ପ୍ରିୟା-୪୪
ପ୍ରିୟା-୪୪
ଶୁଣି ଥିଲି ଥିଲେ
ଅନିନ୍ଦ୍ୟ ସୁନ୍ଦରୀ
ଜନକ ନନ୍ଦିନୀ ସୀତା ,
ଅଲିଅଳୀ କଳି
ଅତି ସୁକୁମାରୀ
ଦେବ ଅଂଶୀ ଋଷି ସୂତା ।
ରୂପେ ମୁଗ୍ଧ ହୋଇ
ପଣ କଲେ ପିତା
ଭାଙ୍ଗିବ ଯେ ଶିବ ଧନୁ ,
ସେହି ପୁରୁଷକୁ
ଦେବେ କନ୍ୟା କର
ନୁହେଁ ଆନ ତା'ବିନୁ ।
ଦ୍ବାପରେ ଦ୍ରୌପଦୀ
ପାଇବା ପାଇଁକି
ବିନ୍ଧିବାକୁ ହେଲା ଲାଖ ,
ରୁକ୍ମଣୀ ପାଇଁ
ରଣ କ୍ଷେତ୍ର ହେଲା
ପ୍ରାଣ ଦେଲେ ଲକ୍ଷ ଲକ୍ଷ ।
ତମେ ତାଙ୍କଠୁ ସୁନ୍ଦର ଲାଗ ,
ସେଥି ପାଇଁ ପ୍ରିୟା
ମନେ ଜାଗେ ଶଙ୍କା
ପ୍ରେମ ଲାଗେ ବଇରାଗ ।
ନାହିଁ ଶିକ୍ଷା ଦୀକ୍ଷା
ନାହିଁ ଯଶ କୀର୍ତ୍ତି
ନାହିଁ ଧନ ଦୌଲତ ,
ଭାବନାରେ ହଜେ
ସପନରେ ଖୋଜେ
ତୁମ ପ୍ରେମେ ଶରାହତ ।
ତୁମ୍ଭ ପିତା କିସ
ରଖିଛନ୍ତି ପଣ
ପାଇବାକୁ ତୁମ ପ୍ରୀତି ,
ପ୍ରୀତି ମୋର ପ୍ରିୟା
ଅସରା ପସରା
ତୁମ ବିନା ନାହିଁ ଇତି ।
ତୁମେ ନନ୍ଦନ ବନର ପାରିଜାତ ପୁଷ୍ପ
ସପନ କାନନେ ରତି ,
କୁହ , ପାଇବି କି ତୁମ ପ୍ରୀତି ?
ପ୍ରିୟା ।

