STORYMIRROR

Dr. Pratap Kumar Swain

Crime

3  

Dr. Pratap Kumar Swain

Crime

କଂସେଇ

କଂସେଇ

1 min
264


ଜନ୍ମ ବେଳର ସୁନ୍ଦର ନାଁ ଟି ତାର

ଆଜି ବିଲୁପ୍ତ ପ୍ରାୟ

ସବୁରି ମୁହଁ ରେ ତାର ପରିଚୟ

ସେ ଗୋଟେ କଂସେଇ ।

ହାଣ କାଠ ଗଣ୍ଡି ତାର ଭଗବାନ

ବ୍ରାହ୍ମ ମୁହୂର୍ତ୍ତରୁ ଉଠି ଛୁରୀତକ ଧରି

ଛେଳିପଲଙ୍କୁ ଟାଣି ଟାଣି ନିଏ।।

ହାଣକାଠ ନିକଟରେ ବାନ୍ଧି ଦେଇ

ତଣ୍ଟି କାଟିବା ଆରମ୍ଭ କରେ

ନିମିଷକ ମଧ୍ୟରେ ଛଟପଟ ହୋଇ

ଗୋଟେ ପରେ ଗୋଟେ ଛେଳି ଛାଡନ୍ତି ପ୍ରାଣ

ଧିରେ ଧିରେ ଭିଡ ଜମେ

ଶୁଦ୍ଧ ଖାସୀ ମାଂସ ପାଇଁ

ସମସ୍ତେ ମାଗନ୍ତି ଖାସୀର ଗୋଡ।

କାହାକୁ ସନ୍ତୁଷ୍ଟ କରିବ ସେ

କେତେ ଲୋକ ଚଉଦ ପୁରୁଷ ଉଦ୍ଧାରନ୍ତି ତାର

ସେ ନିର୍ବିକାର ଭାବେ

ସମସ୍ତ ଗାଳିକୁ ହଜମ କରେ।

ଠିକ୍ ହାଣକାଠରେ ମରୁଥିବା ଛେଳିଙ୍କ ଭଳି।

ତା ଆଗରେ କୁନି ମା ଲଙ୍ଗଳା ବେକ

କନ୍ଭେଣ୍ଟ ରେ ପଢୁଥିବା କୁନି ପାଇଁ ବ୍ଯାଙ୍କ ଜମା

ଆହ୍ବାନ ହୋଇ ଠିଆ ହୁଏ।

ଚା ଟିକେ ପିଇ ଦେଇ ସେମିତି ଖଟୁଥାଏ ସେ

ଘରକୁ ଫେରି ଗଣ୍ଡେ ଖାଇ 

ଖଟ ଟିରେ ଗଡିପଡେ ସେ

ସ୍ବପ୍ନ ରେ ଛେଳି ମାନଙ୍କ ନିରୀହ ମୁହଁ

ନାଚି ଉଠେ ଠିକ୍ ତା ଝିଅ ର ମୁହଁ ଭଳି।

ଅଜାଣତେ ନୟନ ତା ଆର୍ଦ୍ର ହୋଇଯାଏ

ସେ ଅନୁଭବ କରେ ତା ହୃଦୟର କମ୍ପନକୁ

ନିଜକୁ ପଚାରେ ସେ

ପ୍ରକୃତରେ କଂସେଇ କିଏ?

ସେ ନା ଏହି ପଶୁଭକ୍ଷୀ ମଣିଷ ସମାଜ


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime