ନୀଳମଣି ନୀଳରତନ
ନୀଳମଣି ନୀଳରତନ
ଆସ ଆସ ପ୍ରିୟତମ
ନୀଳମଣି ନୀଳରତନ।୦।
ଉଇଁଲେଣି ପୂର୍ଣ୍ଣ ଇନ୍ଦୁ
ଚ଼ଖାଇବି ପ୍ରୀତି-ମଧୁ
ପ୍ରେୟସୀ ପ୍ରାୟ ହେ ବନ୍ଧୁ
ରଖିଛି ଯା' କରି ଯତନ
ନୀଳମଣି ନୀଳରତନ ।(୧)
ତୁମେ ମୋ ପରାଣସଖା
ଦିଅ ହେ ସଅଳ ଦେଖା
କଥାଟି ଲହୁଣି ମଖା
ଚିତ୍ତଚୋର ବଂଶୀରଖା
ଲଜ୍ଜା ତେଜି ମାଗେ ଭିକ୍ଷା
ବାହୁ ଡୋରେ କର ବନ୍ଧନ ।(୨)
ନୀଳମଣି ନୀଳରତନ...
ତୁମେ ଅମୂଲ୍ୟ ସମ୍ପତ୍ତି
ତୁମେ ମୋ ଗତି ମୁକତି
ତୁମବିନା ନାହିଁ ସ୍ଥିତି
ଝୁରିହୁଏ ଦିନ ରାତି
ପ୍ରତୀକ୍ଷାର ହେଉ ଇତି
ମିଳନରେ ମନମୋହନ ।(୩)
ନୀଳମଣି ନୀଳରତନ...
