ଶୂନ୍ୟ
ଶୂନ୍ୟ
କାହୁଁ ଜାଣିବୁ ଗୁପତ ସନ୍ଧି,
ଶୂନ୍ୟ ପୁରୁଷ ଶୂନ୍ୟରେ ବନ୍ଦୀ,
ଶୂନ୍ୟ ପୁରୁଷ ଅଟଇ ଉଦାସୀ,
ଶୂନ୍ୟ ପୁରୁଷ ମାୟାର ବିଶ୍ଵାସି ।
ଶୂନ୍ୟ ପୁରୁଷ ଅଟେ ଦୟା ବନ୍ତ,
ଶୂନ୍ୟ ପୁରୁଷ ସର୍ବତ୍ର ସ୍ଥିତ,
ଶୂନ୍ୟ ପୁରୁଷ କରେ ନବଘଟ,
ଶୂନ୍ୟ ପୁରୁଷ ଜାଣେ ଛନ୍ଦକୁଟ, ।
ଶୂନ୍ୟ ପୁରୁଷ ଶୂନ୍ୟରେ ମାରଇ,
ଶୂନ୍ୟ ଘଟରେ ନେଇଁ ସ୍ଥାପଇ,
ଶୂନ୍ୟ ପୁରୁଷ ମହା ଖେଳ କରେ,
ଶୂନ୍ୟ କୁ ଛାଡେ ଅନ୍ୟ ଧରେ ।
ଶୂନ୍ୟକୁ ଧରି ଶୂନ୍ୟ କରେ,
ଶୂନ୍ୟେ ଶୂନ୍ୟେ ଯିଏ ଜୀବନ ମାରେ,
ଶୂନ୍ୟ ପୁରୁଷ ଖେଳାଇ ନାଟ,
ଶୂନ୍ୟ ରୂପେ ରହି ଖୋଲେ କବାଟ ।
ଶୂନ୍ୟ ମହା ଶୂନ୍ୟ ସେ ଶୂନ୍ୟ ମାୟା,
ଶୂନ୍ୟରେ କେବଳ ତା ଶୂନ୍ୟ ଛାୟା,
ଶୂନ୍ୟ ରୂପକୁ ଶୂନ୍ୟେ ଚାହିଁ,
ଶୂନ୍ୟ ହିଁ କେବଳ ସର୍ଜିଛି ବିହୀ ।
ଶୂନ୍ୟ ବାସିନ୍ଦା କୁ ଚିନ୍ତନ କର,
ଶୂନ୍ୟ ରୂପେ ଯାଇ,ସ୍ୱର୍ଗ ସୁଧାର,
ଶୂନ୍ୟ ହିଁ ଜୀବନ,ଶୂନ୍ୟ ଏ ଅଙ୍ଗ,
ଶୂନ୍ୟ ହିଁ ସର୍ବସ୍ବ , ଡ଼ଙ୍ଗାର ମଙ୍ଗ ।
