STORYMIRROR

Sunita Mohanty

Fantasy Others

4  

Sunita Mohanty

Fantasy Others

ମୋ ଦେଶ ମହାନ

ମୋ ଦେଶ ମହାନ

1 min
314


ଏହି ମୋ ଭାରତ..... 

ବିଶ୍ୱ ବିଜୟୀ ଭାରତ

 ଆମ ପରି କଳ୍ପନାର ଭାରତ 

ସ୍ୱାଧୀନତାର 75ବର୍ଷ ର ଭାରତ

 ଆସ ଆଜି ହୃଦୟ ଖୋଲି ଆନନ୍ଦ ନେବା

 ଆସ ଆଜି ଆମେ ସାଥି ହୋଇ ହସିବା

 ମହା ଉତ୍ସବ ର ସମୟ ଆସିଛି 

ଉଡ଼ିବ ବିଜୟ ର ତ୍ରିରଙ୍ଗା 

ଭାରତର ଘରେ ଘରେ ତ୍ରିରଙ୍ଗା I 


ଏଇ ମୋ ଭାରତ.......

ପୂର୍ଣ୍ଣ ଭୂମି ଆର୍ଯ୍ୟ ଭୂମି ଭାରତ 

ମୋ ମାଆ ସବୁ ବେଳେ ଶସ୍ଯ ଶ୍ୟାମଳା

ମୋ ମାଆ ର ବକ୍ଷ ପିୟୁଷ ଭରା

ଯାହାର ଚରଣ ନଦୀ ନାଳ ପର୍ବତ ଘେରା

ତଟିନୀର କୂଳୁ କୂଳୁ ବିହଙ୍ଗର ସୁରେ 

ସୁମଧୁର ଫୁଲ ଫଳେ ମୋ ଦେଶର ସୌନ୍ଦର୍ଯ୍ୟ ତ୍ଵରା  I


ଏଇ ମୋ ଭାରତ......... 

କେତେ ଯେ ମହାନ ତୋରି ବୀର ପୁତ୍ରମାନେ

କେତେ ଯେ ଶକ୍ତିଶାଳୀ ..... 

କେତେ ଯେ ସହିଷ୍ଣୁ..

ହସି ହସି ଦେଶ ପାଇଁ ଜୀବନ ଦେଲେ

ଏହି ତାଙ୍କ ମହାନତାର ପରିଚୟ 

ସହିଷ୍ଣୁ ତାର ପରିଚୟ

ବୀରତ୍ୱ ର ପରିଚୟ 

କୋଟି ନମନ.. ତାଙ୍କ ପାଦେ କୋଟି ନମନ

ମୋ ଦେଶ ମହାନ..... 

ମୋ ଦେଶ ମହାନ ମୋ ଦେଶ ମହାନ  I   



Rate this content
Log in

Similar oriya poem from Fantasy