ଆମ ଗଣତନ୍ତ୍ର ଦିବସ
ଆମ ଗଣତନ୍ତ୍ର ଦିବସ
କେତେ କଷ୍ଟ ସହି ଇଂରେଜ ତାଡନାକୁ
ନ ଡରି ଦେଶର ପ୍ରେମୀ
ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ
ଗୋରା ଶାସନରୁ ସବୁଦିନ ପାଇଁ
ମୁକ୍ତ ହେଲା ମାତୃଭୂମି ।
ପରାଧିନତାର ବେଡ଼ି ଫିଟିଗଲା
ସେହିଦିନ ଉଣେଇଶ ସତଚାଳିଶି
ଅଗଷ୍ଟ ମାସର ପନ୍ଦର
ରାଷ୍ଟ୍ରୀୟ ଧ୍ଵଜ ଆମର ତ୍ରରଙ୍ଗା ଉଡିଲା
ଆକାଶରେ ଫରଫର।
ଭାରତ ମାତାର ହେଲା ଜୟ
କିପରି ଆଗକୁ ଦେଶ ଯେ ଚଳିବ
ମନରେ ଆସିଲା ଭୟ ।
ବାବା ସାହେବ ଆମ୍ବେଦକରଙ୍କ ପ୍ରଚେଷ୍ଟା
କାମ ଦେଲା ପରିଶ୍ରମ
କେଉଁ ନିୟମେ ଚଳିବ ଦେଶ ଯେ ଆମର
ଲେଖା ହେଲା ସମ୍ବିଧାନ ।
ଜାନୁୟାରୀ ଛବିଶି ଉଣେଇଶ ପଚାଶରେ
ଏହା ହେଲା କାର୍ଯ୍ୟକାରୀ
ସେହଦିନଠାରୁ ଗଣତନ୍ତ୍ର ଦିବସ ପାଳିଲୁ
ହାତରେ ତ୍ରିରଙ୍ଗା ଧରି ।
ଆମ ଦେଶ ଆଜି ଗଣଙ୍କ ଶାସନ
ନାମ ତାର ଗଣତନ୍ତ୍ର
ଗଣଙ୍କ ଦ୍ଵାରା ଯେ ଦେଶ ଚଲେ ଆଜି
ଶେଷ ହେଲା ରାଜତନ୍ତ୍ର।
ଆମରି ଶାସନ ଆମେ ଚଲାଉଛୁ
ହୋଇ ଦେଶେ ନିର୍ବାଚନ ।
ଗଣତନ୍ତ୍ର ଆଜି ସାର୍ବଭୌମତ୍ୱର ଶାସନ
ଅସମତା ନାହିଁ ସ୍ଥାନ।
