STORYMIRROR

Prahallad Sahoo

Tragedy Classics Fantasy

4  

Prahallad Sahoo

Tragedy Classics Fantasy

ଯୋକର

ଯୋକର

1 min
240

ହସି ଦେ, ହସି ଦେ ଆଉଥରେ ଯୋକର 

ଜୀବନ ନାଟକର ପ୍ରଥମ ଅଙ୍କର ଶେଷ ଦୃଶ୍ଯ 

ଅବା ଶେଷ ଅଙ୍କର ପ୍ରଥମ ଦୃଶ୍ଯ ର 

ସେ ହାସ୍ୟ ଚରିତ୍ରର ହାସ୍ୟରସାତ୍ମକ ହସ।


ପ୍ରଥମ ଅଙ୍କର ପ୍ରଥମ ଦୃଶ୍ଯ -

ସତ୍ଯ, ଶିବ, ସୁନ୍ଦର;

ଶେଷ ଅଙ୍କର ଶେଷ ଦୃଶ୍ଯ -

ଚିରନ୍ତନ, ସାସ୍ବତ, ସଦାନନ୍ଦ;

ଏ ଦୁଇ ଅଙ୍କର ଏ ଦୁଇ ଦୃଶ୍ଯ - 

ପ୍ରାକୃତିକ, ସୌନ୍ଦର୍ଯ୍ଯମୟ, ସୃଜନାତ୍ମକ;

ସେଠି ନଥାଏ ଖଚମିଛର ଆଧାର,

ଅପ୍ରାକୃତିକ ଜୀବନ ସମ୍ଭାର, 

କୃତ୍ରିମ ଅଭିନୟର କଳାକାର। 


ହସି ଦେ, ହସି ଦେ ଯୋକର୍ ପୁଣିଥରେ - 

ଏଠି ଆଉ ପୌଷ, ମାଘେ ଶୀତ ଲାଗୁ ନାହିଁ

ଆଷାଢ, ଶ୍ରାବଣ ମାସେ ଫାଟୁଛି ଟାଙ୍ଗର ଭୂଇଁ

ସତ ଏଠି ଥକି ଯାଏ ମିଛ ପଛେ ଧାଇଁ ଧାଇଁ 

ମିଛର ପ୍ରକୋପ ଅଧିକ ସମସ୍ତେ ତାକୁ ନମଇ।


ଅଭିନ୍ନକିଶୋର ଏକ ରଙ୍ଗ ମଖା କଳାକାର 

ବଞ୍ଚି ବଞ୍ଚେଇବାର ସମ୍ମୋହନ ପ୍ରେରିତ କରେ 

ହସି ହସାଇବାକୁ ଏ ମିଛ ମାୟା ସଂସାର,

ବିଦ୍ଯାଳୟ ଓ ମହାବିଦ୍ୟାଳୟରୁ ଆରମ୍ଭ ହୁଏ

ଅଭିନୟ ଭରା ଜୀବନ ଏକ କଳାକାରର

ଶେଷ କେଉଁଠି କିଏ ବା ଜାଣିଛି 

ଏଠି ନର ମାୟା ନାରାୟଣଙ୍କୁ ଅଗୋଚର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy