STORYMIRROR

Debadatta Jena

Horror Tragedy Thriller

3  

Debadatta Jena

Horror Tragedy Thriller

ନିଶବ୍ଦ ଯନ୍ତ୍ରଣା

ନିଶବ୍ଦ ଯନ୍ତ୍ରଣା

1 min
320

     

କିଏ କହେ ଅଶରୀର ତୁ 

ଶରୀର ତୋ ଆପାଦମସ୍ତକ 

କିଏ କହେ ହୃଦୟ ହୀନ ତୁ 

ହୃଦୟ ତୋ ବିବର୍ଣ୍ଣ ବିଦୀର୍ଣ୍ଣ ।

ପାଦ ନାହିଁ, କ୍ଷିପ୍ର ଗତି

ନହକାସି ହସ୍ତରେ ତୋ 

ନିଶୁଣିର ନକ୍ସା ତାଳୁରୁ ତଳିପା, 

କଣ୍ଟକିତ ଅବୟବ, ଦୃଷ୍ଟି 

ଭୂଲୋକରୁ ଗୋଲକ ।

ରୂପ ନାହିଁ, ଅପରୂପ ଦୃଷ୍ଟି 

ବିଭତ୍ସ ବିକଟାଳ ଏ ସୃଷ୍ଟି, ସ୍ଥିତି 

ଅସ୍ପଷ୍ଟରୁ ସ୍ପଷ୍ଟ ପ୍ରଳୟର ସୀମା 

ସସୀମରୁ ଅସୀମ ତୋ ପହଂଚ ।

କାଳ ଵିକାଳ ଚେହେରା

ସର୍ବବ୍ୟାପି ବିଦ୍ୟମାନ 

ବିଷର୍ଣ୍ଣ ଜରାଜୀର୍ଣ୍ଣ କାୟା 

ଅଵର୍ତମାନରୁ ବର୍ତ୍ତମାନ !

କିଏ କହେ ମନ ନାହିଁ, 

ପ୍ରପଞ୍ଚ ତୋ ମାୟା, ଅବକ୍ଷୟ 

ଅଦୃଶ୍ୟ ଦୃଷ୍ଟିରେ ଅସ୍ତ୍ର, ଶସ୍ତ୍ର 

ନିଅସ୍ତ୍ରେ କରୁ ବିଭତ୍ସ ହତ୍ୟା 

ଅନ୍ତହୀନ ଆର୍ତ୍ତନାଦ

ବିକ୍ଷିପ୍ତ ଏ ଧରାବକ୍ଷ 

ଶବ୍ଦହୀନ ଏ ନିଶବ୍ଦ ଯନ୍ତ୍ରଣା ।

ଭୟଙ୍କର ଭାଇରସ ତୁ 

କରୋନା ତୋ ଲେଲିହାନ ଜିହ୍ୱା

ପରିବ୍ୟାପ୍ତ ପୃଥିବୀରେ ତୋ ଅସ୍ତିତ୍ୱ

ଏ ଅବାଂଛିତ ମହାଯାତ୍ରା !

ଭୟଙ୍କର ପ୍ରେତାତ୍ମା ତୁ, 

ଅସଂଖ୍ୟ ତୋ କୋଠି, 

ତୋ ଛୀହ୍ନ ହସ୍ତ, ପାଦ ମସ୍ତକ 

ଗଣ୍ଡି ହୀନ ପିଣ୍ଡ ବ୍ରହ୍ମାଣ୍ଡ, 

ଅବିଳମ୍ବେ କରୁ ହତ, 

କରି ଜିହ୍ୱା ଲହ ଲହ, 

ତୋ ପିଣ୍ଡରେ ନାହିଁ ବ୍ରହ୍ମ, ଭୂତ 

ତୁ ଶହ ଶହ ଅତୃପ୍ତ ଆତ୍ମାଙ୍କ 

ପିଶାଚ, ଖବିସ, ନିଃଶେଷ, ଅବଶେଷ, 

କରୁ ହତ୍ୟା, ତୋର ଲକ୍ଷ୍ୟ, କରୁ କରାୟତ 

ତୋ କୋଠି ଦିଏ ଅସଂଖ୍ୟ ଯାତନା, 

ତ୍ରାହି ମାଂ ସର୍ବ, ଓଁ ନମଃ ଚାମୁଣ୍ଡାଇ, 

ବୀଚୈ ଫଟ ସ୍ୱାହା ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror