ତୁମ ଗାଆଁରେ ମୋ ସକାଳ
ତୁମ ଗାଆଁରେ ମୋ ସକାଳ
ଚନ୍ଦ୍ରଉଦିଆ ରାତ୍ରୀ ନିଶିଥରେ
ଦେଖି ଦେଖି ରୂପା ଜହ୍ନ
ଉଜାଗରେ ନିତି ବିତୁଥିଲା ରାତି
ସ୍ବପନରେ ହୋଇ ମଗ୍ନ ।
ଭାଙ୍ଗିଗଲା ନିଦ ସପନର ଶେଷେ
ଫେଡିଲି ଦୁଇ ନୟନ
କଲି ଆବିଷ୍କାର ନିଜକୁ ଯେବେ ମୁଁ
ଭୁଲିବିନି ସେହିଦିନ ।
ବେଳା ଶୁଭଲଗ୍ନେ ଫାଟିଲା ସିନ୍ଦୂରା
ଉଦୟ ହେଲେ ଅରୁଣ
ଉକୁଟି ଉଠିଲା ପୂର୍ବାଶା ଅଧରେ
ସ୍ବର୍ଣିମ ଉଜ୍ଜ୍ବଳ ବର୍ଣ୍ଣ ।
ମଧୁଛନ୍ଦେ ଯେବେ ମନ ଛନ୍ନଛନ୍ନ
ଆନନ୍ଦେ ମଗ୍ନ ବିଭୋର
ଗୁଞ୍ଜୁଥିଲା ପ୍ରାଣେ ଜୀବନ ସଙ୍ଗୀତ
ମୂର୍ଚ୍ଛନା ସୁମଧୁର ।
ପଣତ ଉହାଡେ ମୁଖ ହସହସ
ଲାଜଲାଜ ତୁମ ମୁହଁ
ତୁମ ଗାଆଁରେ ମୋ ସକାଳ ଆରମ୍ଭ
ସୌଭାଗ୍ଯ ଅରୁଣୋଦୟ ।

