STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ଆସୁଛି ମକର

ଆସୁଛି ମକର

1 min
389


ଜାଗତିକ ଖେଳ ଗାଣିତିକ ଧାରା ପ୍ରମାଣେ

ରାଶିରୁ ରାଶି ସୂର୍ଯ୍ୟ ସଂକ୍ରାନ୍ତିରେ ସଂକ୍ରମଣେ

ପ୍ରକୃତିର ରୂପ ବଦଳେ,

ଜନ୍ମ ଜାତକରେ ବଦଳେ ସମୟ

ଫଳ କର୍ମାନୁସାରେ ମିଳେ,

ସମୟ ଏମିତି ବଦଳେ ।।

         

ଦୁଇଟି ଅୟନ ଦକ୍ଷିଣ ଉତ୍ତର ଗତିରେ

ଏକ ବର୍ଷ ବିତେ ପଦ ପାତେ ଛଅ ଋତୁରେ

ଜାଗତିକ ଖେଳେ ପ୍ରକୃତି,

ବିଭିନ୍ନ ଋତୁରେ ବିଭିନ୍ନ ପରବ

ଯୋଗାଏ ପ୍ରେରଣା ଶକତି,

ମିଳଇ ଗତି ପରାଂଗତି ।।

         

ଉତ୍ତରାୟଣରେ ସପ୍ତାଶ୍ଵ ବାହିତ ରଥରେ 

ଉତ୍ତର ଗୋଲାର୍ଦ୍ଧେ ଦ୍ୟୁମଣି ମକର କ୍ରାନ୍ତିରେ

ତେଜମୟ ହେବ ଧରିତ୍ରୀ,

ଏଥର ଫୁଟିବେ ପଦ୍ମ କୁମୁଦିନୀ

ଆସିଲା ମକର ସଂକ୍ରାନ୍ତି,

କରିବ ବସନ୍ତ ରାଜୁତି ।।

        

ଆଜି ଦିନ ରାତି ସମୟ ସମାନ ସମାନ

ମାର୍ତ୍ତଣ୍ଡ ରୂପରେ ବିଜୟ ହେବେ ବିରୋଚନ

ପ୍ରଚଣ୍ଡ ତାଙ୍କର ଶକତି,

ସୁସ୍କ ହେବ ଜଳ ରଚିବ ସେ ମେଘ

ବାଜେ ବିଜୟ ବୈଜୟନ୍ତି,

ପ୍ରକୃତି ନିୟମ ଏମିତି ।।

    

ନୀଳାଚଳେ ଜଗନ୍ନାଥ ଦେବ ଅଭିଷେକରେ

ଗଜପତି ଅଭିଷେକ ପର୍ବ ରାଜ ବାଟୀରେ

ପଞ୍ଜିକା ବର୍ଣ୍ଣନ ବୈଦିକ,

ରୀତିରେ ମୋ ଜାତି ଜାତୀୟ ଜୀବନେ

ଜନ୍ମାଏ ଐଶ୍ଵରୀୟ ଭାବ,

ବଦଳେ ଜୀବନ ସ୍ଵଭାବ ।।

        

ମକର ହୋଇବ ପ୍ରସାଦ ଅମୃତ ଦରବେ

ଭୁଞ୍ଜିବେ ସେ ଭୋଗ ନୀଳାଚଳ କଳା ସାଆନ୍ତେ

କଦଳୀ ଅରୁଆ ଚାଉଳ, 

ନାରୀକେଳ,ଖଣ୍ଡ,ସର,ଘିଅ,ମହୁ 

ହୁଅଇ ମକର ଚାଉଳ,

ପୀୟୂଷ ଠୁ ବଳି ରୁଚିର ।।

    

ସର୍ବ ଦେବା ଦେବୀ ଅଭିଷେକ ପର୍ବ ସବୁଠି

ସୂର୍ୟ୍ୟ ନାରାୟଣ ଆରାଧନା ପୂଜା ପଦ୍ଧତି

ବୈଦିକ ଶାସ୍ତ୍ରୀୟ ସଂହତି,

ଏଇତ ଆମର ଜାତୀୟତା ଭାବ

ଏଇ ଅଟେ ଆମ ସଂସ୍କୃତି,

ଏ ଅଟେ ଜାତୀୟ ପିରତୀ ।।

    

ମହା ସମାରୋହେ ମହା ଆଡମ୍ଵରେ ପାଳିବା

ଆମ ଦେଶ ଜାତି ସାହିତ୍ୟ ସଂସ୍କୃତି ବଡିମା

ଐତିହ ଆଗାମି ଦିନର, 

ଗଠନେ ଏଲଗ୍ନ ମୂଳଦୁଆ ସମ

ଶପଥ ଦିବସ ମକର,

ଶପଥ ନିଅରେ ନିକର ।।

   

ନବ ଉର୍ଜାର ଆବିଷ୍କାରକ (ସ୍ଵାମୀ ଶ୍ରୀ) ବିବେକାନନ୍ଦ

ଫକୀର ମୋହନ ବ୍ୟାସକବି ଜନ୍ମ ଉତ୍ସବ

ମହା ପବିତ୍ର ଏ ଦିବସ,

ଏମିତି ପବିତ୍ର ଲଗ୍ନରେ ଆମେରେ

ପୁଜିବା ନୂତନ ସୂରୁଯ,

ଗଢିବା ସୁନ୍ଦର ସମାଜ ।।

   

 ବକର ହେଉ ଦାରିଦ୍ର୍ୟ ସବୁ ଦୁଃଖ ଯାତନା

ଯେମିତି ପ୍ରକୃତି ବସନ୍ତରେ ଶୀତ ଯନ୍ତ୍ରଣା

ଭୁଲି ଯାଇଥାଏ ସେମିତି,

ଯାଉ ଦୁଃଖ ଶୋକ ରୋଗ ବୈରାଗ

ଭରିଦେଉ ପ୍ରେମ ଭକତି,

ଆଲୋକ ବୈଦିକ ଶକତି ।।

    

ସ୍ଵଂୟ ସୂର୍ଯ୍ୟ ଦେବ ସକଳ ଶକ୍ତିର ଆଧାର

ହରଣ କରନ୍ତି ଅଜ୍ଞାନ ତମସା ଅନ୍ଧାର

ପ୍ରଣାମ ଘେନ ସହସ୍ରାଂଶୁ,

ତବ ସଂକ୍ରମଣ ପବିତ୍ର ଉତ୍ସବ 

ନବ ସମ୍ଭାବନା ରେ ଆସୁ,

ସ୍ଵାଗତଂ ଆସ ବିଭାବସୁ ।।


 














Rate this content
Log in

Similar oriya poem from Fantasy