STORYMIRROR

Dr. Rajib Lochan Panigrahy

Romance Classics Fantasy

4  

Dr. Rajib Lochan Panigrahy

Romance Classics Fantasy

ପ୍ରିୟା ତୁମେ ଚାଲିଗଲ

ପ୍ରିୟା ତୁମେ ଚାଲିଗଲ

1 min
311

ତୁମେ ଆସିଥିଲ

ଏଇ କେତେ ଦିନ ହେଲା

ମୋ ଜୀବନେ,

ନେଇ କେତେ ଉନ୍ମାଦନା

କେତେ ଉଲ୍ହାସ

ପୁଣି କେତେ ଉଦ୍ଦୀପନା,

ଦେଇଛ ପୁଣି କେତେ

ବିଶ୍ୱାସ, ଆଶା, ଆକାଂକ୍ଷା,

କେବେ ଦେଇଛ ପୁଣି

କେତେ ଅବିଶ୍ୱାସ

ଦୁଃଖ ଓ ଯାତନା,

ସେ ସବୁକୁ କରିଛି ଅନୁଭବ

ଦେଇଛ ତୁମେ

କେତେ ଅନୁଭୂତି,

କେତେ ଦୁଃଖ, କ୍ଳେଶ 

କରିଛ କେତେ ବିଡମ୍ବନା,

କେବେ ଝରିଯାଇଛ

ଚକ୍ଷୁ ଯୁଗଳରୁ ଧାର ଧାର

ଉଷ୍ମ ଜଳ ଧାରରେ,

ତୁମେ ଚାଲିଲ ଆଗକୁ

ସମୟ ଧାରାରେ,

ଦିନ ରାତି କଟିଛି ଅନେକ

ତୁମ ର ସାଥିରେ,

ତୁମେ ଲେଖି ହୋଇଗଲ ପ୍ରତ୍ୟହ 

କେଲେଣ୍ଡର ପୃଷ୍ଠାରେ,

ପୃଷ୍ଠା ପରେ ପୃଷ୍ଠା

ଓଲଟାଇ ଚାଲିଲ ଏମିତି,

ହେଇ ଲାଗେ ଏବେ ପରି

ଆସିଥିଲ ଦିନେ ନୁଆଁ ହୋଇ

ଚାଲିଗଲ କେବେ

ନ ପାରିଲି ଜାଣି,

ହସ କାନ୍ଦର ପୁସ୍ତକ ବନ୍ଦ କରି

ଯାଇଛୁ ଚାଲି,

ଦେଇଛ ଖାଲି ସ୍ମୃତି ଅନୁଭୂତି

ରାତି ପହିଲା ବେଳକୁ

ଆଉ ତ ନ ଥିଲ,

କନ୍ଥରେ ହୋଇଛ ଟଙ୍ଗା

ନୁଆଁ ଏକ ପ୍ରେମିକା ର

ଜୀଵନ ପୃଷ୍ଠା ରେ ,

ସମୟ ଆସିଛି

ତାକୁ ଓଲଟାଇବାକୁ,

ରଖେ ଆଶା

ସେ ଦେବ ନିଶ୍ଚେ

ଆଶା ଆକାଂକ୍ଷା ସଫଳତା |


Rate this content
Log in

Similar oriya poem from Romance