STORYMIRROR

Prahallad Sahoo

Horror Tragedy

4  

Prahallad Sahoo

Horror Tragedy

ଟ୍ରେନ ଚାଳକ କଳାନିଧି

ଟ୍ରେନ ଚାଳକ କଳାନିଧି

1 min
336

ଲୁଚି ଲୁଚି ଲୁଚକାଳି ଖେଳୁଥାଏ ଯିଏ

ତା ସଙ୍ଗେ ଲୁଚକାଳି ଖେଳି ଜିତିବ କିଏ?


କି ଅବା ଦୋଷ କରିଥିଲେ ସେହି ଟ୍ରେନ ଯାତ୍ରୀ

ସବୁ ଦେଖି ଉଦ୍ଧାର କଲନାହିଁ କାହିଁକି ହେ ଯଦୁପତି?


ଦିନ ଯାଏ ଚିହ୍ନ ରହିଯାଏ 

କୃତ କର୍ମର ଫଳ 

ଅବଶ୍ଯ ପ୍ରାଣୀ ଭୋଗିଥାଏ।


ହେ କାଇଁଚମାଳୀ

ଯଶୋଦା ନନ୍ଦନ, ଦେବକୀ ରତନ

କଦମ୍ବ ମୂଳିଆ ବନମାଳି।


ହେ କଳା କୃଷ୍ଣ ନବଘନ

ତୁମେ ପରା ବଦ୍ଧ କରି ରାକ୍ଷସ, ଅସୁର

ରଖିଥିଲ ମାନ ମହତ ଗୋପ, ବୃନ୍ଦାବନ।


ବିନାଶିଥିଲ ତୁମେ ବକାସୁର, ତାଡକାସୁର

ପୁଣି ପୁତନା ରାକ୍ଷସୀ ସଙ୍ଗେ ଶକଟାସୁର ।


ତୁମେ କଣ ଚାହିଁଥିଲେ 

ଆୟତ କରି ପାରିନଥାନ୍ତ 

ସେହି କୁମତି ଲୌହ ଦାନବକୁ ;

ବିନା ଦୋଷେ ଯିଏ ଶୋଷିନେଲା 

କେତେ କେତେ ପ୍ରାଣର ରକ୍ତ

ଏବେବି ଶୁଭେ ଚିତ୍କାର ରାତି ଅଧକୁ। 


ସେତିକିରେ ମନ ତୋଷ ହେଲାନାହିଁ

ଆଉ ଏକ ଟ୍ରେନ ଯାତ୍ରୀଙ୍କ 

ପ୍ରାଣ ନେଲ ଗୋଡେଇ ତୋଡେଇ

ବିକଟ ଦୃଶ୍ଯ ଯେ ମରଣାନ୍ତକ। 


ତୁମେତ ଧରିଛ ଦଣ୍ଡିବା ଅଧିକାର 

ଭୁଲ ଠିକର ବିଚାର ତୁମେ କର।


କେଉଁ ଜନ୍ମେ କି ପାପ କରିଥିଲେ ସେମାନେ

ଦେଖି ପାରିଲେ ନାହିଁ ଆତ୍ମୀୟସ୍ବଜନ, 

ଅବ୍ଯକ୍ତ ରହିଗଲା ଶେଷ ଇଛା ସେମାନଙ୍କର 

ଶୁଣିବାକୁ ନଥିଲେ କେହି ଚାଲିଗଲା ପ୍ରାଣ। 


ଏହିକି ତୁମ ଦଣ୍ଡିବାର ବିଧି ଆହେ କୃପାନିଧି

ଦଣ୍ଡ ପଣେ ଏକ ପ୍ରାଣ ନେଇ

ଭସାଇ ଦେଲ ବାକି ସଂସାର ହେ କଳାନିଧି !


ଦୁର୍ବାର ସାହସ ନେଇ ଏମିତି ଖେଳ ଖେଳିବାର,

ଅଭିପ୍ସିତ ଇଛା ହୋଇପାରେ ଆଉ ବା କାହାର ! 


ପ୍ରଭୁ ଦୁର୍ଗତୀ ନାଶନ, ଆର୍ତ୍ତତ୍ରାଣ, ପତିତପାବନ

ଆଉ କେତେକାଳ ଖେଳୁଥିବ ଏମିତି ଖେଳ ? 


ହେ ପ୍ରଭୁ ତୁମେ ତ ନୁହଁ କାହାର 

କିନ୍ତୁ ସର୍ବ ଘଟେ ବିଜେ ନିରାକାର।


ଖେଳ ନାହିଁ ଆଉ ଲୁଚକାଳି ଫେଡ ମହୀର ଦୁର୍ଗତୀ

ତବ ପାଦପଦ୍ମ ଧ୍ୟାୟୀ ଭକ୍ତ ପ୍ରହ୍ଲାଦ କରେ ମିନତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror