Satyanarayan Sahoo

Horror Tragedy Action

3  

Satyanarayan Sahoo

Horror Tragedy Action

ପିଶାଚ ଘଉଡ଼ା

ପିଶାଚ ଘଉଡ଼ା

2 mins
137



ପିଶାଚ ଘଉଡ଼ା 

ମସ୍କରା ମାଇତି ଜଣେ ଖୁବ୍ ଟାଣୁଆ ଗୁଣିଆ କୁ ଖୋଜୁ ଥାନ୍ତି ।

କାହିଁ କି ନା , ତାଙ୍କ ଘର ଟା ଥିଲା ବଣ କଡ କୁ ଲାଗି । ସାମନା

ପାଖ ରେ ୮/୧୦ ଟି ଘର ଥିଲେ ବି , ପଛ ପଟେ ଅନେକ

ଗୁଡ଼ିଏ ଅପନ୍ତରା ସ୍ଥାନ , ଜଙ୍ଗଲ , ବିଲ , ପଡ଼ିଆ ଓ ଚାଷ ଜମି ରେ

ଭରି ରହି ଥିଲା ।

ଥରେ ତାଙ୍କ ଗାଁ ପାଖ ରେ ଗୋଟିଏ ଗଛ କୁ ପିଟି ହେଇ ଓଟ ଗାଡି

 ଟାଏ ଅକ୍ସିଦେଣ୍ଟ ହୋଇ ଗଲା । ଫଳ ରେ ଗାଡି ଟା ପୂ୍ରl ପୁରି ଛିନ୍ ଛତର ହୋଇ ପଡିବା ସହିତ ଚାଳକ ଟି ଏକା ଥରେ ଯମ ପୁରୀ ପଳାଇ ଯାଇ ଥିଲl । 

ଠିକ୍ ୨/୪ ଦିନ ପରେ ପିଶାଚ ହୋଇ ଫେରି ଆସିଲା । ପ୍ରତି ଦିନ ରାତି ୭- ଟା ଠାରୁ ପାହାନ୍ତି ଯାଏଁ , ସେ ଇ ବଣ କଡେ କଡେ ବୁଲିବାକୁ ଲାଗିଲା । କେବେ କେବେ ବାଟ ଘାଟ ମଝି ରେ ଠିଆ ହୋଇ ରହି ଥାଏ । ସେଇ ବେଳେ କୀର୍ତ୍ତନ ଚାଲି ଥାଏ । ତାକୁ ଦେଖି କିର୍ତ୍ତନିଆ ବି ଡରି ଯାଇ କୀର୍ତ୍ତନ ବନ୍ଦ କରି ଦେଇ ଥିଲେ ।

 ତା' ପରେ ବର୍ଷେ ଦୁଇ ବର୍ଷ ପରେ , ସେ ଫେରି ଆସେ , ଏବେ ମସ୍କରା ମାଇତିଇ ଙ୍କ ଘର ପଛ ପାଖରେ ଥିବା ଅପନ୍ତରା ସ୍ଥାନ ଜଙ୍ଗଲ ଜମି ରେ ରହୁଛି । ସନ୍ଧ୍ୟା ବେଳକୁ ମାଇତି ପରି ବାର କୁ

ବହୁତ ହଇରାଣ କରୁଛି ।

ତାଙ୍କୁ ଆସି ଏଇଟା ଦେଏ , ସେଇଟା ଦେଏ , ମାଗୁଛି । ତାଙ୍କ ଘରେ ଥିବା ୪ ଟି ବଡ ବଡ ଖାସି ଛେଳି , ୮/୧୦ ଟି କୁକୁଡା ସଣ୍ଡା , ସବୁ

