ତୁଠ କାଦମ୍ବିନୀ
ତୁଠ କାଦମ୍ବିନୀ
କଳା କେଶ ଗହଳରେ
ହସି ଉଇଁଚି ମୋ
ଚନ୍ଦ୍ରବଦନିର ଚନ୍ଦ୍ର ମୁହଁ,
ମୁଁ ଶଶକ ପ୍ରେମିକ ହେବି
କଳଙ୍କର ଟୀକା
ଚୁମ୍ବି ସେ ଚନ୍ଦ୍ର କପୋଳ l
କମଳ କରରେ ରଖି
ଚନ୍ଦ୍ର ଚିବୁକ
କି ଭାବୁଛ ସଖୀ କହ,
ଭାବୁଛ କି କେବେ
ତମ ଏ ଚାତକ
ମେଣ୍ଟାଇବ ତୃଷା
ପିଇ ତମ ଝରଣାର ଜଳ l
ମୋ ଏଣୀନୟନା
ତମ ତିଳ ଫୁଲ ନାସା
ତମର ସେ ଜବା ଓଠ,
କୋଟି ଲଳନାରେ
ତମେ ତିଳୋତ୍ତମା
ତମେ ଯମୁନାର ତୁଠ ll

