STORYMIRROR

Tapan Dixit

Fantasy Inspirational Abstract

2  

Tapan Dixit

Fantasy Inspirational Abstract

କଳସେ ଭରିଛି ଅଳସୀ ରାତିର ସପନର

କଳସେ ଭରିଛି ଅଳସୀ ରାତିର ସପନର

1 min
2.3K


କଳସେ ଭରିଛି ଅଳସୀ

ରାତିର ସପନର କୁହୁଡ଼ିକୁ

ହୃଦୟେ ଜାଳିଛି ତୁମରି

ଅଦେଖା ପ୍ରେମର ସେ ଦିହୁଡିକୁ,

ପ୍ରୀତି ପ୍ରଦୀପର ଶିଖା

ଅନଳରେ ଝାସ ଦିଏ ବାରମ୍ବାର

ହେଲେ ମରି ପୁଣି ଜନମ ଲଭଇ

ତୁମପାଇଁ ଥର ଥର,

ଶେଫାଳି ଆୟୁଷେ ନିତିସଞ୍ଜେ ଫୁଟି

ରାତି ଶେଷେ ଯାଏ ଝରି

ରାଣ କହିଦିଅ ଥରେ ତୁମେ

ତୁମ ହୃଦୟର ହେରା ଫେରି ||

ତପନ ଦୀକ୍ଷିତ

(ବେଳାଭୂମି)

1.9.2017


Rate this content
Log in

Similar oriya poem from Fantasy