Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy Inspirational

4  

Sadananda Sahoo

Tragedy Inspirational

ସ୍ମୃତିରେ ମନୋଜ

ସ୍ମୃତିରେ ମନୋଜ

1 min
242



ଉତ୍କଳ ମାତାର ସୁଯୋଗ୍ୟସନ୍ତାନ

     ବିପ୍ଳବୀ ମନୋଜ ଦାସ ; 

 ଶଙ୍ଖାରି ଗ୍ରାମରେ ଜନ୍ମିଥିଲ ତୁମେ

     ଭରି ଦେଇଥିଲ ହସ !! 


ସାରସ୍ଵତ ସ୍ରଷ୍ଟା ହେ ଜୀବନ ଦ୍ରଷ୍ଟା

     କୋଟିକୋଟି ପ୍ରଣିପାତ ; 

ତଵ ବିୟୋଗରେ ମର୍ମାହତ ସର୍ବେ

      ହୃଦୟ କାନ୍ଦୁଚି ସତ !! 


ହେ ଅପ୍ରତିଦ୍ୱନ୍ଦୀ ବିଶ୍ଵ ମହାକବି

    ଅଦ୍ୱିତୀୟ ସ୍ତମ୍ଭକାର. ;

 ଚେତନା ବଳୟ ଜ୍ଞାନ ସମାହାର

     ବାର୍ତ୍ତାବହ ଆଦର୍ଶର !! 


କୈଶୋର ଜୀବନେ ସାହିତ୍ୟ ସାଧନେ

     ପ୍ରସ୍ଫୁଟିତ ହେଲା ଜ୍ଞାନ ;  

ପ୍ରଥମ ପୁସ୍ତକ  କବିତା ଦୁର୍ଲ୍ଲଭ

    ଶତାବ୍ଦୀର ଆର୍ତ୍ତନାଦ !! 


ଦିବ୍ୟ ଚେତନାର ହେ ମହାପୁରୁଷ

    ସାହିତ୍ୟ ଆକାଶ ତାରା  ;

ଫକୀର ମୋହନଙ୍କ ସାର୍ଥକ ଦାୟାଦ

     ମହକୁଚି  ଧରା ସାରା  !! 


ବିଚକ୍ଷ୍ମଣ ବାଗ୍ମୀ ଭାଷାବିତ ଜ୍ଞାନୀ

    ପରମ୍ପରା କଥାକାର ;

ଚେତନା ପ୍ରବକ୍ତା ପ୍ରାଣ ସ୍ପର୍ଶୀ କର୍ତ୍ତା

    ଊଣା ହେବ ପୁରସ୍କାର !! 


ଅବୋଲକରାର କାହଣୀଟା ଭିନ୍ନ

    ଚତୁର୍ଥ ବନ୍ଧୁ ଭରସା ;

ଧୂମ୍ରାଭ ଦିଗନ୍ତ ଏ ଭିନ୍ନ ମଣିଷ

   ମନୋଜଙ୍କ ମନ ଭାଷା !! 


ଶେଷ ବସନ୍ତର ଚିଠି ଲେଖାକାର

    ନିରବି ଗଲକି ଜାଣି ;

ଆରଣ୍ୟକ ଶୋକ ପାଳୁଚି ଭାରତ

    ହେ ଉତ୍କଳ ମଉଡମଣି !! 


ସମୁଦ୍ରର କ୍ଷୁଧା ଉଜ୍ଜୀବିତ ପ୍ରଜ୍ଞା

    ଜୀବନର ସ୍ଵାଦ ରିକ୍ତ ; 

ଅମୃତର ଫଳ କରିଥିଲ ପ୍ରାପ୍ତ

    ପଦଧ୍ଵନି ଜୟଯୁକ୍ତ !! 


ଗୋଧୂଳିର ବାଘ ପ୍ରଭଞ୍ଜନ ମାର୍ଗ

    ଉପନ୍ୟାସ କାଳଜୟୀ ;

ବୁଲଡୋଜରସ ଭୟ ଅରଣ୍ୟ ଉଲ୍ଲାସ

    ସର୍ବଜ୍ଞାନ ଠୁଳ ଯହିଁ  !! 


ତନ୍ଦ୍ରାଲୋକର ହେ ସାହିତ୍ୟ ସାରଥୀ

     ପଞ୍ଚଭୂତେ ପ୍ରଜ୍ଞାବନ୍ତ  ;

ଆକାଶର ଇସାରା ତୁମେ ଜାଣ ପରା

     ମହାଯୋଗୀ ଅରବିନ୍ଦ !!


ସନ୍ଧାନ ସଙ୍କେତ କେତେ ଯେ ଦିଗନ୍ତ

     ରମ୍ୟ ରଚନାର ଧାରା

ସ୍ମୃତି ବିସ୍ମୃତିରେ  ଅଛି ସାରନାଥ

    ମନୋଜ୍ଞ ଆକାଶେ ପରା  !!


ବିଶ୍ଵ ଦରବାରେ ସାହିତ୍ୟ ସାଧନେ

     ସର୍ବାଗ୍ରେ ଥିଲ ହେ ରତ୍ନ  ; 

ଝୁରୁଚି ଭାରତ ଝୁରୁଚି ଏ ବିଶ୍ଵ

     ସର୍ବେ ଆଜି ମର୍ମାହତ  !!


ତଵ ଶୂନ୍ୟସ୍ଥାନ.ହେବନି ପୂରଣ

   ଭାଷାର କୋଣାର୍କ ଶିଳ୍ପୀ ; 

ଭାଷା ସାହିତ୍ୟର ବିଷ୍ଣୁ ଶର୍ମା ସତ୍ୟ

     ଆଧ୍ୟାତ୍ମିକ ମହା ଧର୍ମୀ  !! 


ସ୍ମୃତିରୁ ବିସ୍ମୃତି ହେବନାହିଁ ଛବି

    ତେଜସ୍ବୀ ପୁରୁଷ ଦେବ ;

ପଦ୍ମ ବିଭୂଷଣ ପଦ୍ମଶ୍ରୀ ଉପାଧି

    ତୁମକୁତ ଊଣା ହେବ !! 


ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଚି

     ହେଯୁଗ ପୁରୁଷ ଦେବ.  ; 

ପୁଣି ଆଉଥରେ ଜନ୍ମିଵ ଉତ୍କଳେ

     ଅତୁଟ ରହିବ ଭାବ !!


ଆହେ ପ୍ରଜ୍ଞାଦୀପ୍ତ ଶତ ପ୍ରଣିପାତ

     ସାହିତ୍ୟ ସରାଗ ମଣି ;

ଉତ୍କଳ ଜନନୀ କାନ୍ଦୁଚି ବାହୁନି

    ତଵ ଗୁଣଗାନ କରି   !!



Rate this content
Log in

Similar oriya poem from Tragedy