Satyanarayan Sahoo

Comedy Action Crime

3  

Satyanarayan Sahoo

Comedy Action Crime

ଛେଳିଆନନ୍ଦଙ୍କ ଛେଳିଖିଆ

ଛେଳିଆନନ୍ଦଙ୍କ ଛେଳିଖିଆ

2 mins
138



ବାବାଜୀ ଛେଳିଆନନ୍ଦ ଜୀ ଛେଳି ତରକାରୀ ଖାଇବାକୁ ଖୁବ୍ ଆନନ୍ଦ ପାଉ ଥିଲେ । ସେ ଥରେ ଛେରୁଆକୁ ଦେଖି କହିଲେ , ଆରେ ବେଟା , ଶୁଣ , ଶୁଣ । ମୋତେ ଗୋଟେ ଛେଳି ଖାସି ଦେଏ । ଆମେ ଗୁଣ କରି ଦେବୁ । ଏହି ଥର ଲଟେରୀ ଖେଳ ରେ ତୁ 

ପ୍ରାଇଜ ପାଇ ଯିବୁ । ଯଦି ନ ହୁଏ , ତ ତୁ ଜୁଆ ଖେଳ ଖେଳିଲେ ଖୁବ୍ ଲାଭ ପାଇବୁ । ଖୁବ୍ ଶୀଘ୍ର ଧନୀ ହୋଇ ଯିବୁ । ଛେରୁଆ କହିଲା , ଆଜ୍ଞା , ବାବା । ହଜୁର ଜିକୁ ଯୁଆହାର । ଆପଣ ଆଗେ ଗୁଣ କରି ଦିଅନ୍ତୁ , ମୁଁ ପଇସା ପାଏଁ । ପାଇ ଲେ ପ୍ରତି ମାସକୁ ଆପଣ ଙ୍କୁ ଛେଳି ଖାସି ଖର୍ଚ୍ଚ ଟା ଦେଇ ଦେବି ।


 ସେଠୁ ବାବା କହିଲେ ନାହିଁ ରେ ବେଟା । ସେମିତି କିଛି ହୁଏ ନାହିଁ । ସେମିତି ହେଉ ଥିଲେ ତ ସବୁ ଲୋକ ରାତତା ରାତି ଧନୀ ହୋଇ ଯାଇ ଥାଆନ୍ତେ । ଆମେ ଯଦି ସେମିତି କିଛି କରି ଦେଉ ଥାଆନ୍ତୁ ତେବେ

ତୋତେ ଖାସି ମାଗି ଥାଆନ୍ତୁ କିଆଁ ? ତୁ ଯଦି ଆମକୁ ଖୁସି ରେ ଖାସି ଦେବୁ । ତେବେ ଆମେ ଖୁସି ହୋଇ

ଗୁଣ କରିବୁ । ତୁ ଜୁଆ ଖେଳ ରେ ଜିତିବୁ ।

 ଏହା ଶୁଣି ଛେ଼ରୁଆ କହିଲା , - ଆଜ୍ଞା , ବାବା ଜି , ଜି ମହାଶୟ , ହେଉନ୍ତୁ , ମୋ ଉପରେ ଟିକିଏ ସଦୟ । ମୋ ଖାସି ଗାକୁ ଆପଣଙ୍କୁ ଦେଇଛି , ଜାଣିଲେ ମୋତେ ଘରେ ବହୁତ ପିଟିବେ ।


 ସେଇ ଛେଳି ଖାସି ଗୁଡ଼lକୁ କଂସେଇ ଖାସିଆ ସାଉକୁ ବିକିବା ପାଇଁ ରଖି ଛନ୍ତି । ଆପଣ ଙ୍କୁ ମୁଁ କେମିତି ଦେବି ? ତହୁଁ ବାବା ଛେଳିଆ ନନ୍ଦ ଜି ମହାଶୟ ବୋଇଲେ ଶୁଣ ଛେରୁଆ । ତୁ ଦିନେ  ବଣ ଜଙ୍ଗଲ ରେ ଖୁବ୍ ଭିତର ଆଡ କୁ ଛେଳି ଖାସି ଗୁଡ଼ିକୁ ଚରାଇବା ପାଇଁ କି ନେଇ ଯାଆ । ସେ ଠାରୁ ଆମ ଚେଲା ମାନେ ଯାଇ ଗୋଟାଏ ଛେଳି ଖାସି  ଚୋଓପ କିନା ଚୋରାଇ ନେଇ ଯିବେ । ଖବର ଦାର୍ । ଶୁଣ ହେ , ଛେରୁଆ । ତୁ କାହାରିକୁ କିଛି କହିବୁ ନାହିଁ । କେହି କିଛି ପଚାରିଲେ , କହି ଦେବୁ ଖାସି ଟା ବାଘ ମାମୁଁ ଖାଇ ଦେଲେ । ଛେରୁଆ ଠିକ୍ ସେହି ପରି କଲା । ୨/୪ ଦିନ ପରେ ଚେରୁଆ ର ବାପ ହଗରା ଦେଖି ପକାଇ ପଚାରି ଦେଲା , - ଆରେ ମୋ ଛେରୁଆ

 ବେଟା , କାହିଁ ଗଲା ରେ ସେଇ ଖଇରିଆ ଖାସି ଟା । ଭୟ ରେ ଛେରୁଆ ର ପୀଲେହୀ ପାଣି ହୋଇ ଗଲା । ସେ ସେଇଠି ଛେରି ପକାଇ ଡର ରେ ଥଙ୍ଗ ଥାଙ୍ଗ ଥରି ଥରି କହିଲା , - ମୁଁ ଦିନେ ବଣ କୁ ଭିତର ଆଡକୁ ଛେଳି ଖାସି ମାନ ଙ୍କୁ ଚରାଇବା ପାଇଁ କି ନେଇ ଯାଇ ଥିଲି । ସେ ଠାରେ ଖାକି ମାମୁଁ ଜଣେ ତରକାରୀ ଖାଇବା ପାଇଁ

ଆଦାୟ କରି ନେଇ ଯାଇ ଛନ୍ତି । କହିଲେ ଯେ , ସେ ଖୁବ୍ ଧୁରିଆ ର ଥାନା ରୁ ଆସି ଛନ୍ତି । କିଛି କହିଲେ ମୋତେ ମାରି ଦେବେ ।ସେଇଠୁ ସଭିଏଁ ଅନୁସନ୍ଧାନ କରିବା ରେ ଲାଗି ପଡ଼ି ଛନ୍ତି ।ଯେ କେଉଁ ଥାନା ରେ ଥାନା ମାମୁଁ ମାନେ ଖାସି ଚୋରାଇ ନେଇ

ଖାଉ ଛନ୍ତି ।



Rate this content
Log in

Similar oriya story from Comedy