ଗୁଡ଼ିକୁ ଗୋଟେ ପରେ ଗୋଟେ ସେଇ ଆଦାୟ କରି ନେଇ ଖାଇଲା ।

ଏବେ ମାଗୁଛି , ଆହୁରି ଦେଏ । ଦେଇ ନ ପାରିଲେ , ହାଡ , ନାଡ ,

ଚୁଟି , ଗୂହ , ମୂତ , ଇତ୍ୟାଦି ବର୍ଷା କରୁଛି । ସେ ପିଶାଚ ଟି ମାଇତି

ମହାଶୟ ଙ୍କୁ ବହୁତ ମୁସ୍କିଲ କରି ପକାଉଛି ।

 ଏଇଥି ପାଇଁ କି , ତାକୁ ନିର୍ଘାତ ପିଟି ପିଟି

 ମାଇତିି ଜୀ ଘଉଡାଇ ଦେବା ପାଇଁ ଚାହୁଁ ଥିଲେ ।

ହଠାତ୍ ଦିନେ ଜଣେ ଗୁଣିଆ କୁ ପାଇଲେ । ସେ କହିଲା ମୁଁ ଗୁଣ କରି

ପିଶାଚ ଟିକୁ ଧରି ଦେମି । 

ତା ପରେ ସେ ମାଇତି ଜିଇ ଙ୍କ ଠାରୁ ୨୦- ୨୫ ହଜାର ଟଙ୍କା ଝଡାଇ

ନେଇ ଗୋଟାଏ ଛଡ଼ାଣ କଲା । ସେଇ ଛଡ଼ାଣ ରେ ଗୋଟେ ବୁଦା ଓ

ଦୁଇଟି କାଟୁଳି ଛୁଆ ବଳି ଦିଆ ଗଲା ।

 ଗୁଣିଆ ଗଧିଆ ଦାସ ଗୁଣ କରି କାଟୁ ଳି ଛୁଆ ମାନଙ୍କୁ କାଳୀ ମାଆ 

ଆଗରେ କାଟି ଦେବା ମାତ୍ରେ , ସାଇଁ କିନା ପିଶାଚ ଟି ଦେଖା ଦେଇଛି ।

 ସେ ରାଉ ରାଉ , କାଉଁ କାଉଁ ବୋବାଉ ଥାଏ । ଗୁଣିଆ ତାକୁ ଧରି

ବାନ୍ଧି ଦେଇ ନିର୍ଦ୍ଧୁମ ମାଡ଼ ମାରିବା କୁ ଲାଗିଲା ।

  ପିଶାଚ ଚିତ୍କାର ଶୁଣି ମସ୍କରା ବାବୁ ଙ୍କ ପିଳେହି ପାଣି ହୋଇ ଗଲା ।

ସେ କବାଟ କିଳୀ ଦେଇ ଘର ଭିତରେ ବସି ରହି ଥିଲେ । 

ଗୁଣିଆ ଆପଣା ଲମ୍ବା କାଉଁରୀ ହାଡ ଟା ଧରି  ପିଶାଚ କୁ ବାନ୍ଧି ଦେଇ ନିର୍ଦ୍ଧୁମ ପାହାର କଷି ଚାଲି ଥାଏ । 

ମସ୍କରା ମହାଶୟ ଭିତରେ ବସି , ଶଙ୍ଖ , ହୁଳହୁଳି , ବୋବାଳି ପକାଉ ଥାଆନ୍ତି ।

ପିଶାଚ ଟି , ଉ ....... ବାପ.... ଲୋ ,,,,, 

ମରି ଗଲି ଲୋ ..........

ମରି ଗଲି ଲୋ ..........

ଆଉ ନାଇଁ ...... ଲୋ ....... ମାଆ ଲୋ ......

ମାଇଲା .... ଲୋ ..... ଉହୁ ...... ଉହୁ .... ଆ ଆ ଆ 

ଈ ....... ଚିହିଡି   ବାରେ ଲାଗିଥାଏ ।

 ଘର ଭିତରୁ ମସ୍କରା ଜୀ ଚିତ୍କlର କରୁ ଥିଲେ , -----

ଭଲ ହେଇଛି ।  ଠିକ୍ ହୋଇଛି । ମୁଁ ଛଡ଼ାଣ ପାଇଁ ପଚିଶ ହଜାର ଟଙ୍କା ଦେଇଛି ।  ମୋର ଖାସି ଖାଇଲୁ । କୁକୁଡା ଖାଇଲୁ ଫେର ପଇସା ବି ଖାଇଲୁ ।  ହୁଳୁ ହୂଲୂ , କୁଳୁ କୁଳୁ । କାଳୀ ମାଆ

 କି ଜୟ ।

 ଏଇ ପରି ଭାବ ରେ ଗୁଣିଆ ଗଧିଆ ଦାସ ପିଶାଚ ଟିକୁ ପିଟି ପିଟି

ଘଉଡାଇ ଦେଲା । ଫେରି ଆସି ମସ୍କରା ମହାଶୟ ଙ୍କୁ ଜଣାଇ ଦେଇ କହିଲା , ଆଜ୍ଞା ମସ୍କରା ଜୀ , ହଜୁର । ଏକା ଛଡ଼ାଣ ରେ ପିଶାଚ

ଛୁ ଉ ଊ ଉ ଊ ...........  ।



Rate this content
Log in

Similar oriya story from Horror