STORYMIRROR

Sushma Manjari Dash

Horror

3  

Sushma Manjari Dash

Horror

ପ୍ରେତାତ୍ମା ଓ କୋଠି

ପ୍ରେତାତ୍ମା ଓ କୋଠି

1 min
273

ଶରୀର ଓ ଆତ୍ମା ନେଇକି ସୁରୁଷ୍ଟି

                   ହୋଇଛି ମଣିଷ ଜାତି

ଆତ୍ମା ଚାଲିଗଲେ ଶରୀକୁ ଛାଡ଼ି

                   ଶରୀର ସୁଖିଲା ଟାଟି ।।

ମଣିଷ ମରିଲେ ହୁଅଇ ସେ ପ୍ରେତ

                   ଘୂରିବୁଲେ ଏକ ବର୍ଷ

ବର୍ଷେ ପୂରିଗଲେ ଯାଏ ସେହି ସ୍ଥାନ

                   ଯେଉଁଠି ପିତୃପୁରୁଷ ।।

ଏକ ବର୍ଷ କାଳ ଘୂରଇ ସିଏ ତ 

                  ଭିନ୍ନ ଭିନ୍ନ ସ୍ଥାନ ମାନ

ଭଲପାଏ ସେଠି ରହିବାକୁ ସିଏ

                  ଯେଉଁଠି ନ ଥିବେ ଜନ ।।

ଦିନସାରା ସିଏ ଲୁଚି ରହିଥାଏ

                   ଅଟଇ ତ ନିଶାଚର

ରାତ୍ରି ରେ ପଡଇ ଯିଏ ତା ହାବୁଡେ

                    ରୂପ ଦେଖେ ଭୟଙ୍କର ।‌।

ସାଧାରଣ ଭାବେ ମରଣ ଯାହାର

                   ହୁଏ ନାହିଁ ଭୟଙ୍କର

ଅପମୃତ୍ୟୁ ହୋଇ ମରେ ଯେଉଁ ଜନ

                   ହୁଏ ସିଏ ଭାରି ହିଂସ୍ର ।।

ଅଶରୀରୀ ଆତ୍ମା ଘୂରି ବୁଲୁଥାଏ

                   ପାଏ ନାହିଁ ଯମା ଶାନ୍ତି

ପ୍ରେତାତ୍ମା ସାଜି ସେ ଖୋଜି ବୁଲୁଥାଏ

                   ରହିବା ପାଇଁକି କୋଠି ।।



Rate this content
Log in

Similar oriya poem from Horror