Satyanarayan Sahoo

Tragedy Crime Children

3  

Satyanarayan Sahoo

Tragedy Crime Children

ମରୀଚିକା

ମରୀଚିକା

1 min
110



ଛତ୍ର ପୁର ଗାଁରେ ସନିଆଁ ବୋଲି ପିଲାଟିଏ ଅତି ଗରିବ ସୋଇଥିବାରୁ ଅନେକ ଅନେକ ଦୁଃଖ କଷ୍ଟ ସହ୍ୟ କରି ଅଭାବ ଅନଟନ ମଧ୍ୟରେ ବଞ୍ଚିବା ପାଇଁ ଗଭୀର ସଂଗ୍ରାମ ଜାରି ରଖି ଥାଏ ।

ସେ ବଡ ହେଲା ପରେ ଚାଷ ବାସ କରି ଘର ଚଳାଇବା ପାଇଁ ଚାହିଁଲା ।

ତାର ଜମି ମାଣେ ଥିଲା । ଯାହା କି ବିଲ ଭିତରେ ଘରଠାରୁ ବହୁ ଦୂରରେ ।

ସେ ପ୍ରତି ଦିନ ସକାଳେ ଜମିକୁ ଯାଇ ଗଭୀର ପରିଶ୍ରମ କରି ଫସଲ ଉପଉଜାଇ ଥାଏ ।

ଅମଳ ସମୟ ପାଖେଇ ଆସେ ।

ତାର ଧାନ ବିଲ ପାଚିଲା ଶୁଖିଲା ଧାନ କେଣ୍ଡାରେ ଭରପୁର ହୋଇ ଖୁବ୍ ସୁନ୍ଦର ଦେଖା ଯାଉ ଥାଏ । ଫସଲ ଅମଳ ପରେ ପରେ ତାର ବାହାଘର କଥା ଠିକ୍ ହୋଇ ଥାଏ ।

ଏଇ ସମୟରେ ଦିନେ ରାତିରେ ତାର ଶସ୍ୟ କ୍ଷେତ୍ର ରେ ନିଆଁ ଲାଗି ଗଲା ।

ଚାହୁଁ ଚାହୁଁ ହଠାତ୍ ସମସ୍ତଙ୍କ ଜମିକୁ ଧୀରେ ଧୀରେ ନିଆଁ ବ୍ୟାପି ଯାଇ ସମ୍ପୂର୍ଣ କ୍ଷେତ୍ର ଓ ଫସଲକୁ ଭସ୍ମୀଭୂତ କରି ଦେଲା । ସକାଳୁ ସକାଳୁ ସାନିଆଁ ଜମି ଆଡ଼କୁ ଆଗେଇ ଗଲା ପରେ କିଛି ହେଲେ ବି ନ ଥିବା ଦେଖି ଅବାକ୍ ହୋଇ ଗଲା । ତାର ସମସ୍ତ ସ୍ବପ୍ନ ଭାଙ୍ଗି ରୁଜି ନିମିଷକ ମଧ୍ୟରେ ଧୂଳିସାତ ହୋଇ ଗଲା । ଅବଶୋଷର ଜ୍ଵାଳାରେ ତାର ମନ ପ୍ରାଣ ମ୍ରିୟମଣ ହୋଇ ଉଠିଲା ।



Rate this content
Log in

Similar oriya story from Tragedy