ସମୟ ପକ୍ଷୀ
ସମୟ ପକ୍ଷୀ
ଜୀବନ ଜଳାଶ୍ରୟ ଶୁଖି ଶୁଖି ଗଲା ପରେ ,
ଆଶ୍ରୟ ନେଇଥିବା ସବୁ ଜଳଚର ପ୍ରାଣୀ ଅପସରି ଗଲେll
ନା ପଦ୍ମ ହସେ ନା କଇଁ ଫୁଲ ଆଉ ଫୁଟେ ,
ଏକା ଏକା ନୀରସ ଶୁଷ୍କ ଜୀବନ ଟା, ହାହାକାର କରି ଉଠେ ll
ନା କାନ୍ଦି ପାରେ ନା ହସି ପାରେ, କହିବା ପାଇଁ ବି କିଛି ନଥାଏ ,
ସେବେ ଆର୍ତ୍ତରେ, ଆଶାୟୀ ଦୃଷ୍ଟିରେ ଉର୍ଦ୍ଧକୁ ଯେବେ ଚାହେଁ ll
ନିଜକୁ ସମ୍ବରଣ କରି ନପାରି, ଆକାଶ ଟା ଫିକ୍ ଫିକ୍ ହସି ଦିଏ l
କିଛି ଅନୁକମ୍ପା, କିଛି ଟା ତାତ୍ସଲ୍ୟ, ଭରି ରହିଥାଏ ତାର ହସେ ll
ତୋର ଆବଶ୍ୟକତା ଆଜି ଆଉ କାହାରି ପାଖରେ ନାହିଁ ,
ଯେଝା ବାଟେ ଯେଝେ ଚାଲିତ ଗଲେଣି, ମିଛେ ବସନା ତୁ ବାଟ ଚାହିଁ ll
ହଁ ଖାଲି ଏତିକି ସାନ୍ତ୍ଵନା ଦେଇ ଯେ ପାରିବି, ଏ ଋତୁ ନିଶ୍ଚେ ବଦଳିଯିବ ,
ପୁଣି ବର୍ଷା ହେବ, ଝର ଝର ଜଳେ ଅନ୍ୟ ଏକ ପୁଷ୍କରିଣୀ ପୁରିଯିବ ll
ଫେରି ଆସିବେ ପୁଣି ସବୁ ପ୍ରାଣୀ ଉତ୍ସାହ ଉଲ୍ଲାସେ କରିବେ ସେ କଳରବ ,
କିନ୍ତୁ ତୋ ଅସ୍ତିତ୍ଵ ନଥିବ ତ ସେଠି, ଭୋଗିବାକୁ ସେମାନଙ୍କ ସକ୍ଷଦାନ ll
