STORYMIRROR

SUJATA DAS

Abstract Action Fantasy

4  

SUJATA DAS

Abstract Action Fantasy

ଜୀବନ

ଜୀବନ

1 min
393


ମାନ ଓ ସମ୍ମାନ 

   ପ୍ରତିଷ୍ଠା ସୁନାମ  

     ଯେତେ ଅରଜିଲେ ବନ୍ଧୁ, 

ଆଖିବୁଜିଦେଲେ 

   ହଜିଯିବ ସବୁ 

    ଅମାସ୍ୟାରେ ଯେହ୍ନେ ଇନ୍ଦୁ ।


ମଲା ଗଲା ବୋଲି 

   କାନ୍ଦିବେ ଦିଘଡି 

     ସ୍ମରିବେ ସୁକାର୍ଯ୍ୟ ଯେତେ 

ଏକାଦଶହରେ 

   ମୃତଭୋଜି ଖାଇ 

     ଭୁଲିଯିବେ ମନ ତୋତେ ।


ବାର ଦିନ ଦିନ  

   ବାର ପତ୍ର ପରେ 

     ବନ୍ଧୁ ସବୁ ଯିବେ ଚାଲି 

ଘର ପରିବାର 

   ଭୁଲିଯିବେ ତୋତେ 

     ତେର ଦିନ କର୍ମ ସାରି ।


ମୋର ମୋର ବୋଲି 

   ଆବୋରି ଥିଲୁ ଯା 

     ହେଇଯିବ ସାତପର 

ହଜିଯିବ ସବୁ 

  ଧନ ସମ୍ପତ୍ତିରୁ 

     ଥିଲା ଯେତେ ଅଧିକାର ।


ଥିଲେ ଯିଏ ତୋର 

   ଅତି ଆପଣାର 

     ସମ୍ପତ୍ତି ଖୋଜିବେ ଭାଗ 

କେତେ ସଞ୍ଚିଛୁତୁ 

   ଆଜୀବନ ଅର୍ଜି 

     କମିଗଲେ ଦେବେ ଦାଗ ।


ଉଡିଗଲେ ପକ୍ଷୀ 

   ଫେରି ଆସେ ନାହିଁ 

     ପୁରୁଣା ନୀଡ଼କୁ ତାର 

ଲୋଭ ମୋହ ମାୟା 

   ଦୂରେ ଫିଙ୍ଗି ଦେଇ 

     ଈଶ୍ୱର ନାମକୁ ସ୍ମର ।



Rate this content
Log in

Similar oriya poem from Abstract