STORYMIRROR

Surjyakanta Dash

Horror Thriller

3  

Surjyakanta Dash

Horror Thriller

ପ୍ରେତ ପ୍ରେତିନିର କୋଠି

ପ୍ରେତ ପ୍ରେତିନିର କୋଠି

1 min
167


ତୁମ ଆତ୍ମା ମୋ ଆତ୍ମା ପାଖରେ ଘୁରେ

ସବୁବେଳେ ଏପାଖରେ ସେପାଖରେ,

ଚାରିପାଖରେ ମୋର ତୁମେ ହିଁ ତୁମେ

ଏଠି ପରିତ୍ୟକ୍ତ କୋଠରୀରେ ।।

ସମସ୍ତେ ସବୁବେଳେ କୁହନ୍ତି ଆମକୁ

ଅଶରୀରି ଅତୃପ୍ତ ଆତ୍ମା ବୋଲି,

ଅନ୍ଧକାର ନିଶାର୍ଦ୍ଧ ରାତ୍ରରେ

କାଳେ ଆମେ ଦେଖ ହୁଏ ବୋଲି ।।

ଏ ଭଙ୍ଗା ଖଟଟି ଅଛି ଏଠି ମୋର

ଚିର ଚିରନ୍ତନ ଶୟନ କକ୍ଷରେ,

ତୁମେ ଖାଲି ଦୃଶ୍ୟମାନ ହୁଅ ମୋତେ

ଦୁଆର ଖୋଲିଦେଲେ କାଳେ ।।

କେହି କେହି କୁହନ୍ତି ଆମ ଘରକୁ

ଭୂତ କୋଠୀ ଆଖ୍ୟା ଦେଇ,

ପ୍ରେତ, ପ୍ରେତିନି ଘୁରି ବୁଲନ୍ତି ବୋଲି

କେହି ଯା ଆସ କରନ୍ତି ନାହିଁ ।।

ଭଲ ପାଇବାର ନିଛକ ସତ୍ୟତା କୁ

କେହି କାନ ଭୁଲିକି ପାରିବେ,

ନା ତୁମେ ମୋତେ, ନା ମୁଁ ତୁମକୁ

କଣ ଛାଡିକି ରହି କି ପାରିବା ।।

କେତେ କାଳୁ ପଡ଼ିଛି ଏ ଘର

ପରିତ୍ୟକ୍ତ ,ଆବର୍ଜନା ମୟ,

ଆମେ ଯେ ଏ ମହଲର ଭୂତ

ଆଣୁ ସମସ୍ତଙ୍କ ମନରେ ଭୟ ।।

ଭୂତ ନୁହେଁ ଆମେ ଏ ମହଲର

ସର୍ବେ ସର୍ବା , ହର୍ତ୍ତା କର୍ତ୍ତା ,

ଆମ ଭଲପାଇବାକୁ ବୁଝନ୍ତିନି କେହି

ଦେବାପାଇଁ ଚାହୁଁ ଆମେ ବହୁ ବାର୍ତ୍ତା ।।

ଇହ ସଂସାରରେ ଆମେ ନାହୁଁ ବୋଲି

ଏଠି ପ୍ରେତ, ପ୍ରେତିନୀରେ ଗଣା,

ତୁମ ଆଉ ମୋ ସମ୍ପର୍କର କୋଠି ଇଏ

କାହାକୁ ବା ନ ଜଣା ।।

ଏ ମହଲ ପଡ଼ିଛି ଖାଲି ଆମ ବିନା

ରହିଛି ପ୍ରେମର ଆମ ସାକ୍ଷୀ ,

ଜିତି ଜିତି ହାରିଗଲୁ ଏ ସଂସାରେ

ସବୁ ଏଠି ରହିଗଲା ବାକି ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror