ଆଲିଙ୍ଗନ
ଆଲିଙ୍ଗନ
ବାହାଘର ପରେ ପ୍ରଥମ ଥର ଯେବେ ବାପା ମାଆ ଭାଇ ଭଉଣୀଙ୍କ ପାଖକୁ ଫେରିଥିଲି, ସମସ୍ତଙ୍କୁ ଦେଖି ବିଚ୍ଛେଦର କୋହକୁ ଅଟକାଇ ରଖୁ ରଖୁ ବାପାଙ୍କୁ ଦେଖିଲି ତ ଦୃଢ଼ ଆଲିଙ୍ଗନ ଭିତରେ ଘଡ଼ିଏ ସରିକି ଲୁହ ଗଡ଼ାଇ ଚାଲିଥିଲି, କେତେବେଳେ ପ୍ରକୃସ୍ଥିତ ହେଲି ଜାଣେନା କିନ୍ତୁ ସେହି ମୋର ପ୍ରଥମ ଓ ଶେଷ ସୁଦୃଢ ଆଲିଙ୍ଗନ ଥିଲା .ଏମିତିକି ବାପା ଯେବେ ଚାଲିଗଲେ ମୋର ବୋଉକୁ ସେହିଭଳି ଦୃଢ଼ ଆଲିଙ୍ଗନରେ ରଖି କାନ୍ଦିବାକୁ ଇଚ୍ଛା ଥିଲେ ବି ମୁଁ ନିଜକୁ କାହିଁକି ସଂଯତ ରଖୁଥିଲି, ବୋଧହୁଏ ବୋଉକୁ କଷ୍ଟ ହୋଇଥାନ୍ତା ବେଶୀ ବୋଲି କି କଣ କେଜାଣି ?
କିନ୍ତୁ ଏଇ କିଛି ଦିନ ପୁର୍ବରୁ ବୋଉ, ଆଈ .ସି .ୟୁ ରୁ ଜେନେରାଲ ୱାର୍ଡ କୁ ଆସିଥିଲା ତ ମୋର ଖୁବ ଇଚ୍ଛା ହେଉଥିଲା, ବୋଉକୁ ଦୃଢ଼ ଆଲିଙ୍ଗନରେ କିଛି ସମୟ ଧରି ରଖିବାକୁ, ହେଲେ ବୋଉର ଅବସ୍ଥା ମତେ ସେଥିରୁ ନିବୃତ କରିଥିଲା, ତା ନାକ ପାଟିରେ ବିଭିନ୍ନ ନଳୀ ମୋ ଇଚ୍ଛାକୁ ଦମନ କରିଥିଲା l
ଏଵେ ଝିଅ ମୋର ସ୍କୁଟିରେ ପଚାଶ କିଲୋମିଟର ଅତିକ୍ରମ କରି ସ୍କୁଲରୁ ଘରକୁ ଫେରୁଥିଲା, ନିଜ ଟିକି ଝିଅଟାକୁ ଦୃଢ଼ ଆଲିଙ୍ଗନରେ ଧରିନେବାର ଭାବନା ଭିତରେ, ଦୁର୍ଘଟଣାରେ ମୁଣ୍ଡ, ହାତ, ପାଦ ସବୁ କ୍ଷତ, ତ ଟିକି ଝିଅକୁ ଥରେ ଆଲିଙ୍ଗନ କରିବାର କ୍ଷମତା, ଏଯାଏଁ ଆସିନି, ଆଉ ମୋ ମାଆ ମନ ଚାହୁଁଛି ମୁଁ ଥରେ ମୋ ଝିଅକୁ ଦୃଢ ଆଲିଙ୍ଗନ କରି ଦେହ, ମୁହଁ, ହାତ, ଗୋଡ଼ ଥରେ ଆଉଁସି ଦିଅନ୍ତି, ସେ ସୁଯୋଗ ପାଇବା ବେଳକୁ ମୋ ଇଚ୍ଛା ପୂରଣ ସମ୍ଭବ କି ଅସମ୍ଭବ, ସମୟ କହିବ, ଆଉଥରେ ଥରେ ଇଚ୍ଛା ହୁଏ, ବିଦେଶରୁ ଫେରିଥିବା ପୁଅକୁ ମୋର ଟିକେ ଆଲିଙ୍ଗନରେ ବାନ୍ଧିରଖନ୍ତି କୋଳରେ ମୋର, ହେଲେ, ସେସବୁର ସମୟ ହୁଏତ ସରିଯାଇଛି, ସ୍ୱାମୀଙ୍କୁ ବେଳ ଅବେଳରେ ଚାହେଁ, ଥରେ ଦୃଢ଼ ଆଲିଙ୍ଗନରେ ବାନ୍ଧି ହୋଇଯାନ୍ତିକି !
ସତରେ ଭଲପାଉଥିବା ପ୍ରତ୍ୟକ ଜୀବନ୍ତ ବା ପାର୍ଥିବ ବସ୍ତୁ ସବୁକୁ ଦୃଢ଼ ଆଲିଙ୍ଗନରେ ବାନ୍ଧି ରଖିବାକୁ ବେଳେ ବେଳେ ଖୁବ ଇଚ୍ଛା ହୁଏ, କିନ୍ତୁ ପରିବେଶ, ପରିସ୍ଥିତି ସେସବୁ କରିବାକୁ ଦିଏନା ତ ମନ ଭରି ତୁଳସୀ ଗଛକୁ ଆଉ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଙ୍କୁ କୁଣ୍ଢେଇ ଦୃଢ଼ ଆଲିଙ୍ଗନ ଭିତରେ ହଜିଗଲା ବେଳେ ମନେ ପଡେ ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭକୁ କୁଣ୍ଢାଇ ଦୃଢ଼ ଆଲିଙ୍ଗନରେ ଜଡାଇ ଭକ୍ତର ଭକ୍ତି ନିଦର୍ଶନର ସେହି ଅମୂଲ୍ୟ ଦୃଶ୍ୟ, ଖୁବ ଲୋଭନୀୟ ସତରେ .

