ନାରୀ
ନାରୀ
ସ୍ରଷ୍ଟା ସିଏ ସୃଷ୍ଟିର ଆଧାର
ସାହାସ, ସହନଶୀଳତା, ଧର୍ଯ୍ୟର ଗନ୍ତାଘର ।
ଅସରନ୍ତି ବିକାଶର ଉପଲବ୍ଧ ପ୍ରତିମୂର୍ତ୍ତି
ଧର୍ମ, ତ୍ୟାଗ, ଲଜ୍ୟାର ସେ ମହନୀୟ କୀର୍ତ୍ତି ।
ଯିଏ ଅମୃତର ଝରା ନଈ
ଯାହାର ମୂଲ୍ୟର ସୀମା ନାହିଁ ।
ତାର କେତେ ପରିଚୟ
ବିତରି ଥାଏ ବିନୟ , ଦୟା ଓ ସେନେହ ।
ଜନ୍ମ ଦେଇଥାଏ କେତେ ଜ୍ଞାନୀ ବିଜ୍ଞାନୀଙ୍କୁ
ଜନ୍ମିତ ସନ୍ତାନ ହତ୍ୟା କରିଥାଏ ସେହି ପବିତ୍ର ଦାନକୁ ।
ସମାଜରେ ଯେବେ ସିଏ ହୁଏ ଉପସ୍ଥିତ
ଉପାୟ ଖୋଜନ୍ତି କିପରି କରିବେ ନିହତ ।
ମତୃଗର୍ଭରେ ଦିନେ ପାଇଲାସେ ସ୍ଥାନ
ଯେବେ ଜ୍ଞାତ ହେଲା କନ୍ୟା ଭ୍ରୁଣ ଟିଏ ।
ଗଠନ ହେଲା ଦୁଷ୍କର୍ମ ର ପଶାପାଲି
ପ୍ରତିକ୍ଷଣେ ମନରେ ସୃଷ୍ଟି କରି ବିକୃତ ଚିନ୍ତାଧାରା ।
ହତ୍ୟା କରିବେ କିପରି ନିଷ୍ପାପ ଭ୍ରୁଣକୁ
ପରବର୍ତ୍ତୀ ସମୟରେ,
ଯୁବା ବୟସରେ ଯେବେ ହୁଏ ଉପନୀତ
ସେଥିରେ ବି ନଥାଏ ନିସ୍ତାର ।
ତାର ଚରିତ୍ର ଓ ସୋନ୍ଦର୍ଯ୍ୟ ଉପରେ
ସେ ପ୍ରତିକ୍ଷଣେ ସମ୍ମୁଖୀନ ବଳାତ୍କାର ର ସ୍ବୀକାର ।
ପରବର୍ତ୍ତୀ ପାହାଚରେ ବିବାହ ଜୀବନ
ପାରିବାରିକ ନିର୍ଯାତନା ଓ ଅତ୍ୟାଚାରର ହୁଏ ସମ୍ମୁଖୀନ ।
ଭୋଗିଥାଏ ଯୌତୁକ ଜନିତ ବ୍ୟଭିଚାର
ଧନ, ସମ୍ପତି ପାଇଁ ହୋଇଥାଏ ତିରସ୍କାର ।
ସତେ ନାରୀ ପାଈଁ ସଦାବେଳେ ଉପଲବ୍ଧି ଅନ୍ୟାୟ, ଅନୀତି
ତାର ପ୍ରତିକାର ପାଇଁ ନାହିଁ କି ନିୟମ ନିଷ୍ପତି ।
