ତୁଠ ପଥର
ତୁଠ ପଥର
ତୁଠ ପଥର ଯେ ଥାଏ ତୁଠେ ପଡ଼ି ରହି
ନଈ, ନାଳ, କୂପ, ପୋଖରୀ ରେ ରହି ଥାଇ ।
ଲୁଗା କଚା, ପାଦ ଘୋଷା କାର୍ଯ୍ୟ ରେ ଲାଗଇ
ସଭିଙ୍କ ର ପାଦ ଘୋଷା ହେଉ ଥାଏ ତହିଁ ।
ଶିଉଳି ଗହଳ ଆସ୍ତରଣ ଥାଏ ତଳେ
ସମସ୍ତ ଙ୍କ ଲୁଗା କାଚି ସେ ହିଁ ସଫା କରେ ।
ଯେତେ ସବୁ ଦୁଃଖ କଷ୍ଟ ସହ୍ୟ କରି ପାରେ
ଆହା କି କୋମଳ ଦିଶେ ପଡି ସେ ଘାଟ ରେ ।
ସହନ ଶକତି ସେହି ଶିଖା ଏ ସଭିଙ୍କୁ
ଅଦ୍ଭୁତ ଅପୂର୍ବ ଭାବ ଧାରା ସମ୍ଭାର କୁ ।
ଅନୁଧ୍ୟାନ କରି ବାକୁ ଚାହିଁଲେ ତାହା କୁ
ଦେଖି ଦେଖି ଜନେ ଶିଖି ଥାନ୍ତି ଯେ ତୁଠ କୁ ।
ଯାଏ ଯିଏ ଦେଖେ ତାହା ରହି ଥାଏ ପଡ଼ି
ମଳି ଓ କଳଙ୍କ ଯେତେ ଦିଏ ସଫା କରି ।
ଆଶ୍ଚର୍ଯ୍ୟ ଚକିତ ହୋଇ ଉଠେ ମନ ପ୍ରାଣ
ମଳି ଓ ଶିଉଳି ର ସେ ଗାଢ଼ ଆସ୍ତରଣ ।
ଜମି ରହି ଥିବା ସତ୍ତ୍ବେ ଚତଃପାଶ୍ୱ ତାର
କେବଳ ଉପରି ଭାଗ ଥାଏ ପରିଷ୍କାର ।
ପରିଚ୍ଛନ୍ନତା ର ସେ ହିଁ ସମାଜ ରେ ଚିର
ପ୍ରବାହିତ କରାଏ ଯେ ଭାବ ବହୁତର ।