ନିଦ ମୋର ପ୍ରେମ
ନିଦ ମୋର ପ୍ରେମ
ନିଦ ମୋର ପ୍ରେମ
ଶେଯ ମୋ ପ୍ରେମିକ।
ସ୍ୱପ୍ନ ପ୍ରେମ ରାଜ୍ଯ
ଶୋଇବା ମୋ କାମ।।
ସୟନେ ମିଳଇ
ସରଗର ସୁଖ।
ଶୋଇ ନପାରିଲେ
ଲାଗେ ବଡ ଦୁଃଖ।।
ଶୋଇବାରେ ଅଛି
ଜୀବନର ମଜା।
ଶୋଇ ଉଡାଏ ମୁଁ
ଜୀବନର ଧ୍ୱଜା।।
ନିଦ୍ରା ପ୍ରେମେ ଅଛି
ଅନେକ ଫାଇଦା।
କଲା ଲୋକ ଜାଣେ
ତାହାର କାଇଦା।।
ନିଦ୍ରା ବିନା ମୋର
ଆନ ଗତି ନାହିଁ।
ଅନିଦ୍ରା କଷଣ
ଅସହ୍ଯ ମୋ ପାଇଁ।।
ଅଖିଆ ପାରିବି
ରହି କିଛି ଦିନ।
ନିଦ୍ରା ବିନା କିନ୍ତୁ
ନୁହେଁ ଗୋଟେ କ୍ଷଣ।।
ନିଦର ପ୍ରେମରେ
ପଡିଲି ମୁଁ ଯେବେ।
ଜୀବନ ହସିଲା
ସପନର ନଭେ।।
ଶେ
ଯ ଦେଲେ ଧୋକା
ଆଖି ପାଏ କଷ୍ଟ।
ସୁନ୍ଦର ଏ ନିଶି
ହୁଏ ପୁରା ନଷ୍ଟ।।
ନିଦ୍ରା ହିନ ଲୋକ
ହରାଏ ଚମକ।
ସ୍ପଷ୍ଟ ଜଣାପଡେ
ଶରୀରେ ଫରକ।।
ଶରୀର ବିଶ୍ରାମ
କରିବାକୁ ଚାହେଁ।
ନିଦ୍ରା ପାଇଁ ଏହା
ସମ୍ଭବ ଯେ ହୁଏ।।
ଦୁଃଖ, କଷ୍ଟ, ଚିନ୍ତା
କରେ ଉପଶମ।
ଛୋଟ ନୁହେଁ ଆଦୌ
ନିଦ୍ରା ପରାକ୍ରମ।।
କୃତଘ୍ନ ମଣିଷ
ନିଦ୍ରା ନିନ୍ଦା କରେ।
ଘାଣ୍ଟି ହେବ ନିଶ୍ଚେ
ସେ ଲୋକ ନର୍କରେ।।
ଆବଶ୍ଯକ ଠାରୁ
ଅଧିକ ଶୋଇଲେ।
ସୁଖ ବଦଳରେ
ଦୁଃଖ ଖାଲି ମିଳେ।।
ଭାରି ଚିଡା ଲାଗେ
ନିଦ୍ରା ଭଙ୍ଗ ହେଲେ।
ମୃତ୍ଯୁ ପୁଣି ହୁଏ
ନିଦ୍ରା ନଭାଙ୍ଗିଲେ।।