Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Action Fantasy

4.2  

ବି. ନିରୁପମା

Action Fantasy

ପାଶେ ଥିବ ସବୁବେଳେ

ପାଶେ ଥିବ ସବୁବେଳେ

1 min
374



ତୁମ ଲାଗି ଆଜି ଗୀତ ଗାଉଛି ମୁଁ

ଏଇ ଏକତାରା ତାଳେ,

ଜୀବନ ଯୌବନ ସବୁ ସମର୍ପିଛି

ଶୋଚନା ନ କରି ତିଳେ ।


କିଏ କି କହିଲେ ନାହିଁ ମୋ ଭ୍ରୁକ୍ଷେପ

ନିନ୍ଦା ଅପବାଦ ଅବା କାହା କୋପ

ଭଲପାଇବାଟା ନୁହେଁ ଜମା ପାପ

ପବିତ୍ର ସେ ସବୁ କାଳେ ।


ତୁମ ଲାଗି ଆଜି ଗୀତ ଗାଉଛି ମୁଁ

ଏଇ ଏକତାରା ତାଳେ...


ନିଜଠାରୁ ଯେଣୁ ଲାଗ ହେ ନିଜର

ମନ ପ୍ରାଣ ତେଣୁ ଅରପିଛି ମୋର

ବିଶ୍ୱାସ ରହିଛି କରିବନି ପର

ପାଶେ ଥିବ ସବୁବେଳେ ।


ତୁମ ଲାଗି ଆଜି ଗୀତ ଗାଉଛି ମୁଁ

ଏଇ ଏକତାରା ତାଳେ...


ଯେଉଁ ସୁର ତାଳ ଅଟେ ତୁମ ପ୍ରିୟ

ସେଇ ଦିଗ ପ୍ରତି ରଖିଅଛି ଲୟ

ତୁମ ପାଇଁ ମୋତେ ଭିନ୍ନ ପରିଚୟ

ମିଳିଅଛି ଧରା ତଳେ ।


ତୁମ ଲାଗି ଆଜି ଗୀତ ଗାଉଛି ମୁଁ

ଏଇ ଏକତାରା ତାଳେ...

ଜୀବନ ଯୌବନ ସବୁ ସମର୍ପିଛି

ଶୋଚନା ନ କରି ତିଳେ ।।


Rate this content
Log in