STORYMIRROR

DEEPALI JENA

Crime

3  

DEEPALI JENA

Crime

ପାଗେଳି ହବା ଏତେ ସହଜ ନୁହେଁ

ପାଗେଳି ହବା ଏତେ ସହଜ ନୁହେଁ

1 min
201

ପାଗେଳି ହବା ଏତେ ସହଜ ନୁହେଁ 

ସ୍ଵପ୍ନକୁ ପୁଞ୍ଜିକରି ନୂଆ ସହରେ ପାଦ ଥାପିଲା ବେଳେ

ଅନ୍ଧାରର ମରୀଚିକା ଏଡାଇ, 

ସୁନେଲି କିରଣ ଦେହ ସ୍ପର୍ଶ କରିବା ବେଳେ 

କିଏ ଆସି ମୁଠାଏ କଳା ରଙ୍ଗ ମୁଁହରେ ନେସିଦିଏ.. 


ଏଇ ଏବେ ଏବେ ତ ଉଡିବା ଶିଖିଲି

ଏନ୍ତୁଡି ଶାଳରୁ ବାହାରି କୁନି ପାଦେ -

ଠୁକୁଠୁକୁ ହେଇ ଚାଲିଲି.... 

କୁନି କଣ୍ଢେଇ କାହିଁକି ହସୁନି ବୋଲି

କାନ୍ଦି କାନ୍ଦି ତଳେ ଗଡିଯାଉଥିଲି,

ଆଖିରେ କଳା ରଙ୍ଗ,ଓଠରେ ନାଲି ରଙ୍ଗ ମାଖି

ଦୁନିଆ ଦେଖିବାକୁ ବାହାରିଥିଲି, 


ହେଲେ କାହାର ସେ ସହସ୍ର ଶକ୍ତି ଥିବା ବାହୁତଳେ 

ଏ ସୂକ୍ଷ୍ମ ଶରୀରଟି ଦଳି ଚକଟି ହେଇଗଲା 

ଯିଏ ଏ କାମ କରିଗଲା ସେ ଏ ଦୁନିଆରେ ମହାପୁରୁଷ 

ହେଲେ ଆଜି ମୁଁ ଡ଼ହଡହ ନିଆଁରେ ସତୀତ୍ଵ ବଖାଣୁଚି


ଦେଖ ମୁଁ କିଛି କରିନି,

ମୁଁ ପାଗେଳି ନୁହେଁ, ମତେ ବାହାର କରି ଦିଅନି ,

ଏ ସବୁ ବା ଆଉ କେତେ କହିବି ଶିଖିତ ସମାଜ ଆଗେ 

ତାରି କଲମରେ ତ ମୋତେ ଅସତୀ ର ଆଖ୍ୟା ଦେଲା, 

ତାରି କଲମର ମେଞ୍ଚେ କଳା ରଙ୍ଗ ମାଖିଦେଲା... 

ଆଉ ଏ ସମାଜ ଧର୍ଷିତା ନାରୀର ଷ୍ଟାମ୍ପ ଦେଇ 

କାଗଜରେ ଛାପିଲା, 

ପରେ ପରେ ହ୍ୱାସଅପ୍, ଫେସବୁକ୍ ରେ 

ଫଟୋ ଭାଇରାଲ କରାଗଲା, 

ନୂଆ ଦୁନିଆ ଦେଖିବା ପୂର୍ବରୁ ତା ଦୂନିଆ ହିଁ ଅନ୍ଧାର ହେଇସାରିଥିଲା...... ।


 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime