STORYMIRROR

Keshab Chandra Dash

Classics Fantasy Others

4  

Keshab Chandra Dash

Classics Fantasy Others

ଆସିଥିଲି ପ୍ରଭୁ

ଆସିଥିଲି ପ୍ରଭୁ

1 min
253

ଆସିଥିଲି ପ୍ରଭୁ ଆଜିର ଦିନରେ 

ତୋର ଦରଶନ ପାଇଁ 

ଦେଖି ପ୍ରଭୁ ତୋର କଳା ଯେ ଶ୍ରୀମୁଖ

ମନରୁ ଯେ ଲିଭୁନାହିଁ ।


ବହୁ ଦିନରୁ ଠକି ଚାଲିଥିଲି 

ଯିବି ବୋଲି ତୋ ଦୁଆରକୁ 

ମୁଁ କିନ୍ତୁ ନିର୍ବୋଧ କିପରି ବୁଝିବି

ସବୁ ଲୀଳା ତୋର ସବୁ ।


ତୋ ଡୋରି ନ ଲାଗିଲେ ପ୍ରଭୁ

ହେବ ଆଉ କି ତୋର ଦରଶନ ?

ସମୟ ନ ଆସିଲେ ହେବନି ଡାକରା

ଯେତେ ଥିଲେ ନିଜ ମନ ।


ଆହୋଭଗ୍ୟ ମୋର ଭାବୁଛି ମୁଁ ଆଜି

ଦର୍ଶନ ଦେଇଛୁ ସତେ !

ଏ ପାପୀ ଜୀବନ ପବିତ୍ର ହୋଇଛି

ଦୟା କରିଥିବୁ ମୋତେ।


ଯାହା ମୁଁ କରଇ , ଯାହା ମୁଁ ଚିନ୍ତଇ 

ସବୁ ଯେ ତୁମରି ଆଶିଷ

ମାଗୁଣି ଏତିକି ନାମ ତୋର ଜପି

ଜୀବନଟା ହେଉ ଶେଷ।



Rate this content
Log in

Similar oriya poem from Classics