଟା ରସି ବରେହି ପକେଇ ଥାନ୍ତି । ଗାଆଁ ଠାକୁରାଣୀ ମନ୍ଦିର ପାଖ ରେ ଥିବା ଜଣ ଙ୍କ ଘରେ ପଶିଥିଲେ । ସେଇ ଘର ଟା ଥିଲା ଚେମା ଚଇନି ର । ତା ର ସ୍ତ୍ରୀ ହେଲା ଚେପି ଚଇନି  । ଦୁହେଁ ବହୁତ ଚାଲାକ ଲୋକ ଥିଲେ । ଡାକୁ ଦଳ ତାଙ୍କ ଘରେ ଚୋରୀ କରି ବା ପାଇଁ ପଶି ଗଲେ । କିନ୍ତୁ ସେ

ଦୁହେଁ , ଚିଆଇଁ କି ରହି ଥିଲେ ।ଚୋର ଦଳ ତାଙ୍କ ତାଟି କବାଟ ଟି ତାଡି ଦେଇ ପଶି ଗଲେ । ସେ ମାନେ ପିଣ୍ଡା ଉପରେ ବିଛଣା ରୁ ଚିଆଇଂ ରହି ଦେଖୁ ଥାନ୍ତି ।ମନେ ମନେ ପାଞ୍ଚୁ ଥିଲେ। , କେଉଁ ଉପାୟ ରେ ଚୋର ଦଳ ଙ୍କୁ ଧରି ବେ ।  ଧୀରେ ଧୀରେ ଚୋର ଦଳ ର ସମସ୍ତେ ଜଣେ ପରେ ଜଣେ କବାଟ ଖୋଲି ଘର ଭିତରେ ପଶି ଗଲେ । ସେମାନେ ଭିତର ଜିନିଷ ପତ୍ର ଅଣ୍ଡାଳି ଅଣ୍ଡାଳି ଟଙ୍କା ସୁନା ଖୋଜି ଖୋଜି ବୁଲି ବାରେ ଲାଗି ରହି ଥାନ୍ତି । ଚୋର ମନ ଚୋର ଗଣ୍ଠି ଭିତରେ ଥାଏ । ଏଇ ସୁଯୋଗରେ ଖୁବ୍ ସଜାଗ ହୋଇ ଚେମା ଓ ଚେପି ଅତି ଧୀରେ ପାଦ ଚିପି ଚିପି ଥାପି ଥାପି ଥରି ଥରି ଉଠିଲା ବେଳକୁ ଚୋର ମାନେ ସବୁ ଭିତରେ ରହି ଚରି କାର୍ଯ୍ୟ ଚଳାଉ ଥାଆନ୍ତି । ହଠାତ୍ ଧଡ଼ାସ କିନା  ବାହାର ପଟୁ କବାଟ ଟି ବନ୍ଦ କରି ଦେଇ ଛନ୍ତି ।ଚୋର ଦଳ ର ପୀଲେହି ପାଣି ହୋଇ ଯାଇଛି ।ଚେମା ଓ ଚେପି ସଙ୍ଗେ ସଙ୍ଗେ ଧାଇଁ ଯାଇ ପାଖ ପଡିଶା ଘର ଲୋକ ବାକ ମାନ ଙ୍କୁ ଡାକି ଉଠେଇ ତାଙ୍କ ଘରେ ଚୋର ଦଳ ପଶି ଫସି ଯାଇ ଥିବା କଥା ଜଣାଇ ଦେଇ ଛନ୍ତି । ଏହା ପରେ ପୋଲିସ୍ ଥାନା କୁ ଫୁନୁ ରେ ଖବର ଜଣାଇ ଡକାଇ ସେଇ ଚୋର ଦଳ କୁ ଧରାଇ ଦେଇ ଛନ୍ତି ।  ଚୋର ମାନେ ଆଣି ଥିବା ବରେହୀ ଦୌଡ଼ି ଗୁଡ଼ିକ ରେ ଚୋର ମାନେ ହିଁ ବନ୍ଧା ପଡି ଛନ୍ତି । ସକାଳେ ରାସ୍ତା ଉପରେ ପୋଲିସ୍ ବାବୁ ମାନେ ଚୋର ଦଳ କୁ ତାଙ୍କ ରି ଦୌଡ଼ି ରେ ଗୋଡ ହାତ ପେଟ ପିଠି ଚାରି ଆଡେ଼ ବାନ୍ଧି ଦେଇ ସର୍କସ ରେ ଘୋଷାଡି ବା ପରି ଘୋଷାଡି ଘୋଷାଡି ଟାଣି ଟାଣି। ନେଇ ଯାଇ ଥାନା ଖୁଆଡ ରେ ପୁରାଇ ଦେଇ ଛନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy