ନମାମି ତଵ ପୟରେ
ନମାମି ତଵ ପୟରେ
ବନ୍ଦେ ଗୁରୁମାଆ ତୁମ ଚରଣାରବିନ୍ଦେ
ଅମା ଅନ୍ଧକାରୁ ଆଣିଛ ବାହାରେ
ପ୍ରେମ ଦୟା କ୍ଷମା ସଦିଚ୍ଛା ଶୁଭେଚ୍ଛା
ହୃଦୟେ ଭରିଛ କରୁଣାର ଧାରେ I
ମାତୃ ରୂପେ ସଂସ୍ଥିତା ତୁମେ ଯୁଗେ ଯୁଗେ
ପ୍ରଥମ ଶିକ୍ଷୟିତ୍ରୀ ତୁମେ ସମାଜ ବୁକୁରେ
ଢାଳେ ମୁଁ ପ୍ରଣତି ମାତ ମଥା ନଇଁ ନିତି
ଦିଅ ଦିବ୍ୟ ଜ୍ଞାନ ତୁମକୁ ନିବେଦନ କରେ I
ହେ ଶିକ୍ଷା ଗୁରୁ ତୁମେ ମଙ୍ଗଳ ମୟ
ତୁମେ ବ୍ରହ୍ମI ତୁମେ ବିଷ୍ଣୁ ତୁମେ ମହେଶ୍ୱର
ତୁମ କୃପାବିନୁ ଏ ଜୀବନ ଅସାର
ତୁମେ ଦିବ୍ୟଜ୍ୟୋତି ଜ୍ଞାନର ଆଲୋକ
ସଂସାର ତରୀରେ ତୁମେ ଶ୍ରେଷ୍ଠ ନାବିକ I
ଜ୍ଞାନର ଭଣ୍ଡାର ତୁମେ ସୁଵିଚାର ମାର୍ଗ
ଶିଷ୍ୟ ଅଟେ ତୁମ ନିଜସ୍ୱ ସମ୍ପତି
ଚରିତ୍ର ବ୍ୟକ୍ତିତ୍ୱ ଗଢ଼ା ତୁମରି ନିଷ୍ପତ୍ତି
ତୁମ ମଳୟ ପବନରେ ଶିଷ୍ୟ ପାଏ ଜ୍ୟୋତି I
ହେ କରୁଣା ମୟ ଦିବ୍ୟ ଗୁରୁ ମୋର
ଶାନ୍ତି ମୁକ୍ତି ଦାତା ତୁମେ ମୋ ପ୍ରଗତି ପଥର
ନାହିଁ କିଛି ଦେବାକୁ ମୋର ଦକ୍ଷିଣା ସ୍ୱରୂପ
କ୍ଷମା କରିଦିଅ ଶିଷ୍ୟକୁ ଆଜି ଏହି ଭିକ୍ଷା ପୟର I
