STORYMIRROR

Harekrushna Deb Sahoo

Classics Fantasy Inspirational

4  

Harekrushna Deb Sahoo

Classics Fantasy Inspirational

ନାରୀ ହୃଦୟ

ନାରୀ ହୃଦୟ

1 min
296

କୋମଳ କମଳ ସମାନ

କେବେ ହୁଏ ନା କଠିଣ,

ହୃଦୟ ଯାହାର ନରମ

ସେ ନାରୀ ମା' ସମାନ ।

ନାରୀ ହୃଦୟ ଗଭିରତା 

ଦୟା କ୍ଷମା ମାପକାଠି, 

ହୃଦୟ ଯାହାର ତରଳ

ସେ ନାରୀ ଭଗିନୀ ସମାନ। 

କୁସୁମ ସୁଗନ୍ଧ ମଳୟ ମହକ

ଝରେ ହୃଦୟରୁ ମକରନ୍ଦ ନିତ୍ୟ, 

ହୃଦୟ ଯାହାର ମନ୍ଦିର 

ସେ ନାରୀ ମା' ମୋର ।

ଯେ ଶିଳା କଠିଣ ବହୁତ

ତାହା ପ୍ରତିମା ରୂପେ ପୂଜିତ, 

ଯାହା ମନ୍ଦିରରେ ପ୍ରତିଷ୍ଠିତ 

ସେ ନାରୀ ଦେବୀ ସମାନ ।

ଯା ଦେବୀ ସର୍ବ ଭୂତେଷୁ

ଶକ୍ତି ରୂପେଣ ଶଂଷ୍ଠିତା, 

ନମତସୈ ନମତସୈ

ନମତସୈ ନମୋ ନମୋ ।।'

ଗଢା ସ୍ନେହ ପ୍ରେମ ପ୍ରକୃତି 

ମଣିଷ ରକ୍ତ ମାଂସରେ ଯାହା,

ହୃଦୟ ନିର୍ମଳ କୋମଳ ଗଭୀର 

ସେ ନାରୀ ରତ୍ନ ସମାନ। 

ଦେବୀ ଦୁର୍ଗା ନାରାୟଣୀ 

ଲକ୍ଷ୍ମୀ ପାର୍ବତୀ ସରସ୍ୱତୀ କଲ୍ୟାଣୀ,

ସବୁଜ ଶ୍ୟାମଳ ଜନନୀ ଧରଣୀ 

ସେ ନାରୀ ପୃଥିବୀ ସମାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics